ନୂଆଦିଲ୍ଲୀ: ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ରାଜନୈତିକ ଗତିବିଧି ତୀବ୍ର ହେବାରେ ଲାଗିଛି । ବିଜେପି, ଏନସିପିର ଅଜିତ ପାୱାର ଗୋଷ୍ଠୀ ଏବଂ ଶିବସେନାର ସିନ୍ଦେ ଗୋଷ୍ଠୀ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ଜାରି ରହିଛି । ଦେବେନ୍ଦ୍ର ଫଡନାଭିସଙ୍କୁ ମୁଖ୍ୟମନ୍ତ୍ରୀ ହେବା ପାଇଁ ଅଜିତ ପାୱାର ଗୋଷ୍ଠୀ ସମର୍ଥନ ଜଣାଇଥିଲେ ମଧ୍ୟ ଶିବସେନାର ସିନ୍ଦେ ଗୋଷ୍ଠୀ ଏବେ ଏହାକୁ ଗ୍ରହଣ କରିପାରୁନାହାନ୍ତି। ଏହା ମଧ୍ୟରେ ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ମଧ୍ୟ ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀ ଯିବେ।
ସୂଚନା ଅନୁଯାୟୀ, ଦେବେନ୍ଦ୍ର ଫଡନାଭିସ ଦିଲ୍ଲୀରେ ପହଞ୍ଚିଛନ୍ତି। ତେବେ ଏକ ପୂର୍ବନିର୍ଦ୍ଧାରିତ କାର୍ଯ୍ୟକ୍ରମପାଇଁ ସେ ଦିଲ୍ଲୀ ଯାଇଛନ୍ତି ବୋଲି କୁହାଯାଉଛି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଝିଅଙ୍କ ବିବାହ ଉତ୍ସବରେ ଯୋଗ ଦେବାକୁ ଦେବେନ୍ଦ୍ର ଫଡନାଭିସ୍ ଦିଲ୍ଲୀ ଯାଉଛନ୍ତି। ଦେବେନ୍ଦ୍ର ଫଡନାଭିସ୍, ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଓମ୍ ବିର୍ଲାଙ୍କ ଦ୍ୱାରା ଆୟୋଜିତ ଏକ ଘରୋଇ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହାପରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ବିଳମ୍ବିତ ରାତିରେ ବୈଠକ ହେବାର ସମ୍ଭାବନା ରହିଛି।
Follow Us