‘ଫ୍ଲୋରଟେଷ୍ଟ’ ପୂର୍ବରୁ ସରଗରମ ହେଲା ମହାରାଷ୍ଟ୍ର ରାଜନୀତି: ବିଜେପି ନେତାଙ୍କ ବୈଠକ ଡାକିଲେ ଫଡନାଭିସ୍‌; ବିଦ୍ରୋହୀ ବିଧାୟକ ଗୌହାଟୀରୁ ଡେରା ଉଠାଇବେ ଗୋଆ

‘ଫ୍ଲୋରଟେଷ୍ଟ’ ପୂର୍ବରୁ ସରଗରମ ହେଲା ମହାରାଷ୍ଟ୍ର ରାଜନୀତି: ବିଜେପି ନେତାଙ୍କ ବୈଠକ ଡାକିଲେ ଫଡନାଭିସ୍‌; ବିଦ୍ରୋହୀ ବିଧାୟକ ଗୌହାଟୀରୁ ଡେରା ଉଠାଇବେ ଗୋଆ

Image Courtesy: News Live

ମୁମ୍ବାଇ: ବିଧାନସଭାରେ ‘ଫ୍ଲୋରଟେଷ୍ଟ’ ବା ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପାଇଁ ରାଜ୍ୟପାଳ ନିର୍ଦ୍ଦେଶ ଦେବାପରେ ମହାରାଷ୍ଟ୍ର ରାଜନୀତି ସରଗରମ ହୋଇ ଉଠିଛି। ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ଦେବେନ୍ଦ୍ର ଫଡନାଭିସ୍‌ ଆଜି (ବୁଧବାର) ଅପରାହ୍ନରେ ମୁମ୍ବାଇସ୍ଥିତ ତାଙ୍କ ବାସଭବନରେ ବିଜେପି ନେତାଙ୍କ ଏକ ବୈଠକ ଡାକିଛନ୍ତି।

ଅନ୍ୟପକ୍ଷରେ ଗୁରୁବାର ବିଧାନସଭାରେ ଫ୍ଲୋର ଟେଷ୍ଟ ନେବାକୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ମହା ବିକାଶ ଅଘଦି (ଏମଭିଏ) ସରକାରଙ୍କୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ଶିବସେନା ମୁଖ୍ୟ ସଚେତକ ସୁନୀଲ ପ୍ରଭୁଙ୍କ ଆବେଦନର ଶୁଣାଣି କରିବାକୁ ବୁଧବାର ସନ୍ଧ୍ୟା ୫ଟାରେ ସୁପ୍ରିମକୋର୍ଟ ରାଜି ହୋଇଛନ୍ତି।
ସୁପ୍ରିମ୍‌କୋର୍ଟରେ ଶିବସେନାର ପ୍ରତିନିଧିତ୍ୱ କରୁଥିବା ବରିଷ୍ଠ ଓକିଲ ଅଭିଷେକ ମନୁ ସିଙ୍ଘଭି ‘ଫ୍ଲୋର୍‌ ଟେଷ୍ଟ୍‌’ କରାଇବା ପାଇଁ ରାଜ୍ୟପାଳ ଦେଇଥିବା ଡାକରାକୁ ଚାଲେଞ୍ଜ୍‌ କରି ସୁପ୍ରିମ୍‌କୋର୍ଟରେ ଆଗତ କରିଥିବା ଆବେଦନରେ କହିିଛନ୍ତ ଯେ ଜରୁରୀଭିତ୍ତିରେ ଆଜି ମାମଲାର ଶୁଣାଣି କରାଯିବା ଉଚିତ୍‌। ଏ ସଂକ୍ରାନ୍ତରେ ନିବେଦନ କରି ସେ ସୁପ୍ରିମ୍‌କୋର୍ଟଙ୍କୁ ଲେଖିଛନ୍ତି, ଦୟାକରି ଆଜି ଏ ମାମଲାର ଶୁଣାଣି କରନ୍ତୁ ନଚେତ ସବୁ ପରିଶ୍ରମ ବୃଥା ହେବ।

ଗତ ଏକ ସପ୍ତାହ ଧରି ଗୌହାଟୀରେ ଡେରା ପକାଇଥିବା ବିଦ୍ରୋହୀ ଶିବସେନା ବିଧାୟକମାନେ ଆଜି ଅପରାହ୍ନରେ ମୁମ୍ବାଇ ବାଟଦେଇ ଗୋଆ ଅଭିମୁଖେ ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe