ଫଡନବୀସଙ୍କ ସରକାର ହାଇ-ଟେକ୍ ହେଲା: ମନ୍ତ୍ରୀମାନଙ୍କୁ ମିଳିଲା ଆଇପ୍ୟାଡ୍

ଏକ ଐତିହାସିକ ପଦକ୍ଷେପ ସ୍ୱରୂପ, ମହାରାଷ୍ଟ୍ର କ୍ୟାବିନେଟ୍ ସମସ୍ତ କ୍ୟାବିନେଟ୍ ବୈଠକକୁ ସମ୍ପୂର୍ଣ୍ଣ କାଗଜବିହୀନ କରିବାକୁ ନିଷ୍ପତ୍ତି ନେଇଛି। ସମସ୍ତ ମନ୍ତ୍ରୀଙ୍କୁ ଆଇପ୍ୟାଡ୍ ଦିଆଯାଇଛି ଯାହା ଦ୍ୱାରା ସେମାନେ ପୂର୍ବ ବୈଠକର ଏଜେଣ୍ଡା, ନୋଟ୍ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ଡିଜିଟାଲ ଭାବରେ ପାଇପାରିବେ...

Fadnavis' government goes hi-tech: Ministers get iPads

Fadnavis' government goes hi-tech: Ministers get iPads Photograph: (sambad.in)

ମୁମ୍ବାଇ: ମଙ୍ଗଳବାର ଦିନ ମହାରାଷ୍ଟ୍ର କ୍ୟାବିନେଟ୍ ଡିଜିଟାଇଜେସନ୍ ଦିଗରେ ଏକ ବଡ଼ ଏବଂ ଆଧୁନିକ ତଥା ଐତିହାସିକ  ପଦକ୍ଷେପ ନେଇଛି। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ, ଏବେ ସମସ୍ତ କ୍ୟାବିନେଟ୍ ବୈଠକ ସମ୍ପୂର୍ଣ୍ଣ କାଗଜବିହୀନ ହେବ। ଏହି ପଦକ୍ଷେପ ଅନ୍ତର୍ଗତ ରାଜ୍ୟର ସମସ୍ତ ମନ୍ତ୍ରୀମାନଙ୍କୁ ଆଇପ୍ୟାଡ୍ ବଣ୍ଟନ କରାଯାଇଛି, ଯାହା ମାଧ୍ୟମରେ ସେମାନେ ପୂର୍ବ ବୈଠକର ଏଜେଣ୍ଡା, ନୋଟ୍ସ ଏବଂ ଡକ୍ୟୁମେଣ୍ଟଗୁଡ଼ିକୁ ସହଜରେ ଦେଖିପାରିବେ।

ରାଜ୍ୟ ଖାଦ୍ୟ ଏବଂ ନାଗରିକ ଯୋଗାଣ ମନ୍ତ୍ରୀ ଛଗନ ଭୁଜବଳ କହିଛନ୍ତି ଯେ, ଏହି ଡିଜିଟାଲ ପରିବର୍ତ୍ତନ ଦ୍ବାରା କ୍ୟାବିନେଟ ବୈଠକର ସମସ୍ତ ସମ୍ପର୍କିତ ଡକ୍ୟୁମେଣ୍ଟ ଏବେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କୁ ଇମେଲ୍ ମାଧ୍ୟମରେ ପଠାଯିବ। ଏହା ମନ୍ତ୍ରୀମାନଙ୍କୁ କାଗଜପତ୍ରର ବୋଝରୁ ମୁକ୍ତି ଦେବ ଏବଂ ସେମାନେ ଯେକୌଣସି ସ୍ଥାନରୁ, ଯେକୌଣସି ସମୟରେ ସେମାନଙ୍କର ଡିଜିଟାଲ ଡିଭାଇସରେ ବୈଠକ ବିଷୟରେ ସୂଚନା ପାଇପାରିବେ।


ମନ୍ତ୍ରୀ ଭୁଜବଳ କହିଛନ୍ତି ଯେ, ଏହି ପଦକ୍ଷେପକୁ ସଫଳ କରିବା ପାଇଁ, ରାଜ୍ୟର ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀମାନଙ୍କୁ  ଆଇପ୍ୟାଡ୍ ବ୍ୟବହାର ସମ୍ପର୍କରେ ସ୍ୱତନ୍ତ୍ର ତାଲିମ ମଧ୍ୟ ଦେଇଛି। ପ୍ରତ୍ୟେକ ମନ୍ତ୍ରୀଙ୍କୁ ଲଗଇନ୍ ଆଇଡି, ପାସୱାର୍ଡ ଏବଂ ଅଫିସିଆଲ୍ ଇମେଲ ଆକାଉଣ୍ଟ ସୂଚନା ମଧ୍ୟ ପ୍ରଦାନ କରାଯାଇଛି ଯାହା ଦ୍ୱାରା ସେମାନେ ସହଜରେ ଡିଜିଟାଲ୍ ପ୍ଲାଟଫର୍ମ ବ୍ୟବହାର କରିପାରିବେ।

ଅଧିକ ପଢ଼ନ୍ତୁ: ଇରାନର ୪୦୦ କିଲୋଗ୍ରାମ ୟୁରାନିୟମର ପତ୍ତା ମିଳୁନି: ଇସ୍ରାଏଲ କହିଲା ଆମେ ଜାଣିଛୁ କେଉଁଠି ଅଛି

ଛଗନ ଭୁଜବଳ କହିଛନ୍ତି, କ୍ୟାବିନେଟ୍ ବୈଠକ, ନିଷ୍ପତ୍ତି ସମୟରେ ଉପସ୍ଥାପିତ ଉପସ୍ଥାପନା (ପିପିଟି) ଏବଂ ପୂର୍ବ ନିଷ୍ପତ୍ତିର ସମ୍ପୂର୍ଣ୍ଣ ରେକର୍ଡ ଏବେ ମନ୍ତ୍ରୀମାନଙ୍କୁ ଇମେଲ୍ ମାଧ୍ୟମରେ ଉପଲବ୍ଧ ହେବ, ଯାହା କାର୍ଯ୍ୟ ଏବଂ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ଏହା ଶୀଘ୍ର ହୋଇପାରିବ।

ଏହି ପଦକ୍ଷେପ କେବଳ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ଏହା ସରକାରଙ୍କ କାର୍ଯ୍ୟଶୈଳୀକୁ ମଧ୍ୟ ଉନ୍ନତ କରିବ। ଡିଜିଟାଲ ଡକ୍ୟୁମେଣ୍ଟ ମାଧ୍ୟମରେ କାମ ଅଧିକ ଦକ୍ଷ ଏବଂ ଦ୍ରୁତ ହେବ, ଯାହା ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇବାରେ ସାହାଯ୍ୟ କରିବ। ମହାରାଷ୍ଟ୍ର ସରକାରଙ୍କ ଏହି ଡିଜିଟାଲ ପଦକ୍ଷେପକୁ ରାଜ୍ୟ ପ୍ରଶାସନରେ ଏକ ପ୍ରଯୁକ୍ତିବିଦ୍ୟା ବିପ୍ଳବ ଦିଗରେ ଏକ ଦୃଢ଼ ପଦକ୍ଷେପ ଭାବରେ ବିବେଚନା କରାଯାଉଛି।

ଅଧିକ ପଢ଼ନ୍ତୁ: ପାଙ୍ଗୋଙ୍ଗ ହ୍ରଦ ନିକଟରେ ଚୀନ୍‌ର ଷଡ଼ଯନ୍ତ୍ର!: ସାଟେଲାଇଟ୍ ଚିତ୍ରରୁ ସତ୍ୟ ପ୍ରକାଶ

maharasta | devendra fadnavis | paperless 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe