ମୁମ୍ବାଇ: ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସ ଜାଲ୍ ନୋଟ୍ ରୢାକେଟ୍କୁ ସୁରକ୍ଷା ଦେଇଛନ୍ତି ଏବଂ ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ଥିବା ଲୋକଙ୍କୁ ବି ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ସୁରକ୍ଷା ଦେଇଛନ୍ତି। ମଲିକ କହିଛନ୍ତି, ଫଡନାବିସ ଜାଲ ନୋଟ ମାମଲାରେ ଧରା ପଡ଼ିଥିବା ଇମାମ ଅସଲମ ଶେଖ୍ଙ୍କୁ ସୁରକ୍ଷା ଦେଇଥିଲେ। ଇମାମଙ୍କର ମଧ୍ୟ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ସହଯୋଗୀ ରିୟାଜ ଭଟି ସହ ସମ୍ପୃକ୍ତି ଥିଲା। ଫଡ଼ନାବିସ ମଧ୍ୟ ନାଗପୁରର ଜଣେ ଅପରାଧୀ ମୁନା ଯାଦବ ଏବଂ ହାଇଦର ଆଜମକୁ ସୁରକ୍ଷା ଦେବାପାଇଁ ସେମାନଙ୍କୁ ରାଜ୍ୟ ସରକାରୀ ସଂସ୍ଥାରେ ନିଯୁକ୍ତ କରିଛନ୍ତି। ମଲିକ କହିଛନ୍ତି, ଫଡ଼ନାବିସ ତାଙ୍କ ପ୍ରସଙ୍ଗ ଉପରୁ ନଜର ହଟାଇବାପାଇଁ ଚାହିଛନ୍ତି ଏବଂ ଏନ୍ସିବି ଅଧିକାରୀଙ୍କୁ ସୁରକ୍ଷା ଦେବାକୁ ଚାହୁଛନ୍ତି। ଅନ୍ୟପକ୍ଷେ ଫଡ଼ନାବିସ ମଲିକଙ୍କ ଅଭିଯୋଗର ଜବାବ ରଖି କହିଛନ୍ତି, ବହୁତ ଆଗରୁ ମୁଁ ଜାଣିଛି ଯେ ଘୁଷୁରି ସହ କେବେ ଲଢ଼ିବା ଉଚିତ୍ ନୁହେଁ। କାରଣ ଘୁଷୁରି ସହ ଲଢ଼ିବା ଦ୍ବାରା ଆମକୁ ଆବର୍ଜନାରେ ଘାଣ୍ଟି ହେବାକୁ ପଡ଼ିବ । କିନ୍ତୁ ଘୁଷୁରିକୁ ଆବର୍ଜନା ହିଁ ଭଲଲାଗେ।
ଉଲ୍ଲେଯୋଗ୍ୟ, ଫଡ଼ନାବିସ ଗତକାଲି ନୱାବ ମଲିକଙ୍କର ଅଣ୍ଡରୱାର୍ଲ୍ଡ ସହ ସମ୍ପୃକ୍ତି ସଂକ୍ରାନ୍ତରେ କହିବାପରେ ମଲିକ ଏକ ସାମ୍ବାଦିକ ସମ୍ମିଳନୀ କରି କହିଥିଲେ ଯେ, ସେ ଫଡ଼ନାବିସଙ୍କ ଅଣ୍ଡରୱାର୍ଲ୍ଡ ସମ୍ପୃକ୍ତିକୁ ନେଇ ଏକ ହାଇଡ୍ରୋଜେନ୍ ବୋମା ପକାଇବେ। କିନ୍ତୁ ଫଡ଼ନାବିସଙ୍କ ବିରୋଧରେ ମଲିକ ଆଜି ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ରାଜ୍ୟ ବିଜେପି ପରିହାସରେ ଉଡ଼ାଇ ଦେଇଛି। ବିଜେପି କହିଛି ମଲିକଙ୍କ ହାଇଡ୍ରୋଜେନ୍ ବୋମା ଏକ ଫୁଲଝରି ବି ନୁହେଁ। ମଲିକ ଚଳାଇଥିବା ବିଭ୍ରାନ୍ତି ଆଉ ସଫଳ ହେଉନାହିଁ ବୋଲି ବିଜେପି କହିଛି।
Follow Us