କଂଗ୍ରେସର ‘ଚିନ୍ତନ ଶିବିର’ରେ ଦଳ କୌଣସି ନିଷ୍କର୍ଷ ହାସଲ କରିବାରେ ବିଫଳ ହୋଇଛି : ପ୍ରଶାନ୍ତ କିଶୋର

Advertisment
କଂଗ୍ରେସର ‘ଚିନ୍ତନ ଶିବିର’ରେ ଦଳ କୌଣସି ନିଷ୍କର୍ଷ ହାସଲ କରିବାରେ ବିଫଳ ହୋଇଛି : ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ରାଜସ୍ଥାନର ଉଦୟପୁରରେ ୩ ଦିନ ଧରି ଚାଲିଥିବା କଂଗ୍ରେସର ‘ଚିନ୍ତନ ଶିବିର’ କୌଣସି ନିଷ୍କର୍ଷ ହାସଲ କରିବାରେ ବିଫଳ ହୋଇଛି ବ‌ୋଲି ନିର୍ବାଚନ ସମୀକ୍ଷକ ପ୍ରଶାନ୍ତ କିଶୋର ଆଜି କହିଛନ୍ତି।

ଟୁଇଟ୍‌ କରି ସେ ଲେଖିଛନ୍ତି: ଉଦୟପୁର ଚିନ୍ତନ ଶିବିରର ଫଳାଫଳ ଉପରେ ମନ୍ତବ୍ୟ ଦେବାକୁ ମତେ ବାରମ୍ବାର କୁହାଯାଉଥିଲା। ମୋ ମତରେ, ସ୍ଥିତାବସ୍ଥାକୁ ଆହୁରି ବଢ଼ାଇବା ସହ ଅନ୍ତତଃ ଗୁଜରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନ ପର୍ଯ୍ୟନ୍ତ କଂଗ୍ରେସ ନେତୃତ୍ବକୁ ଆଉ କିଛି ସମୟ ଦେବା ବ୍ୟତୀତ ‘ଚିନ୍ତନ ଶିବିର’ କୌଣସି ନିଷ୍କର୍ଷ ହାସଲ କରିବାରେ ବିଫଳ ହୋଇଛି।

୨୦୨୪ ବିଧାନସଭା ନିର୍ବାଚନ ଏବଂ ନିର୍ବାଚନ ସମ୍ବନ୍ଧୀୟ ଚାଲେଞ୍ଜ୍‌ ନିମନ୍ତେ ରଣନୈତିକ ଆଲୋଚନା ନିମନ୍ତେ ଉଦୟପୁରରେ କଂଗ୍ରେସଦ୍ବାରା ଆୟୋଜିତ ଚିନ୍ତନ ଶିବିରରେ ଗାନ୍ଧୀଙ୍କ ସମେତ ଦଳର ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ।

publive-image Image Courtesy of NDTV

କେତେକ ନିର୍ବାଚନରେ କ୍ରମାଗତ ପରାଜୟ ଏବଂ ଦଳୀୟ ବିଭେଦ ଚାଲିଥିବା ବେଳେ କଂଗ୍ରେସ ତରଫରୁ ୩ ଦିନିଆ ‘ନବ ସଙ୍କଳ୍ପ ଚିନ୍ତନ ଶିବିର’ ଅନୁଷ୍ଠିତ ହୋଇଥିଲା। ବିଗତ ସାତ ବର୍ଷ ହେବ ଦଳର ପୂର୍ବାପେକ୍ଷା ଅଧିକ ବିପର୍ଯ୍ୟୟମୁଖୀ ହୋଇଛି।

ଚିନ୍ତନ ଶିବିର ଆରମ୍ଭ ହେବାର କିଛି ସପ୍ତାହ ପୂର୍ବରୁ କଂଗ୍ରେସରେ ସାମିଲ ହେବା ପାଇଁ ପ୍ରଶାନ୍ତ କିଶୋରଙ୍କ ସହ ବୈଠକ ଅନୁଷ୍ଠିତ ହୋଇଥିଲା। କିନ୍ତୁ, ଚଳିତବର୍ଷ ପ୍ରଶାନ୍ତଙ୍କ ସହ ହୋଇଥିବା ଆଲୋଚନା ପରି ଉପରୋକ୍ତ ବୈଠକ ମଧ୍ୟ ବିଫଳ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe