ବିହାରରେ ଆରଏଲଏସ୍‌ପି ନେତାଙ୍କୁ ଗୁଳି କରି ହତ୍ୟା

Advertisment
ବିହାରରେ ଆରଏଲଏସ୍‌ପି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା : ବିହାରରେ ଆରଏଲଏସ୍‌ପି (ରାଷ୍ଟ୍ରୀୟ ଲୋକ ସମତା ପାର୍ଟି)ର ଜଣେ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପାଟନା ପଲିଗଞ୍ଜ୍‌ର ଆରଏଲଏସ୍‌ପି ବ୍ଲକ୍‌ ଅଧ୍ୟକ୍ଷ ଅମିତ ଭୂଷଣ ବର୍ମାଙ୍କୁ ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଗୁଳି କରି ହତ୍ୟା କରାଯାଇଛି। ବର୍ଷକ ମଧ୍ୟରେ ୪ ଜଣ ଆରଏଲଏସପି ନେତାଙ୍କୁ ହତ୍ୟା କରାଯାଇଥିବାରୁ ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଆରଏଲଏସପି ମୁଖ୍ୟ ତଥା କେନ୍ଦ୍ରମନ୍ତ୍ରୀ ଉପେନ୍ଦ୍ର କୁଶୱାହା ଏହି ଘଟଣା ପାଇଁ ନୀତୀଶ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ି ଯାଇଛି ବୋଲି ସେ କହିଛନ୍ତି। ପୁଲିସ ସୂଚନା ଅନୁଯାୟୀ ଉକ୍ତ ଆରଏଲଏସପି ନେତା ଗତକାଲି ଖିରି ମୋରେ ଥାନା ନିକଟରେ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମୟରେ କିଛି ଦୁର୍ବୃତ୍ତ ତାଙ୍କ ଉପରକୁ ୪ ରାଉଣ୍ଡ୍‌ ଗୁଳି ଚଳାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe