photo-navbharattimes
ବେଙ୍ଗାଲୁରୁ :ଇସଲାମିକ ବ୍ୟାଙ୍କ ନାମରେ ପାଖାପାଖି ୩୦ ହଜାର ମୁସଲମାନଙ୍କଠାରୁ ପ୍ରାୟ ୧୫୦୦ କୋଟି ଟଙ୍କାର ଠକେଇ କରି ମହମ୍ମଦ ମନସୁର ଖାନ୍ ନାମକ ଜଣେ ବ୍ୟକ୍ତି ଦୁବାଇ ପଳାଇଥିବା ଜଣାଯାଇଛି । ଏହି ଘଟଣା ସାରାଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସେ ମୁସଲମାନ ଲୋକମାନଙ୍କୁ ଟାର୍ଗେଟ୍ କରି ସେମାନଙ୍କଠାରୁ ମୋଟା ରକମର ଅର୍ଥ ଫେରସ୍ତ କରିବାକୁ କଥା ଦେଇ ଏକ ସ୍କିମ ଚଳାଇଥିଲା ।
ମନସୁର ଖାନ୍ ଜଣେ ମ୍ୟାନେଜମେଣ୍ଟ ଡିଗ୍ରିଧାରୀ ବୋଲି ଜଣାଯାଇଛି। ସେ ୨୦୦୬ରେ ମନିଟାରି ଆଡଭାଇଜୋରି ନାମକ ଏକ ବ୍ୟବସାୟିକ ସଂସ୍ଥା ଖୋଲିଥିଲା। ଏହି ସଂସ୍ଥା ବୁଲିୟନରେ ନିବେଶ କରିବ ଏବଂ ଗ୍ରାହକମାନଙ୍କୁ ୭-୮ ପ୍ରତିଶତ ରିଟର୍ଣ୍ଣ କରିବ ବୋଲି କହିଥିଲା ।
ମୁସଲମାନମାନେ ଇସଲାମରେ ସୁଧରେ ମିଳୁଥିବା ଟଙ୍କାକୁ ଅନୈତିକ ଏବଂ ଇସଲାମ ବିରୋଧୀ ବୋଲି ମାନନ୍ତି । ଏହି ଧାରଣାକୁ ଭାଙ୍ଗିବା ପାଇଁ ମନସୁର ଖାନ୍ ଧର୍ମ ନାମରେ ଏକ ଚାଲ୍ ଚଳାଇଥିଲା । ନିବେଶକଙ୍କୁ ବିଜନେସ୍ ପାର୍ଟନର ନାମ ଦେଇ ଗ୍ରାହକଙ୍କ ମନରେ ବିଶ୍ୱାସ ଜନ୍ମାଇ ୫୦ ହଜାର ଟଙ୍କା ଜମା କରିବା ପାଇଁ ଉସୁକାଇ ଥିଲା ।
photo-business todayଏହା ପରେ ମନସୁର ଖାନ୍ ନିଜ ସ୍କିମକୁ ଗ୍ରାମୀଣ ଅଞ୍ଚଳରେ ପ୍ରସାରିତ କରିଥିଲା। ଏଥିରେ ତାକୁ ସ୍ଥାନୀୟ ମୁସଲିମ ନେତାଙ୍କ ସହଯୋଗ ବି ମିଳିଥିଲା । ନିବେଶ କରିଥିବା ସମସ୍ତ ମୁସଲମାନମାନଙ୍କୁ ସେ କୋରାନ ଉପହାର ସ୍ୱରୂପ ଦେଉଥିଲା । ଏହାଦ୍ୱାରା ତାହାର ଯୋଜନା ଆହୁରି ସଫଳ ହୋଇଥିଲା । ଏହି ସ୍କିମରେ ମନସୁର ୧୫୦୦ କୋଟି ଟଙ୍କା ସଂଗ୍ରହ କରିବାପରେ ଫେରାର ହେବାର ଯୋଜନା କରିଥିଲା। ଯେତେବେଳେ ନିବେଶକମାନେ ଟଙ୍କା ଫେରସ୍ତ ଚାହିଁଲେ ,ସେତେବେଳେ ମନସୁର ଅଣ୍ଡରଗ୍ରାଉଣ୍ଡ ହୋଇଗଲା। ଏବେ ବେଙ୍ଗାଲୁରୁ ପୁଲିସ ମନସୁରକୁ ଖୋଜିବା ଆରମ୍ଭ କରିଥିବା ଜଣାଯାଇଛି।
Follow Us