କରୋନାଭାଇରସ୍ ନେଗେଟିଭ୍ ଆସିଥିବା ସମ୍ବାଦ ମିଥ୍ୟା: ଅମିତାଭ ବଚ୍ଚନ

Advertisment
କରୋନାଭାଇରସ୍ ନେଗେଟିଭ୍ ଆସିଥିବା ସମ୍ବାଦ ମିଥ୍ୟା: ଅମିତାଭ ବଚ୍ଚନ

Image Courtesy of India Today

ମୁମ୍ବାଇ: ନାନାବତୀ ସୁପର ସ୍ପେସାଲିଟି ହସ୍‌ପିଟାଲ୍‌ରେ ଚିକିତ୍ସିତ ହେବାର ୧୨ ଦିନ ପରେ କୋଭିଡ୍-୧୯ ନେଗେଟିଭ୍ ଆସିଛି ବୋଲି ଯେଉଁ ଖବର ଗଣମାଧ୍ୟମରେ ପ୍ରକାଶ ପାଇଛି ତାହା ମିଥ୍ୟା। ଏ କଥା ଆଜି ଅମିତାଭ ଟୁଇଟ୍ କରି ଜଣାଇଛନ୍ତି।

ପ୍ରକାଶିତ ରିପୋର୍ଟକୁ ଟ୍ୟାଗ୍ କରି ସେ ଲେଖିଛନ୍ତି- ଏ ସମ୍ବାଦ ଭୁଲ୍, ଦାୟିତ୍ବହୀନ, ମିଥ୍ୟା ଏବଂ ଅଭ୍ୟାସଗତ ମିଥ୍ୟା!!

ଏ ମାସ ପ୍ରାରମ୍ଭରେ ଅଭିନେତା ଅମିତାଭ, ତାଙ୍କ ପୁଅ ଅଭି‌ଷେକ, ବୋହୂ ଐଶ୍ବର୍ଯ୍ୟା ଏବଂ ନାତୁଣୀ ଆରାଧ୍ୟା କରୋନାଭାଇରସ୍ ପଜିଟିଭ୍ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିଥିଲା। କିନ୍ତୁ, ପତ୍ନୀ ଜୟା ବଚ୍ଚନଙ୍କ ନମୁନା ନେଗେଟିଭ୍ ଆସିଥିଲା ଏବଂ ସେ ଘରେ ରହୁଛନ୍ତି।

publive-image Image Courtesy of Hindustan Times

ଅମିତାଭ ନିୟମିତ ଭାବେ ତାଙ୍କ ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍‌ରେ ଅପ୍‌ଡେଟ୍ ପୋଷ୍ଟ୍‌ କରନ୍ତି। ଶୁଭେଚ୍ଛୁମାନଙ୍କର ଆଶ୍ବାସନା ହିଁ ତାଙ୍କୁ ଏହି କଠିନ ସମୟରେ ସାହା ହେଉଛି କହି ସେ ଧନ୍ୟବାଦ ଜଣାଇ ଆସୁଛନ୍ତି।

ମଙ୍ଗଳବାର ଦିନ ସେ ଲେଖିଥିଲେ, ଏକାନ୍ତବାସରେ ଏକା ଏକା ବସିଥିବା ବେଳେ  ବହୁ ଭାବନା ମନକୁ ଆସୁଛି। ସେବାଯତ୍ନ ଲୋଡୁଥିବା କିନ୍ତୁ, ପାଉ ନ ଥିବା ଅନେକଙ୍କ କଥା ମନେପଡ଼ୁଛି । ମତେ ଏତେ ପ୍ରଶଂସା କରୁଥିବା ହଜାର ହଜାର ଲୋକଙ୍କ  କଥା ବି ମନକୁ ଆସୁଛି । ଜାଣେନା ପ୍ରତିବଦଳରେ ମୁଁ ସେମାନଙ୍କୁ କିଛି ଦେବାକୁ ସମର୍ଥ ହୋଇଛି କି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe