ଆମ୍ବୁଲାନ୍ସରୁ ମିଳିଲା ନକଲି ନୋଟ୍ : ଲେଖାହୋଇଛି ‘ରିଭର୍ସ ବ୍ୟାଙ୍କ ଅଫ ଇଣ୍ଡିଆ’

Advertisment
ଆମ୍ବୁଲାନ୍ସରୁ ମିଳିଲା ନକଲି ନୋଟ୍ : ଲେଖାହୋଇଛି ‘ରିଭର୍ସ ବ୍ୟାଙ୍କ ଅଫ ଇଣ୍ଡିଆ’

ସୁରଟ: ଗୁଜୁରାଟର ସୁରଟରେ ଏକ ଆମ୍ବୁଲାନ୍ସରୁ ଗୁରୁବାର ପ୍ରାୟ ୨୫ କୋଟି ଟଙ୍କା ମୂଲ୍ୟର ନକଲି ନଗଦ ମିଳିଥିବା ଜଣାପଡ଼ିଛି ।

ଜାଲନୋଟ ଯାଉଥିବା ସୂଚନା ପାଇବା ପରେ ପୁଲିସ ଆମ୍ବୁଲାନ୍ସକୁ ଅଟକାଇ ଭିତରୁ ନକଲି ମୁଦ୍ରା ପାଇଥିଲା । ନୋଟ୍ ଗୁଡିକ ୬ଟି କାର୍ଟନରେ ୧୨୯୦ଟି ବଣ୍ଡଲରେ ଗଚ୍ଛିତ ରହିଥିଲା । ସୁରଟ ଜିଲ୍ଲାର କାମେରାଜ ଅଞ୍ଚଳରେ ପୋଲିସ ଆମ୍ବୁଲାନ୍ସକୁ ଅଟକାଇଥିଲା। ଏହି ନକଲି ଟଙ୍କା ୨୦୦୦ ଟଙ୍କିଆ ନୋଟରୁ ମିଳିଥିଲା। "ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ" ବଦଳରେ ନୋଟଗୁଡିକ ଉପରେ "ରିଭର୍ସ ବ୍ୟାଙ୍କ ଅଫ୍ ଇଣ୍ଡିଆ" ପ୍ରିଣ୍ଟ ରହି ଥିଲା ।

ତେବେ ଏଗୁଡ଼ିକ ଜାଲନୋଟ କାରବାର ପାଇଁ ଯାଉଥିଲା କି ପିଲାଙ୍କ ଖେଳିବା ଉଦ୍ଦେଶ୍ୟରେ ବିକ୍ରି ହେବା ପାଇଁ ଯାଉଥିଲା ସେ ନେଇ ପୁଲିସ ଦ୍ବନ୍ଦ୍ବରେ ପଡ଼ିଯାଇଛି । ଏଥିପାଇଁ ଉକ୍ତ ନୋଟଗୁଡ଼ିକ ଜାଲ ନୋଟ ପର୍ଯ୍ୟାୟରେ ଯିବ କି ନାହିଁ, ତାହା ନିଶ୍ଚିତ ହେବାକୁ ରିଜର୍ଭ ବ୍ୟାଙ୍କ, ଷ୍ଟେଟବ୍ୟାଙ୍କ ଓ ଫୋରେନସିକ ଲାବର ସହାୟତା ନିଆଯାଉଛି ।

ପୋଲିସ ଅଧିକାରୀଙ୍କ କହିବାନୁସାରେ, ଯେଉଁ ବ୍ୟକ୍ତିଙ୍କଠାରୁ ସୁରଟରେ ନୋଟ୍ ନିଆଯାଇଥିଲା, ତାଙ୍କୁ ଚିହ୍ନଟ କରାଯାଇଛି ଏବଂ ତାଙ୍କୁ ପଚରାଉଚରା କରାଯିବ।  ନିଶ୍ଚିତ କରିବା ପାଇଁ ଏକ ବିସ୍ତୃତ ପରୀକ୍ଷା କରାଯିବ ଯେ ଏହି ନୋଟ୍ ଗୁଡିକ ଭାରତୀୟ ଅର୍ଥନୀତିକୁ କ୍ଷତି ପହଞ୍ଚାଇବ ନାହିଁ ଏବଂ କାହାକୁ ଠକେଇ ଉଦ୍ୟେଶ୍ୟରେ ବ୍ୟବହାର ହେବ ନାହିଁ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe