ଅନ୍‌ଲାଇନ୍‌ରେ ‘ନକଲି ସମୀକ୍ଷା’ ମହଙ୍ଗା ପଡ଼ିବ, ସରକାର ଆଣିଲେ ଗାଇଡ୍‌ଲାଇନ୍

Advertisment
ଆମାଜନ୍‌ରେ ଓଡ଼ିଶାର ୩୭୦୦ରୁ ଅଧିକ ସ୍ଥାନୀୟ ଦୋକାନ ବିକ୍ରି କରୁଛନ୍ତି ଉତ୍ପାଦ

ନୂଆଦିଲ୍ଲୀ : ଅନ୍‌ଲାଇନ୍‌ରେ ଉତ୍ପାଦ ବିକ୍ରି କରୁଥିବା ଏବଂ ସେବା ଯୋଗାଉଥିବା କଂପାନିଗୁଡ଼ିକ ଯେଉଁ ସମୀକ୍ଷା ପ୍ରକାଶ କରୁଛନ୍ତି ସେ ସମ୍ପର୍କିତ ନିୟମକୁ ସରକାର କଡ଼ାକଡ଼ି କରିଛନ୍ତି। ଅନଲାଇନ୍‌ ପ୍ଲାଟଫର୍ମରେ ପ୍ରକାଶ ପାଉଥିବା ଅଧିକାଂଶ ସମୀକ୍ଷା ନକଲି ଏବଂ ତାହା ଗ୍ରାହକମାନଙ୍କ କିଣାକିଣି ନିଷ୍ପତ୍ତିକୁ ପ୍ରଭାବିତ କରୁଥିବା ଅଭିଯୋଗ ରହୁଛି। ଅନେକ ସମୟରେ ଏହି ନକଲି ସମୀକ୍ଷା ଦ୍ବାରା ପ୍ରଭାବିତ ହୋଇ ଗ୍ରାହକମାନେ ଠକାମିର ଶିକାର ହେଉଛନ୍ତି। ଅନଲାଇନ୍‌ରେ ସପିଙ୍ଗ୍‌ କରୁଥିବା କିମ୍ବା ସେବା ହାସଲ କରୁଥିବା ଗ୍ରାହକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ସରକାର ଆଜି ଏକ କଠୋର ଗାଇଡ୍‌ଲାଇନ୍ ଜାରି କରିଛନ୍ତି ଯାହାକୁ ଚଳିତ ମାସ ୨୫ରୁ ଲାଗୁ କରାଯିବ।

ନକଲି ସମୀକ୍ଷା ସମସ୍ୟାର ମୁକାବିଲା କରିବା ଲାଗି କଂପାନିଗୁଡ଼ିକ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଉଛି। କିଣାଯାଇଥିବା ସମୀକ୍ଷା ପାଖରେ ‘ପେଡ୍‌ ରିଭ୍ୟୁ’ ଲେଖିବା, ସମୀକ୍ଷା କରିଥିବା ବ୍ୟକ୍ତିଙ୍କ ଅସଲି ପରିଚୟ ହାସଲ କରିବା, ସମୀକ୍ଷାଗୁଡ଼ିକୁ କ୍ରମାନ୍ବୟରେ ପ୍ରକାା କରିବା ଏବଂ କେଉଁ ଆଧାରରେ ଷ୍ଟାର ରେଟିଂ ଦିଆଯାଉଛି ତାହାର ପଦ୍ଧତି ଜଣାଇବା ଲାଗି କଂପାନିଗୁଡ଼ିକୁ ସରକାର କହିଛନ୍ତି।

ଟାଟା ସନ୍ସ, ଆମାଜନ, ଫ୍ଲିପ୍‌କାର୍ଟ, ଜେପ୍‌ଟୋ, ରିଲାଏନ୍ସ, ‌ଗୁଗୁଲ୍, ମେଟା, ଜୋମାଟୋ, ସ୍ବିଗି, ମିଶୋ ଏବଂ ବ୍ଲିଙ୍କ୍‌ଇଟ୍‌ ଭଳି କଂପାନିକୁ ନେଇ ଏକ କମିଟି ଗଠନ କରାଯାଇଛି ଯାହା ସମୀକ୍ଷା ଲାଗି ମାନକ ନିର୍ଧାରଣ କରିବାରେ ସରକାରଙ୍କୁ ସହାୟତା ପ୍ରଦାନ କରିବ। ନକଲି ସମୀକ୍ଷାର ମୁକାବିଲା ଲାଗି ଗାଇଡ୍‌ଲାଇନ୍‌ ଆଣିବାରେ ଭାରତ ହେଉଛି ବିଶ୍ବର ପ୍ରଥମ ଦେଶ। ଯେଉଁ କଂପାନିଗୁଡ଼ିକ ଏହି ଗାଇଡ୍‌ଲାଇନ୍‌କୁ ଠିକ୍ ଭାବେ ପାଳନ କରିବେ ସେମାନେ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ (ବିଆଇଏସ୍‌)ରୁ ସାର୍ଟିଫିକେସନ ହାସଲ କରିପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe