ନକଲି ଭୋଟର ଟାର୍ଗେଟ ପୂରଣ କରୁଛନ୍ତି: ମିଲ୍କିପୁରରେ ମତଦାନ ମଧ୍ୟରେ ଅଖିଳେଶଙ୍କ ବଡ଼ ଅଭିଯୋଗ

Advertisment

ଉତ୍ତର ପ୍ରଦେଶର ଅଯୋଧ୍ୟାର ମିଲ୍କିପୁର ବିଧାନସଭା ଆସନରେ ମତଦାନ ଚାଲିଥିବା ବେଳେ, ଏସପି ମୁଖ୍ୟ ଅଖିଳେଶ ଯାଦବ ଏକ ଅଡିଓ ଜାରି କରି ବଡ଼ ଅଭିଯୋଗ କରିଛନ୍ତି। ନକଲି ଭୋଟର ଟାର୍ଗେଟ ପୂରଣ କରୁଥିବା ସେ କହିଛନ୍ତି...

ଉତ୍ତର ପ୍ରଦେଶର ଅଯୋଧ୍ୟାର ମିଲ୍କିପୁର ବିଧାନସଭା ଆସନରେ ମତଦାନ ଚାଲିଥିବା ବେଳେ, ଏସପି ମୁଖ୍ୟ ଅଖିଳେଶ ଯାଦବ ଏକ ଅଡିଓ ଜାରି କରି ବଡ଼ ଅଭିଯୋଗ କରିଛନ୍ତି। ନକଲି ଭୋଟର ଟାର୍ଗେଟ ପୂରଣ କରୁଥିବା ସେ କହିଛନ୍ତି...

Fake voters meeting targets: Akhilesh's big complaint amid polling in Milkipur

Fake voters meeting targets: Akhilesh's big complaint amid polling in Milkipur Photograph: (sambad.in)

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଅଯୋଧ୍ୟାର ମିଲ୍କିପୁର ଆସନରେ ଉପନିର୍ବାଚନ ମଧ୍ୟରେ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏକ ଅଡିଓ ସେୟାର କରିଛନ୍ତି।

ଅଖିଳେଶ ସୋସିଆଲ ମିଡିଆ ସାଇଟ୍ ଏକ୍ସରେ ଏକ ୫୧ ସେକେଣ୍ଡର ଅଡିଓ ସେୟାର କରିଛନ୍ତି।  ଯେଉଁଥିରେ ଟାର୍ଗେଟ ପୂରଣ ପାଇଁ ନକଲି ଭୋଟର ମତଦାନ କରୁଥିବା ବିଷୟରେ ସେ କହିଛନ୍ତି। କଥା ହେଉଥିବା ଲୋକମାନେ ପ୍ରିଜାଇଡିଂ ଅଫିସର ବୋଲି ଅଖିଳେଶ କହିଛନ୍ତି।

ଅଡିଓ ସେୟାର କରି ଅଖିଳେଶ ଲେଖିଛନ୍ତି, ଶାସକ ଦଳ ପାଇଁ ନକଲି ଭୋଟିଂର ଟାର୍ଗେଟ ପୂରଣ କରୁଥିବା ପ୍ରିଜାଇଡିଂ ଅଫିସରଙ୍କ ସତ୍ୟ ପ୍ରକାଶ କରିବା ପାଇଁ ଏହା ଏକ ଷ୍ଟିଙ୍ଗ୍ ଅପରେସନ୍। ସେମାନଙ୍କ ବୁଥ୍‌ରେ ନିର୍ବାଚନ ତୁରନ୍ତ ବାତିଲ କରାଯିବା ଉଚିତ୍ ଏବଂ ଅଡିଓ ପ୍ରମାଣ ଆଧାରରେ ସେମାନଙ୍କୁ ପ୍ରଥମେ ନିଲମ୍ବିତ କରାଯିବା ଉଚିତ୍ ତଥା ଉପଯୁକ୍ତ ନ୍ୟାୟିକ କାର୍ଯ୍ୟାନୁଷ୍ଠାନ ପରେ ବରଖାସ୍ତ କରାଯିବା ଉଚିତ୍।

ନିର୍ବାଚନ ଜାଲିଆତି ଏବଂ ଅଧିକାରୀଙ୍କ ଦ୍ୱାରା ହେରଫେରର ଏପରି ଆହୁରି ଭିଡିଓ ଏବଂ ଅଡିଓ ବାହାରକୁ ଆସୁଛି। ଯେତେବେଳେ ସେମାନେ ଚାକିରି ହରାଇବେ ଏବଂ ସମାଜରେ ବଦନାମ ହେବେ, ହୁଏତ ସେତେବେଳେ ସେମାନଙ୍କର ବିଶ୍ୱାସ ଏବଂ ବିବେକ ଜାଗ୍ରତ ହେବ ବୋଲି ଅଖିଳେଶ କହିଛନ୍ତି।

ପୂର୍ବତନ ୟୁପି ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ସରକାର ସେମାନଙ୍କୁ ବ୍ୟବହାର କରିବେ ଏବଂ ତା’ପରେ ଏହି ମାମଲାରୁ ହାତ ଧୋଇଦେବେ, ତା’ପରେ ସେମାନେ ଜେଲରେ ରହିବେ ଏବଂ ନିଜ ସମାଜ, ପରିବାର ଏବଂ ପିଲାମାନଙ୍କ ଦୃଷ୍ଟିରେ ଅପମାନର ଜୀବନ ବଞ୍ଚିବେ।

ଅଧିକ ପଢ଼ନ୍ତୁ: ସମ୍ପର୍କ ସୁଧାରିବା ପାଇଁ ଚୀନ୍ ହାତ ବଢ଼ାଇଲା

ଆମେ ସେହି ସମସ୍ତ ସଚ୍ଚୋଟ ଏବଂ ସତ୍ୟବାଦୀ ଅଧିକାରୀଙ୍କୁ ଧନ୍ୟବାଦ ଦେଉଛୁ ଯେଉଁମାନେ ବିଜେପି ପାର୍ଟି ଅଫିସ ଦ୍ୱାରା ଦିଆଯାଇଥିବା 'ନକଲି ଭୋଟିଂ ଟାର୍ଗେଟ'କୁ ଗ୍ରହଣ କରିବାକୁ ମନା କରିଥିଲେ। ସୁପ୍ରିମକୋର୍ଟ ଏବଂ ନିର୍ବାଚନ କମିସନ ଗଣତନ୍ତ୍ରର ଏପରି ଶତ୍ରୁମାନଙ୍କ ପ୍ରତି ତୁରନ୍ତ ଦୃଷ୍ଟି ଦେବା ଉଚିତ୍ ବୋଲି ସେ ଭିଡିଓରେ କହିଛନ୍ତି।

ଅଧିକ ପଢ଼ନ୍ତୁ: ମଣପୁରମ୍‌ ଫାଇନାନ୍ସ କାର୍ଯ୍ୟାଳୟରୁ ସଶସ୍ତ୍ର ଡକାୟତି ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe