୧୬ ଥର ହାରିବାପରେ ଏଥର ପୁଣି ନିର୍ବାଚନ ଲଢ଼ିବେ ମଥୁରାର ଫକ୍‌କଡ ବାବା

Advertisment
୧୬ ଥର ହାରିବାପରେ ଏଥର ପୁଣି ନିର୍ବାଚନ ଲଢ଼ିବେ ମଥୁରାର ଫକ୍‌କଡ ବାବା

ମଥୁରା: ୧୬ ଥର ନିର୍ବାଚନ ପରାଜୟ ବରଣ କରିଥିବା ମଥୁରାର ଫକ୍‌କଡ ବାବା ରାମାୟଣୀ ପୁଣି ଥରେ ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିଛନ୍ତି। ୧୯୭୬ ମସିହାରୁ କ୍ରମାଗତଭାବେ ମଥୁରାର ଫକ୍‌କଡ ବାବା ରାମାୟଣୀ ୧୭ ଥର ଲାଗି ନିର୍ବାଚନ ମଇଦାନକୁ ଓହ୍ଲାଇବେ। ତାଙ୍କ ଗୁରୁ ତାଙ୍କୁ ୨୦ଥର ନିର୍ବାଚନ ଲଢିବାକୁ କହିଥିଲେ ଓ ଶେଷ ଥର ସେ ବିଜୟୀ ହେବେ ବୋଲି ଗତ ୪୩ ବର୍ଷ ଧରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି ବୋଲି କହିଛନ୍ତି ଫକ୍‌କଡ ବାବା।

ପ୍ରତିଥର ଭକ୍ତ ଓ ସମର୍ଥକମାନେ ତାଙ୍କୁ ନିର୍ବାଚନ ଲଢିବାକୁ ଆର୍ଥିକ ସହାୟତା ଦେଇଛନ୍ତି। ଏଥର ନିର୍ବାଚନ ଲଢିବା ପୂର୍ବରୁ ତାଙ୍କୁ ଭକ୍ତମାନେ ୨୫ ହଜାର ଟଙ୍କା ଦେଇ ସାରିଲେଣି ବୋଲି ସେ କହିଛନ୍ତି। ଏଥର ସେ ବିଜୟୀ ହେବେ ନାହିଁ ବୋଲି ଜାଣି ମଧ୍ୟ ପ୍ରାର୍ଥୀ ହେବେ ବୋଲି ଫକ୍‌କଡ ବାବା କହିଛନ୍ତି। ଫକ୍‌କଡ ବାବାଙ୍କ ଭଳି ଜୋଗେନ୍ଦର ସିଂହ ଓରଫ ଧରତୀ ପକ୍‌କଡ ମଧ୍ୟ ୧୯୯୨ରୁ ୧୯୯୮ ଯାଏଁ ୨୫ ଥର ନିର୍ବାଚନ ଲଢି ପରାଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe