ସମଗ୍ର ବିଶ୍ବରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରତି ବିପଦ ନିଶାଚର ପ୍ରଜାପତି ‘ଫଲ୍‌ ଆର୍ମିୱାର୍ମ’: ଜାତିସଂଘ

Advertisment
ସମଗ୍ର ବିଶ୍ବରେ ଖାଦ୍ୟଶସ୍ୟ ଉତ୍ପାଦନ ପ୍ରତି ବିପଦ ନିଶାଚର ପ୍ରଜାପତି ‘ଫଲ୍‌ ଆର୍ମିୱାର୍ମ’: ଜାତିସଂଘ

Image Courtesy of Entomology Today

ନୂଆଦିଲ୍ଲୀ: ବିଶ୍ବର ଖାଦ୍ୟ ନିରାପତ୍ତା ପ୍ରତି ନିଶାଚର ପ୍ରଜାପତି ‘ଫଲ୍‌ ଆର୍ମିୱାର୍ମ’ ବିପଦର କାରଣ ବୋଲି ସତର୍କସୂଚନା ଜାରି କରି ଜାତିସଂଘର ‘ଖାଦ୍ୟ ଓ କୃଷି ସଙ୍ଗଠନ’ କହିଛି।

ଜାତିସଂଘର ‘ଖାଦ୍ୟ ଓ କୃଷି ସଙ୍ଗଠନ’ କହିଛି ‌ଯେ, ଏପର୍ଯ୍ୟନ୍ତ ଭାରତ ସମେତ ୭୦ଟି ଦେଶକୁ ଏହି କୀଟ ବ୍ୟାପୀ ଗଲାଣି। ମକା ଓ ଧାନ ସମେତ ସାଧାରଣତଃ ୮୦ ପ୍ରକାର ଉଦ୍ଭିଦ ଉପରେ ଆକ୍ରମଣ କରୁଥିବା ଏହି କୀଟ ସମୁଦାୟ ଫଲସ ଉଜାଡ଼ି ଦିଏ।

ନେଡ଼ିଗୁଡ଼ କହୁଣିକୁ ବୋହି ଯିବାର ଆଗରୁ ବିଭିନ୍ନ ରାଷ୍ଟ୍ର ଫସଲ ଉଦ୍ଧାର ଓ ପ୍ରତିରକ୍ଷା ବ୍ୟବସ୍ଥା କରିବା ଉଚିତ ବୋଲି ବିଶେଷଜ୍ଞମାନଙ୍କର ବିଶ୍ବାସ ରହିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଜାରି କରିଥିବା ସୂଚନା ଅନୁସାରେ, ଏହି କୀଟ ଦମନ କରିବା ଲାଗି ପ୍ରାୟ ୧୨ ଡଲାର ବ୍ୟୟ କରାଯାଇଛି।

publive-image Image Courtesy of Zee News

ସୂଚନାଯୋଗ୍ୟ, ଖାଦ୍ୟ ଅନ୍ବେଷଣରେ ଏହି କୀଟ ରାତିକେ ୧୦୦୦ କିଲୋମିଟର୍‌ ଉଡ଼ିଯାଇ ପାରେ। ୪ରୁ ୫ଦିନ ବଞ୍ଚୁଥିବା ଏହି କୀଟ ଜୀବନକାଳନ ମଧ୍ୟରେ ପ୍ରାୟ ୧୦୦୦ ଅଣ୍ଡା ଦେଇଥାଏ। ମକା ଫଲସ ଏହାର ପ୍ରଧାନ ଖାଦ୍ୟ ବୋଲି ବୈଜ୍ଞାନିକମାନେ କହୁଛନ୍ତି।

ମୁଖ୍ୟତଃ ଆମେରିକାରେ ଦେଖାଯାଉଥିବା ଏହି କୀଟ ୨୦୧୬ରେ ନାଇଜେରିଆରେ ପହଞ୍ଚିଥିବା ରିପୋର୍ଟ ହୋଇଥିଲା। ଖୁବ୍‌ ସ୍ବଳ୍ପ ସମୟରେ ଆଫ୍ରିକାର ୪୪ଟି ଦେଶରେ ବ୍ୟାପିଯାଇ ବ୍ୟାପକ କ୍ଷତି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe