‘ସିବିଏସ୍‌ଇ’ ସିଲାବସ୍ ସମ୍ବନ୍ଧୀୟ ବିବାଦ ଉପରେ ସ୍ପଷ୍ଟୀକରଣ ଦେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

‘ସିବିଏସ୍‌ଇ’ ସିଲାବସ୍ ସମ୍ବନ୍ଧୀୟ ବିବାଦ ଉପରେ ସ୍ପଷ୍ଟୀକରଣ ଦେଲେ ମାନବ ସମ୍ବଳ ବିକାଶ ମନ୍ତ୍ରୀ

Image Courtesy of Pehal News

ନୂଆଦିଲ୍ଲୀ: ୨୦୨୦-୨୧ ଶିକ୍ଷାବର୍ଷ ଲାଗି ନବମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀଯାଏଁ ‘ସିବିଏସ୍‌ଇ’ ପାଠ୍ୟଖସଡ଼ା‌ରୁ କେତେକ ବିଷୟ ବାଦ ଦିଆଯାଇଥିବା ସମ୍ବନ୍ଧରେ ଅନେକ ବିଭ୍ରାନ୍ତିକର କଥା ଶୁଣାଯାଉଛି ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିୟାଲ୍ ନିଶଙ୍କ କହିଛନ୍ତି। ଏସବୁ ମିଥ୍ୟା ପ୍ରଚାର ଏବଂ ଶିକ୍ଷାରୁ ରାଜନୀତିକୁ ଦୂରେଇ ନେବାକୁ ସେ ଅନୁରୋଧ କରିଛନ୍ତି।

ଏକ ନିର୍ଦ୍ଦିଷ୍ଟ ଆଦର୍ଶର ପ୍ରଚାର ପାଇଁ ଭାରତୀୟ ଗଣତନ୍ତ୍ର ଏବଂ ବହୁବିଧତା ଥିବା ଅନୁଚ୍ଛେଦଗୁଡ଼ିକୁ ସମାଜ ବିଜ୍ଞାନ ପାଠ୍ୟଖସଡ଼ାରୁ ବାଦ ଦିଆଯାଇଛି ବୋଲି ଦାବି କରି ବିରୋଧୀ ଦଳମାନେ ବିବାଦ କରିଥିଲେ।

publive-image Image Courtesy of Livemint

ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି, ସିବିଏସ୍‌ଇ ଦେଇଥିବା ସ୍ପଷ୍ଟକରିଛି ଯେ, ସ୍କୁଲ୍ ସବୁ ଏନ୍‌ସିଇଆର୍‌ଟି ଅଲ୍‌ଟର୍‌ନେଟ୍ ଏକାଡେମିକ୍ କ୍ୟାଲେଣ୍ଡର୍ ଅନୁସରଣ କରିବେ। ସେଥିରେ ଉଲ୍ଲେଖ କରାଯାଇଥିବା ବିଷୟଗୁଡ଼ିକ ଏକା ଶିକ୍ଷା ବର୍ଷର। ଏହାର ଏକମାତ୍ର ଉଦ୍ଦେଶ୍ୟ ହେଉଛି ପାଠ୍ୟଖସଡ଼ାକୁ ୩୦% କମାଇ ଶିକ୍ଷାର୍ଥୀମାନଙ୍କୁ ଟିକେ ଚାପମୁକ୍ତ କରିବା। କୋଭିଡ୍-୧୯ ସଂକ୍ରମଣ ଯୋଗୁଁ କେବଳ ଗୋଟିଏ ଥର ନିମନ୍ତେ ଏଗୁଡ଼ିକୁ ବାଦ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe