ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ‘ମିଛ ଖବର’ ଚାଲିଛି: ରୁଷ୍‌ ବିଦେଶ ମନ୍ତ୍ରୀ

ଲୁହାନସ୍କ‌ରେ ବିଜୟ ଘୋଷଣା କଲେ ପୁଟିନ

Image Courtesy of Sky News

ମସ୍କୋ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅସୁସ୍ଥ ଏବଂ ସେ ଅତି ବେଶିରେ ୩ ବର୍ଷ ବଞ୍ଚିବେ ବୋଲି ଖବର ପ୍ରସାରିତ ହେବାପରେ ରୁଷ୍‌ ବିଦେଶ ମନ୍ତ୍ରୀ ସର୍ଗେୟି ଲାଭରୋଭ ଏହାକୁ ଖଣ୍ଡନ କରିଛନ୍ତି। ରୁଷ୍‌ ବିଦେଶ ମନ୍ତ୍ରୀ କହିଛନ୍ତି, ପୁଟିନ ଅସୁସ୍ଥ ଥିବାନେଇ କୌଣସି ଲକ୍ଷଣ ନାହିଁ। ରୁଷ୍‌ର ଏହି ଶୀର୍ଷ କୂଟନୀତିଜ୍ଞ କହିଛନ୍ତି, ହିତାହିତ ଜ୍ଞାନ ଥିବା ଜଣେ ଲୋକ ପୁଟିନଙ୍କଠାରେ କୌଣସି ଅସୁସ୍ଥତାର ଲକ୍ଷଣ ଦେଖିପାରିବେନି। ଲାଭରୋଭ କହିଛନ୍ତି, ୭୦ ବର୍ଷୀୟ ପୁଟିନ ସବୁଦିନ ସର୍ବସାଧାରଣରେ ଦେଖାଦେଉଛନ୍ତି। ତାଙ୍କୁ ପରଦା ଉପରେ ଦେଖିବାକୁ ମିଳୁଛି ଏବଂ ତାଙ୍କ ଭାଷଣ ବି ଶୁଣିବାକୁ ମିଳୁଛି। ରାଷ୍ଟ୍ରପତି ନିୟମିତ ଅଫିସ୍‌ କାମ କରୁଛନ୍ତି। ପୁଟିନ ଆଦୌ ଅସୁସ୍ଥ ନାହାନ୍ତି ବୋଲି ଲାଭରୋଭ କହିଛନ୍ତି। ପଶ୍ଚିମ ରାଷ୍ଟ୍ରର କେତେକ ଗଣମାଧ୍ୟମ ଲଗାତାର ପୁଟିନଙ୍କ ସ୍ବାସ୍ଥ୍ୟକୁ ନେଇ ମିଛ ଖବର ପ୍ରସାର କରୁଛନ୍ତି ଏବଂ ଏହା କେବଳ ବିଭ୍ରାନ୍ତି ସୃଷ୍ଟି ପାଇଁ ଉଦ୍ଦିଷ୍ଟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe