ହସଖୁସିରେ ଘରକୁ ଫେରୁଥିବା ବେଳେ ଚାଳକଙ୍କ ଆଖିଲାଗି ଯିବାରୁ ଟ୍ରକ ସହିତ ପିଟିହେଲା କାର: ଉଡ଼ିଗଲା ୪ଜଣ ଯାତ୍ରୀଙ୍କ ପ୍ରାଣବାୟୁ

Advertisment
ହସଖୁସିରେ ଘରକୁ ଫେରୁଥିବା ବେଳେ ଚାଳକଙ୍କ ଆଖିଲାଗି ଯିବାରୁ ଟ୍ରକ ସହିତ ପିଟିହେଲା କାର: ଉଡ଼ିଗଲା ୪ଜଣ ଯାତ୍ରୀଙ୍କ ପ୍ରାଣବାୟୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଇଟୱା ଜିଲ୍ଲାରୁ ସଡ଼କ ଦୁର୍ଘଟଣାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ କେହି କିଛି ବୁଝିବା ପୂର୍ବରୁ ଏକାସାଙ୍ଗରେ ପରିବାରର ୪ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଯାଇଥିଲା।

ସୂଚନାଯୋଗ୍ୟ, ଏକ ଅର୍ଟିଗା କାର ଦିଲ୍ଲୀରୁ ହମିରପୁରର ମହୋୱା ଅଭିମୁଖେ ଯାଉଥିଲା। ଏହି ସମୟରେ ଗାଡ଼ି ଚଲାଉଥିବା ବ୍ୟକ୍ତିଙ୍କ ଆଖି ଲାଗି ଯାଇଥିଲା। ଯେଉଁ କାରଣରୁ କାରଟି ଯାଇ ଟ୍ରକ ସହିତ ଧକ୍କା ହୋଇଥିଲା। ଆଖିପିଛୁଳାକେ କାରଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯିବା ସହିତ ଭିତରେ ଥିବା ୪ଜଣଙ୍କ ସଦସ୍ୟଙ୍କ ପ୍ରାଣବାୟୁ ଉଡ଼ିଯାଇଥିବା ବେଳେ ବାକି ତିନିଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ତିନିଜଣ ପୁରୁଷ ଓ ଜଣେ ମହିଳା ଥିବା ବେଳେ ଆହତଙ୍କ ମଧ୍ୟରେ ଜଣେ ମହିଳା ଓ ଦୁଇଜଣ ଶିଶୁ ରହିଛନ୍ତି।

ଏହି ଦୁର୍ଘଟଣା ଏତେ ଭୟାବହ ଥିଲା କି ଉଦ୍ଧାରକାରୀ ଦଳ ଗ୍ୟାସ କଟର ସାହାଯ୍ୟରେ କାରକୁ କାଟି ମୃତକ ଓ ଆହତଙ୍କୁ ଉଦ୍ଧାର କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିବା ବେଳେ ଆହତଙ୍କୁ ଉଦ୍ଧାରକରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଛି। ଏଥିସହିତ ଉଭୟ ମୃତକ ଓ ଆହତଙ୍କ  ପରିବାରଲୋକଙ୍କୁ ଏହି ଦୁଃଖଦ ଘଟଣା ବିଷୟରେ ପୁଲିସ ସୂଚନା ଦେଇ ସାରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe