ଦୁର୍ଘଟଣାରେ ବଞ୍ଚିଗଲା ବଳି ପଡ଼ିବାକୁ ଯାଉଥିବା ଛେଳି, ଚାଲିଗଲା ୪ଜଣକ ଜୀବନ

Advertisment

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଦ୍ରୁତଗାମୀ ଏସୟୁଭି ପୋଲର ରେଲିଂ ଭାଙ୍ଗି ୩୦ଫୁଟ ତ‌ଳେ ଥିବା ଶୁଖିଲା ନଦୀରେ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି।

ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଦ୍ରୁତଗାମୀ ଏସୟୁଭି ପୋଲର ରେଲିଂ ଭାଙ୍ଗି ୩୦ଫୁଟ ତ‌ଳେ ଥିବା ଶୁଖିଲା ନଦୀରେ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଛି।

WE

ଜବଲପୁର: ମଧ୍ୟପ୍ରଦେଶର ଜବଲପୁର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଏଠାରେ ଏକ ଦ୍ରୁତଗାମୀ ଏସୟୁଭି ପୋଲର ରେଲିଂ ଭାଙ୍ଗି ୩୦ଫୁଟ ତ‌ଳେ ଥିବା ଶୁଖିଲା ନଦୀରେ ଖସି ପଡ଼ିଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଆଶ୍ଚର୍ଯ୍ୟର କଥା ହେଲା, ଗାଡ଼ିରେ ଥିବା ଛେଳିଟିର ଜୀବନ ବଞ୍ଚିଯାଇଛି। ପୂଜା ପରେ ପରିବାର ଛେଳିର ବଳି ଦେବା ପାଇଁ ନେଉଥିଲେ। ମୃତକମାନେ ହେଲେ କିଶନ ପଟେଲ (୩୫), ମହେନ୍ଦ୍ର ପଟେଲ (୩୫), ସାଗର ପଟେଲ (୧୭) ଏବଂ ରାଜେନ୍ଦ୍ର ପଟେଲ (୩୬)। ଆହତ ୨ଜଣ ହେଉଛନ୍ତି ଜିତେନ୍ଦ୍ର ପଟେଲ (୩୬) ଏବଂ ମନୋଜ ପଟେଲ (୩୫) ।

ସୂଚନା ମୁତାବକ, ଜିଲ୍ଲା ମୁଖ୍ୟାଳୟରୁ ପ୍ରାୟ ୩୦କିଲୋମିଟର ଦୂରରେ ଚରଗୱା-ଜବଲପୁର ରାସ୍ତାରେ ଅପରାହ୍ନ ୩.୩୦ରୁ ୪ଟା ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଗାଡ଼ିରେ ପଟେଲ ପରିବାରର ୬ଜଣ ସଦସ୍ୟ ଥିଲେ, ଯେଉଁମାନେ ନରସିଂହପୁରର ଦାଦା ଦରବାରରେ ଛେଳି ଏବଂ କୁକୁଡ଼ା ଅର୍ପଣ କରି ଜବଲପୁର ଫେରୁଥିଲେ। ଘରକୁ ଫେରିବା ପରେ ଚିକେନ୍ ଏବଂ ମଟନ୍ ଭୋଜି କରିବାର ଯୋଜନା ରଖିଥିଲା ପଟେଲ ପରିବାର। ହେଲେ ଏହି ଯୋଜନା କେବଳ ଯୋଜନାରେ ରହିଯାଇଛି। ଦୁର୍ଘଟଣାରେ କୁକୁଡାର ମୃତ୍ୟୁ ହୋଇଥିବା ବେଳେ ଛେଳିର କାନ କଟିଯାଇଥିବା କହିଛି ପୁଲିସ। ଦ୍ରୁତ ଗତି ପାଇଁ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ପୁଲିସ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe