ମେରଟ୍: ଉତ୍ତରପ୍ରଦେଶର ମେରଟରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ଘରୁ ଗୋଟାଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି। ମେରଟର୍ ଲିସାରି ଗେଟ୍ ଅଞ୍ଚଳରେ ଗୋଟିଏ ପରିବାରର ପାଞ୍ଚ ଜଣ ସଦସ୍ୟଙ୍କ ମୃତଦେହ ସେମାନଙ୍କ ଘର ଭିତରୁ ମିଳିଛି। ମୃତକଙ୍କ ମଧ୍ୟରେ ୩ ଜଣ ଶିଶୁ ଅଛନ୍ତି। ସ୍ବାମୀ, ସ୍ତ୍ରୀ ଓ ସେମାନଙ୍କ ୩ ପିଲାଙ୍କର ମୃତଦେହ ଉଦ୍ଧାର କରଯାଇଛି ଘର ଭିତରୁ। ମୃତ ୩ ଜଣ ଯାକ ଝିଅଙ୍କର ବୟସ ୧୦ ବର୍ଷରୁ କମ୍।
ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଦମ୍ପତିଙ୍କ ମୃତଦେହ ଘରେ ପଡ଼ିଥିବା ବେଳେ, ପିଲାମାନଙ୍କ ମୃତଦେହ ଏକ ବେଡ୍ ବକ୍ସ ଭିତରୁ ମିଳିଥିଲା। ଏଥିରୁ ଏହା ଏକ ହତ୍ୟା ମାମଲା ବୋଲି ଅନୁମାନ କରାଯାଉଛି।
ପୁଲିସର କହିବା ଅନୁଯାୟୀ, ସମସ୍ତ ମୃତଦେହର ମୁଣ୍ଡରେ ଆଘାତ ଲାଗିଥିଲା ​​ଏବଂ ସେମାନଙ୍କୁ କୌଣସି ଭାରୀ ଜିନିଷ ଦ୍ୱାରା ଆଘାତ କରାଯାଇଥିବା ପରି ମନେ ହେଉଛି।
"ଶରୀର ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ କ’ଣ ଜଣାପଡ଼ିବ। ପ୍ରାରମ୍ଭିକ ତଦନ୍ତରୁ ଏହା ବ୍ୟକ୍ତିଗତ ଶତ୍ରୁତା ଯୋଗୁ ହୋଇଛି ବୋଲି ମନେ ହେଉଛି। ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ତଦନ୍ତ ଦ୍ରୁତ ଗତିରେ ଚାଲିଛି" ବୋଲି ଏସ୍ଏସ୍ପି ବିପିନ ତାଡା କହିଛନ୍ତି।
Follow Us