ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସ୍‌ପିଜି ସୁରକ୍ଷା ମିଳିବନି

Advertisment
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଏସ୍‌ପିଜି ସୁରକ୍ଷା ମିଳିବନି

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପରିବାର ସଦସ୍ୟଙ୍କୁ ଆଉ ଏସ୍‌ପିଜି କମାଣ୍ଡୋମାନେ ସୁରକ୍ଷା ଦେବେନି। ଏସ୍‌ପିଜି ଆଇନରେ ହୋଇଥିବା ସଂଶୋଧନକୁ କେନ୍ଦ୍ର କ୍ୟାବି‌ନେଟ୍‌ ଦ୍ବାରା ମଂଜୁରି ମିଳିଛି ବୋଲି ଏକ ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି। ଏହି ସଂଶୋଧିତ ଆଇନ ବଳରେ କେବଳ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କୁ ହିଁ ଏସ୍‌ପିଜି ସୁରକ୍ଷା ମିଳିବ। ସୂଚନାନୁଯାୟୀ ଆସନ୍ତା ସପ୍ତାହରେ ଗୃହ ମନ୍ତ୍ରାଳୟ ଦ୍ବାରା ଲୋକସଭାରେ ଏସ୍‌ପିଜି ସ‌ଂଶୋଧନ ବିଲ୍‌ ଆଗତ ହେବ। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କ ପୁଅ ରାହୁଲ ଗାନ୍ଧୀ ଏବଂ ଝିଅ ପ୍ରିୟଙ୍କା ଗାନ୍ଧୀ ଓ ପୁର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଏସ୍‌ପିଜି ସୁରକ୍ଷା ପ୍ରତ୍ୟାହାର କରିବାପରେ କେନ୍ଦ୍ର କ୍ୟାବିନେଟ୍‌ ଦ୍ବାରା ଏସ୍‌ପିଜି ସଂଶୋଧନ ବିଲ୍‌କୁ ମଂଜୁରି ମିଳିଛି। ତେବେ ନୂଆ ସଂଶୋଧିତ ଆଇନ ବଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହିଁ କେବଳ ଏସ୍‌ପିଜି ସୁରକ୍ଷା ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe