କାରରେ ବସି ପତ୍ନୀ ଓ ଦୁଇ ପିଲାଙ୍କ ସହିତ ନଦୀ ସ୍ରୋତରେ ଭାସି ଯାଉଥିବା ବେଳେ ଦେବଦୂତ ସାଜି ଏପରି ଉଦ୍ଧାର କଲେ ସ୍ଥାନୀୟଲୋକ

Advertisment
କାରରେ ବସି ପତ୍ନୀ ଓ ଦୁଇ ପିଲାଙ୍କ ସହିତ ନଦୀ ସ୍ରୋତରେ ଭାସି ଯାଉଥିବା ବେଳେ ଦେବଦୂତ ସାଜି ଏପରି ଉଦ୍ଧାର କଲେ ସ୍ଥାନୀୟଲୋକ

ମୁମ୍ବାଇ: ‘ଯାହାକୁ ରଖିବ ଅନନ୍ତ, କି କରି ପାରିବ ବଳବନ୍ତ’ ଏହି ଉକ୍ତି ପୁଣିଥରେ ଚର୍ଚ୍ଚାର ପରିସରକୁ ଆସଛି। ମୁମ୍ବାଇରେ ଲଗାଣ ବର୍ଷା ହେତୁ ପାଣିରେ ଫସିଥିବା ଏକ ପରିବାରର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି ଭିଡିଓରେ ପାଣି ଭିତରେ ସମ୍ପୂର୍ଣ୍ଣ ଭାବେ ବୁଡି ଯାଇଥିବା ଏକ କାରରେ ଥିବା ଗୋଟିଏ ପରିବାରର ୪ଜଣ ସଦସ୍ୟଙ୍କୁ ଦଉଡି ସାହାଯ୍ୟରେ ଅବିଶ୍ୱାସନୀୟ ଶୈଳୀରେ ଉଦ୍ଧାର କରାଯାଇଛି। ସାମ୍ନାକୁ ଆସିଥିବା ଭିଡିଓରେ ଏକ ପରିବାର ଜୀବନ ରକ୍ଷା ପାଇଁ ପାଣିରେ ବୁଡିଥିବା କାର ଭିତରୁ ବାହାରି ଛାତ ଉପରେ ବସିିଥିଲେ। ଜୀବନ ଓ ମରଣ ସହ ସଂଘର୍ଷ କରୁଥିବା ସମୟରେ ଏହି ପରିବାର ଉପରେ ସ୍ଥାନୀୟଲୋକଙ୍କ ନଜର ପଡ଼ିଥିଲା। ସଙ୍ଗେସଙ୍ଗେ ସେମାନେ ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କୁ ଦଉଡି ସାହାଯ୍ୟରେ ପାଣି ଭିତରୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

publive-image

ଏହି ଘଟଣାଟି ଗତକାଲି ଅର୍ଥାତ୍‌ ଜୁଲାଇ ୧୬ରେ ଘୋଟଗ୍ରାମରେ ଘଟିଛି। ଅଶୋକ ଖଲିଲ ଶେଖ ପତ୍ନୀ ଓ ଦୁଇ ପିଲାଙ୍କୁ ନେଇ କାରରେ ଯାଉଥିବା ସମୟରେ ନଦୀର ସ୍ରୋତ ବଢ଼ି ଯାଇ ଓ ଚାରି ଆଡେ ପାଣି ଭରି ଯାଇଥିଲ। କିଛି ସମୟ ଯଦି ବିଳମ୍ବ ହୋଇଥାଆନ୍ତା ତେବେ ସପରିବାର କାର ସହିତ ନଦୀ ଭିତରେ ଭାସି ଯାଇଥାଆନ୍ତେ। କାର ଭିତରକୁ ବାହାର କରି ୩୭ବର୍ଷର ଅଶୋକ ଖଲିଲ ଶେଖ୍‌, ପତ୍ନୀ ହମିଦା ଓ ଦୁଇ ଶିଶୁ ସୁରକ୍ଷିତ ସ୍ଥାନକୁ ଯିବାକୁ ଚେଷ୍ଟା କରିଥିଲେ କିନ୍ତୁ ଏଥିରେ ଅସଫଳ ହେବା ହେତୁ ସେମାନେ କାର ଛାତ ଉପରେ ବସି ଯାଇଥିଲେ। ଏହି ସମୟରେ ସ୍ଥାନୀୟ ଲୋକଙ୍କ ନଜର ଏମାନଙ୍କ ଉପରେ ପଡ଼ି ଯାଇଥିଲା। ସ୍ଥାନୀୟଲୋକଙ୍କ ସାହାଯ୍ୟରେ ନଦୀରେ ଭାସିଯିବା ପୂର୍ବରୁ ସୁରକ୍ଷିତ ଭାବେ ଅଶୋକ ଖଲିଲ ଶେଖ୍‌, ପତ୍ନୀ ହମିଦା ଓ ଦୁଇ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe