୩.୮ କୋଟି ପରିବାରକୁ ମିଳିବ ନଳରୁ ପାଣି, ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ

ସୁରତରେ ଦୂଷିତ ପାଣି ପିଇ ୬ ମୃତ, ୫୦ ଚିକିତ୍ସାଧୀନ

Image Courtesy of India Today

ନୂୂଆଦିଲ୍ଲୀ : ବଜେଟ୍‌ରେ ହର୍‌ ଘର୍, ନଲ୍‌ ସେ ଜଲ୍‌ ସ୍କିମ୍ ଘୋଷଣା କରିଛନ୍ତି। ସେଥିପାଇଁ ୬୦ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଏହା ଦ୍ବାରା ୩.୮ କୋଟି ପରିବାର ଉପକୃତ ହେବେ। ଲୋକମାନଙ୍କ ବାସଗୃହ ଆବଶ୍ୟକତା ପୂରଣ କରିବା ଲାଗି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ୪୮ ହଜାର କୋଟି ଟଙ୍କା ଦିଆଯାଇଛି। ଏଥିରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ୮୦ ଲକ୍ଷ ଘର ନିର୍ମାଣ କରାଯିବ।

ସହରାଞ୍ଚଳରେ ମଧ୍ୟବିତ୍ତ ବର୍ଗ ଓ ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ସୁଲଭ ବାସଗୃହର ପ୍ରସାର କରିବା ଲାଗି ଜମି ହାସଲ କରିବା ଏବଂ ନିର୍ମାଣ କାର୍ଯ୍ୟକୁ ଠିକ୍ ସମୟରେ ଶେଷ କରିବା ଲାଗି ରାଜ୍ୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବେ। ଦେଶର ଉତ୍ତର ଭାଗରେ ଥିବା ସୀମାବର୍ତ୍ତୀ ଗ୍ରାମଗୁଡ଼ିକର ଉନ୍ନତିକୁ ନଜରରେ ରଖି ନୂଆ ‘ଭାଇବ୍ରାଣ୍ଟ୍‌ ଭିଲେଜ୍ ପ୍ରୋଗ୍ରାମ୍’ ଘୋଷଣା କରାଯାଇଛି। ଦେଶରେ ଥିବା ୧୧୨ ଆକାଂକ୍ଷୀ ଜିଲ୍ଲାରେ ବିକାଶର ପ୍ରମୁଖ ମାନଦଣ୍ଡରେ ହୋଇଥିବା ଅଗ୍ରଗତି ଉପରେ ସରକାରଙ୍କ ନଜର ରହିଛି। ଯେଉଁ ଜିଲ୍ଲାଗୁଡ଼ିକ ପଛୁଆ ରହିଛନ୍ତି ସେମାନଙ୍କ ଉପରେ ବିଶେଷ ଗୁରୁତ୍ବ ଦିଆଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe