ଆସାମର ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀନନ୍ଦନଙ୍କ ପରଲୋକ

ଆସାମର ବିଶିଷ୍ଟ ସାହିତ୍ୟିକ ଲକ୍ଷ୍ମୀନନ୍ଦନଙ୍କ ପରଲୋକ

Wikipedia

ଗୁଆହାଟୀ : ଆସାମର ସୁପ୍ରସିଦ୍ଧ ସାହତ୍ୟିକ ଲକ୍ଷ୍ମୀନନ୍ଦନ ବୋରାଙ୍କ ପରଲୋକ ହୋଇଯାଇଛି। କୋଭିଡରୁ ମୁକ୍ତ ହେବା ପରେ ବି ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିଥିଲା। ଆଜି ସକାଳେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ୍ରାଣହାନି ଘଟିଛ। ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା।

ଅହମୀୟା ଭାଷାରେ ଲୋକପ୍ରିୟତାର ଶୀର୍ଷରେ ଥିବା ଏହି ସାହିତ୍ୟିକ ୬୦ଟି ପୁସ୍ତକର ରଚୟିତା। ସେ ମୁଖ୍ୟତଃ ଉପନ୍ୟାସ ଓ କ୍ଷୁଦ୍ର ଗଳ୍ପର ଲେଖକ ଭାବେ ପ୍ରସିଦ୍ଧି ହାସଲ କରିଥିଲେ। ତାଙ୍କର ପ୍ରଥମ ଉପନ୍ୟାସ ‘ ଗଙ୍ଗା ସିଲୋନିର୍‌ ପକ୍ଷୀ’ ୧୧ଟି ଭାଷାରେ ଅନୂଦିତ ହୋଇଥିଲା। ନିଜର ଏହି ସାରସ୍ବତ କୃତି ପାଇଁ ସେ ସରସ୍ବତୀ ସମ୍ମାନ, କେନ୍ଦ୍ର ସାହିତ୍ୟ ଏକାଡେମି ଭଳି ବହୁ ମର୍ଯ୍ୟାଦାଜନକ ପୁରସ୍କାର ଲାଭ କରିଥିଲେ। ଏଥିସହିତ, ସେ ମଧ୍ୟ ଆସାମ ସାହିତ୍ୟ ସଭାର ସଭାପତି ଥିଲେ। ତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମାଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକପ୍ରକାଶ କରିଛନ୍ତି।

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କର ପତ୍ନୀ, ଦୁଇ ପୁଅ ଓ ଝିଅ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe