କର୍କଟ ସହ ଳଢ଼େଇରେ ହାରିଗଲେ ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତର ସ୍ରଷ୍ଟା

Advertisment
କର୍କଟ ସହ ଳଢ଼େଇରେ ହାରିଗଲେ  ‘ଇତନି ଶକ୍ତି ହମେ ଦେ ନା ଦାତା…’ ଗୀତର ସ୍ରଷ୍ଟା

Asianet News Hindi

ମୁମ୍ବାଇ : ଲୋକପ୍ରିୟ ପ୍ରାର୍ଥନା ‘ଇତନି ଶକ୍ତି ହମେ ଦେ ନା ଦାତା…’ର ପ୍ରସିଦ୍ଧ ଗୀତିକାର ଅଭିଳାଷଙ୍କର ସୋମବାର ପରଲୋକ ହୋଇଯାଇଛି। ତାଙ୍କୁ ୭୪ ବର୍ଷ ହୋଇଥିଲା। ଯକୃତ କର୍କଟରେ ପୀଡ଼ିତ ହୋଇ ଦୀର୍ଘ ଦି‌ନ ହେବ ସେ ଚିକିତ୍ସିତ ହେଉଥି‌ଲେ। ଗୋରେଗାଓଁର ଶିବଧାମରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି।

୧୯୮୫ ମସିହାର ଚଳଚ୍ଚିତ୍ର ‘ଅଙ୍କୁଶ’ ପାଇଁ ‘ଇତ୍‌ନି ଶକ୍ତି ହମେ ଦେନା ଦାତା…’ ଭଳି ଲୋକପ୍ରିୟ ଗୀତ ଲେଖି ସେ ଚିରଅମର ହୋଇପାରିଛନ୍ତି। ଏହି ଗୀତ ପାଇଁ ପୂର୍ବତନ ରାଷ୍ଟ୍ରପତି ଜ୍ଞାନୀ ଜୈଲ ସିଂହଙ୍କ ଦ୍ବାରା ସେ ‘କଳାଶ୍ରୀ ପୁରସ୍କାର’ରେ ସମ୍ମାନିତ ହୋଇଥିଲେ। ଦେଶର ୬୦୦ ବିଦ୍ୟାଳୟରେ ଆଜି ବି ଏହି ଗୀତ ପ୍ରାର୍ଥନା କରାଯାଏ। ଏହି ଦିଗ୍‌ଗଜ ଗୀତିକାର ‘ଲାଲଚୂଡ଼ା’(୧୯୭୪), ସାୱନ କୋ ଆନେ ଦୋ(୧୯୭୯), ଅଙ୍କୁଶ(୧୯୮୬) ଭଳି ଚଳଚ୍ଚିତ୍ରରେ ଗୀତ ଲେଖିଥିଲେ।

ଗୀତିକାର ଅଭିଳାଷ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ସଂଗ୍ରାମ କରୁଥିଲେ। ଶେଷରେ ସେ ଆଜି କର୍କଟ ସହ ଳଢ଼େଇରେ ହାରି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ | କୁହାଯାଉଛି ଯେ ଗୀତିକାର ଅଭିଳାଷଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ଅର୍ଥ ନଥିଲା,  ଏହି କାରଣରୁ ସେ ଗତ ୧୦ ମାସ ଧରି ତାଙ୍କ ଘରେ ଥିଲେ। ସେ ଅନେକ ବଡ଼ ଚଳଚ୍ଚିତ୍ର ପାଇଁ ଗୀତ ଲେଖିଥିଲେ ହେଁ ଚଳଚ୍ଚିତ୍ର ଜଗତ ଏବଂ ତାରକା ତାଙ୍କୁ ସାହାଯ୍ୟ କରିବାକୁ ଆଗକୁ ଆସିନଥିଲେ | ଗୀତିକାର ଅଭିଳାଷଙ୍କ ବିୟୋଗ ଦେଶ ତଥା ମନୋରଞ୍ଜନ ଜଗତ ପାଇଁ ଏକ ବଡ଼ କ୍ଷତି, ଯାହା ଅପୂରଣୀୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe