ଆମେ କାହିଁକି ଭୟ କରିବୁ, ଭୟଭୀତ ତ ପାକିସ୍ତାନ ହେବ: ଖେଳପ୍ରେମୀ

ଧର୍ମଶାଳାରେ ମ୍ୟାଚ ବାତିଲ ହେବାପରେ ଷ୍ଡାଡିୟମରୁ ବାହାରୁଥିବା ସମୟରେ ଜଣେ ଫ୍ୟାନ୍ସ କହିଥିଲେ, ‘ଆମକୁ କାହିଁକି ଭୟ ଲାଗିବ। ଆମେ ତ ଆମ ଦେଶରେ ଅଛୁ। ଯଦି କିଏ ଭୟଭୀତ ହେବ ଡରିବ ସେ ହେଉଛି ପାକିସ୍ତାନ। ଭାରତ ମାତା କି ଜୟ।’

86798i67

ଧର୍ମଶାଳା: ‘ଅପରେସନ୍ ସିନ୍ଦୂର-୨.୦’ ପାକିସ୍ତାନ ଉପରେ ଆକ୍ରମଣ କରିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ଦେଖା ଦେଇଛି। ଏହାକୁ ଦୃଷ୍ଟିରେ ରଖି ଗତଗୁରୁବାର ହିମାଚଳପ୍ରଦେଶର ଧର୍ମଶାଳାଠାରେ ଖେଳାଯାଉଥିବା୍ ପଞ୍ଜାବ କିଙ୍ଗ୍ସ ବନାମ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାଚ୍କୁ ୧୦.୧ ଓଭର ପରେ ବନ୍ଦ କରିଦିଆଯାଇଥିଲା। 

ଭାରତ-ପାକିସ୍ତାନ ଯୁଦ୍ଧ ପରିସ୍ଥିତି କାରଣରୁ ଏଚପିସିଏ ଷ୍ଟାଡିୟମ୍ରୁ ତୁରନ୍ତ ଦର୍ଶକଙ୍କୁ ବାହାରି ଯିବାକୁ ଅନୁରୋଧ କରାଯାଇଥିଲା। ଷ୍ଟାଡିୟମ୍ ଚତୁଃପାର୍ଶ୍ବ ବି ଅନ୍ଧକାରମୟ ହୋଇଯାଇଥିଲା। ସମସ୍ତ ଦର୍ଶକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା। ବାରମ୍ବାର ମାଇକ ଯୋଗେ ଭୟଭୀତ ନହେବା ପାଇଁ ଦର୍ଶକଙ୍କୁ ସୂଚିତ କରାଯାଉଥିଲା।

ଧର୍ମଶାଳା ଷ୍ଡାଡିୟମ ଛାଡ଼ିବା ସମୟରେ ଖେଳପ୍ରେମୀମାନେ ଗଣମାଧ୍ୟମରେ ନିଜନିଜର ପ୍ରତିକ୍ରିୟା ଦେଇଥିଲେ। ଫ୍ୟାନ୍ସ ଦେଇଥିବା ପ୍ରତିକ୍ରିୟାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। 

ଷ୍ଡାଡିୟମରୁ ବାହାରୁଥିବା ସମୟରେ ଜଣେ ଫ୍ୟାନ୍ସ କହିଥିଲେ, ‘ଆମକୁ କାହିଁକି ଭୟ ଲାଗିବ। ଆମେ ତ ଆମ ଦେଶରେ ଅଛୁ। ଯଦି କିଏ ଭୟଭୀତ ହେବ ଡରିବ ସେ ହେଉଛି ପାକିସ୍ତାନ। ଭାରତ ମାତା କି ଜୟ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe