ଲୋକସଭାରେ ଉଠିଲା ‘ଫନି’ ପ୍ରସଙ୍ଗ, କେନ୍ଦ୍ର ଦେଇଛି ୪୩୩୮ କୋଟି ଟଙ୍କା

ପାଣ୍ଠି ବିନିଯୋଗ ଉପରେ ପ୍ରଶ୍ନ ଉଠାଇଲେ ଜୁଏଲ

ଲୋକସଭାରେ ଉଠିଲା ‘ଫନି’ ପ୍ରସଙ୍ଗ, କେନ୍ଦ୍ର ଦେଇଛି ୪୩୩୮ କୋଟି ଟଙ୍କା

The Hindu

ନୂଆଦିଲ୍ଲୀ: ସଂସଦରେ ଉଠିଛି ସାମୁଦ୍ରିକ ବାତ୍ୟା ‘ଫନି’ ଫ୍ରସଙ୍ଗ। ଲୋକସଭାରେ ଏ ସଂକ୍ରାନ୍ତ ଆଲୋଚନାରେ ବିଜେଡି ଓଡ଼ିଶାକୁ ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ପ୍ରଦାନ ପାଇଁ ଦାବି କରିଛି। ବିଜେଡି ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଏଭଳି ଦାବି ଉଠାଇଥିଲେ। କହିଥିଲେ, ପ୍ରାକୃତିକ ବିପର୍ଯ୍ୟୟ କ୍ଷେତ୍ରରେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ପ୍ରବଳ କ୍ଷତି ହେଉଛି। ପୁଣି େକନ୍ଦ୍ର ସରକାର କୋଇଲା ରୟାଲିଟି, ଲୁହାପଥର ରୟାଲିଟି, ମାଙ୍ଗାନିଜ୍ ରୟାଲିଟିରେ ସଂଶୋଧନ କରୁନାହାନ୍ତି।

ଆଜି ପ୍ରଶ୍ନକାଳରେ ବିଜେପି ସାଂସଦ ଜୁଏଲ ଓରାମଙ୍କ ଦ୍ବାରା ‘ଫନି’ ସହାୟତା ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କ ଦ୍ବାରା କେତେ ପରିମାଣର ସହାୟତା ରାଶି ପ୍ରଦାନ କରାଯାଇଥିବା ତଥା ଏହି ଅର୍ଥ ରାଶିର କ୍ରିୟାନ୍ବୟନ କରାଯାଉଛି କରାଯିବା ପ୍ରସଙ୍ଗରେ ପ୍ରଶ୍ନ କରାଯାଇଥିଲା। କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଉତ୍ତର ରଖି କହିଥିଲେ, ବାତ୍ୟା ‘ଫନି’ ପାଇଁ ୨୯ ଏପ୍ରିଲ ୨୦୧୯ରେ ଏସଡିଆରଏଫ୍ ଅନ୍ତର୍ଗତ ୩୪୦.୮୭୫ କୋଟି ଟଙ୍କାର ସହାୟତା ଦିଆଯାଇଥିଲା। ଏନଡିଆରଏଫ୍ ରୁ ମେ’ ୭ ତାରିଖରେ ଏକ ହଜାର କୋଟି ଟଙ୍କାର ଅତିରିକ୍ତ ସହାୟତା ପ୍ରଦାନ କରାଯାଇଥିଲା। ପରେ କେନ୍ଦ୍ର ସରକାର ଫନି ବାତ୍ୟା କ୍ଷୟକ୍ଷତି ପାଇଁ ୩୩୩୮କୋଟି ଟଙ୍କାର ଅତିରିକ୍ତ ସହାୟତା ମଞ୍ଜୁର କରିଥିଲେ। ‘ଫନି’ ସହାୟତା ରାଶି ପ୍ରଦାନ କରାଯିବାର ୬ ମାସ ପରେ ମଧ୍ୟ ଲୋକମାନଙ୍କୁ ଗୃହ ମିଳି ପାରିନାହିଁ ତଥା ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇ ନାହିଁ ଏବଂ ଏହି ମାମଲାରେ ରିପୋର୍ଟ ମାଗିଲେ ମଧ୍ୟ ରିପୋର୍ଟ କିଏ ଦେଉ ନାହାନ୍ତି ବୋଲି େକନ୍ଦ୍ର ମନ୍ତ୍ରୀଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଶ୍ରୀ ଓରାମ। ସେ କହିଥିଲେ, ପୁରୀ ଜିଲ୍ଲାପାଳଙ୍କ ନିକଟରେ ୨୦-୨୫ ଜଣ ଧାରଣାରେ ବସିଛନ୍ତି। ଜଣେ ସୂଚନା କର୍ମୀ ମଧ୍ୟ ଧାରଣାରେ ବସିଛନ୍ତି। ଗଣମାଧ୍ୟମରେ ଏନେଇ ଖବର ମଧ୍ୟ ପ୍ରକାଶିତ ହେଉଛି। ରାଜ୍ୟ ସରକାରଙ୍କ ଯେଉଁ ଅର୍ଥ ରାଶି ପ୍ରଦାନ କରାଯାଇଥିବା ତାହାର ସ୍ଥିତି କଣ ସେ ସମ୍ପର୍କରେ ଆଇଏମସିଟି ଟିମ୍ ପଠାଇ ଯାଞ୍ଚ କରିବା ପାଇଁ ଜୁଏଲ ଦାବି କରିଥିଲେ।

ଏହାର ଜବାବରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ କହିଥିଲେ, ପାଣ୍ଠିର ସଠିକ୍ କ୍ରିୟାନ୍ବୟନ ତଥା ପରିଚାଳନା କରିବା ରାଜ୍ୟ ସରକାରଙ୍କ ବିଷୟ। ହେଲେ ଏଠାରୁ ନିଶ୍ଚିତ ରୂପେ ଥରେ ପ୍ରୟାସ କରାଯିବ, ଏଠାର ଉଚ୍ଚସ୍ତରୀୟ ଅଧିକାରୀ ସେଠାର ଅଧିକାରୀମାନଙ୍କ ସହିତ କଥାବାର୍ତ୍ତା କରିବେ। ବିଜେଡି ସାଂସଦ ପିନାକୀ ମିଶ୍ର କହିଥିଲେ, ଏହି ପ୍ରସଙ୍ଗରେ ଜୁଏଲ ଓରାମ୍ ରାଜନୀତି ପୂରାଇ ଦେଉଛନ୍ତି। ପିନାକୀ କହିଥିଲେ, ବିଶ୍ବ ବ୍ୟାଙ୍କ ଠାରୁ ଆରମ୍ଭ କରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ପର୍ଯ୍ୟନ୍ତ ସମସ୍ତେ ଓଡ଼ିଶା ଦ୍ବାରା ‘ଫନି’ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ଯେଉଁ ପ୍ରଦକ୍ଷେପ ନେଇଥିଲେ ତାହାର ପ୍ରଶଂସା କରିଛନ୍ତି। ୧୨ ଲକ୍ଷ ଲୋକଙ୍କୁ ନିରାପଦ ଭାବେ ସ୍ଥାନାନ୍ତରିତ କରାଯାଇଥିଲା। କେବଳ ୭-୮ ଲୋକଙ୍କର ମୃତ୍ୟୁ ହୋଇଥିଲା। ୨୫-୩୦ ହଜାର କୋଟି ଟଙ୍କାର କ୍ଷତି ହୋଇଥିଲା। ପ୍ରଧାନମନ୍ତ୍ରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି। ଅତଏବ ଏହାକୁ ନେଇ ରାଜନୀତି କରାନଯାଉ ବୋଲି ପିନାକୀ କହିଥିଲେ। ସ୍ବତନ୍ତ୍ର ଫୋକସ୍ ରାଜ୍ୟ ମାନ୍ୟତା ଦାବି କଲେ ପିନାକୀ କହିଲେ, ପ୍ରଶଂସା ପାଇଛୁ, ଜୁଏଲ ରାଜନୀତି କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe