‘ବେଙ୍ଗ’, ‘ଲିଭର୍‌ଓର୍‌ଷ୍ଟ୍‌’ ଓ ‘ସ୍ପେଗେଟି’ପ୍ରେମୀ କହି ୟୁରୋପୀୟ ନେତାଙ୍କ କିବ୍ ପରିଦର୍ଶନକୁ ହେୟଜ୍ଞାନ କଲେ ପୁଟିନ୍‌ଙ୍କ ସହଯୋଗୀ

Advertisment
‘ବେଙ୍ଗ’, ‘ଲିଭର୍‌ଓର୍‌ଷ୍ଟ୍‌’ ଓ ‘ସ୍ପେଗେଟି’ପ୍ରେମୀ କହି ୟୁରୋପୀୟ ନେତାଙ୍କ କିବ୍ ପରିଦର୍ଶନକୁ ହେୟଜ୍ଞାନ କଲେ ପୁଟିନ୍‌ଙ୍କ ସହଯୋଗୀ

Image Courtesy of NDTV

ନୂଆଦିଲ୍ଲୀ: ‘ବେଙ୍ଗ’, ‘ଲିଭର୍‌ଓର୍‌ଷ୍ଟ୍‌’ ଓ ‘ସ୍ପେଗେଟି’ପ୍ରେମୀ କହି ଗୁରୁବାର ଦିନ ୟୁରୋପୀୟ ନେତାମାନଙ୍କ କିବ୍‌ ପରିଦର୍ଶନ ଘଟଣାକୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହଯୋଗୀ ଡିମିତ୍ରି ଏ. ମେଦ୍‌ଭେଦେଭ୍‌ ହେୟଜ୍ଞାନ କରିଛନ୍ତି।

ରୁଷୀୟ ଆକ୍ରମଣ ଯୋଗୁଁ ୟୁକ୍ରେନ୍‌କୁ ସମର୍ଥନ ଜଣାଇ ଗୁରୁବାର ଦିନ ଫ୍ରାନ୍‌ସ୍‌ର ରାଷ୍ଟ୍ରପତି ଇମ୍ମାନୁଏଲ୍‌ ମାକ୍ରୋନ୍‌, ଜର୍ମାନିର ଚାନ୍‌ସେଲର୍‌ ଓଲାଫ୍‌ ସୋଲ୍‌ଜ୍‌ ଏବଂ ଇଟାଲିର ପ୍ରଧାନମନ୍ତ୍ରୀ ମାରିଓ ଦ୍ରାଘି କିବ୍‌ ପରିଦର୍ଶନରେ ଯାଇ ୟୁକ୍ରେନ୍‌ର ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କିଙ୍କୁ ଭେଟିଥିଲେ।

କିନ୍ତୁ, ୟୁରୋପୀୟ ନେତାମାନଙ୍କ ଗସ୍ତକୁ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ଙ୍କ ସହଯୋଗୀ ଡିମିତ୍ରି ଏ. ମେଦ୍‌ଭେଦେଭ୍‌ ତୁଚ୍ଛ ମନେକରି ସେମାନଙ୍କୁ ‘ବେଙ୍ଗ’, ‘ଲିଭର୍‌ଓର୍‌ଷ୍ଟ୍‌’ ଓ ‘ସ୍ପେଗେଟି’ର ୟୁରୋପୀୟ ପ୍ରଶଂସକ ଭାବେ ଅଭିହିତ କରିଛନ୍ତି। (ସୂଚନାଯୋଗ୍ୟ, ୩ ୟୁରୋପୀୟ ଦେଶବାସୀଙ୍କର ପରୋକ୍ତ ୩ଟି ଖାଦ୍ୟ ଖୁବ୍‌ ପ୍ରିୟ।)

publive-image Image Courtesy of Flipboard

ୟୁରୋପୀୟ ନେତାମାନଙ୍କୁ କଟୁ ଭାଷାରେ ସମାଲୋଚନା କରି ମେଦ୍‌ଭେଦେଭ୍‌ ଟୁଇଟର୍‌ରେ ଲେଖିଛନ୍ତି: ‘ବେଙ୍ଗ’, ‘ଲିଭର୍‌ଓର୍‌ଷ୍ଟ୍‌’ ଓ ‘ସ୍ପେଗେଟି’ର ୟୁରୋପୀୟ ପ୍ରଶଂସକମାନେ କିବ୍‌ ପରିଦର୍ଶନ କରିବାକୁ ସୁଖ ମଣନ୍ତି। ୟୁକ୍ରେନ୍‌କୁ ୟୁରୋପୀୟ ସଂଘର ସଦସ୍ୟତା ପାଇଁ ପ୍ରତିଶ୍ରୁତି ଏବଂ ପୁରୁଣା ହାୱିଜର୍‌ ଯୋଗାଣ, ଗୋର୍ଲିକା (ୟୁକ୍ରେନୀୟ ମଦ) ପାନ ଏବଂ ଟ୍ରେନ୍‌ରେ ଘର ବାହୁଡ଼ା। ଯେମିତି ୧୦୦ ବର୍ଷ ପୂର୍ବେ ‌ଚାଲିଥିଲା। କିନ୍ତୁ, କାର୍ଯ୍ୟ ନାସ୍ତି। ଭଲ ହେଲା। ତଥାପି, ସେମାନେ ୟୁକ୍ରେନ୍‌ରେ ଶାନ୍ତି ସ୍ଥାପନ କରି ପାରିବେ ନାହିଁ। ସମୟ ଯେ, ବିତି ଯାଉଛି।

ସମଗ୍ର ବିଶ୍ବରେ ରୁଷ୍‌ ନାଁରେ ଯୁକ୍ତରାଷ୍ଟ୍ର ଆମେରିକା ଅପବାଦ ଦେଉଛି ବୋଲି ପୂର୍ବରୁ ମଧ୍ୟ ମେଦ୍‌ଭେଦେଭ୍‌ କହିଥିଲେ। କିନ୍ତୁ, ଆମେରିକାର ଏ ଉଦ୍ୟମ ବିଫଳ ହେବ। ସବୁ ଶତ୍ରୁକୁ ଦମନ କରିବା ପାଇଁ ରୁଷ୍‌ର ସାମର୍ଥ୍ୟ ଅଛି ବୋଲି ସେ କହିଥିଲେ।

ରୁଷ୍‌ ସହିତ ମୁକାବିଲା କରିବା ପାଇଁ ୟୁକ୍ରେନ୍‌ ଅସ୍ତ୍ରଶସ୍ତ୍ର ଆବଶ୍ୟକ କରୁଥିବା ବେଳେ ଉପରୋକ୍ତ ୟୁରୋପୀୟ ନେତାମାନେ କିବ୍‌ ଗସ୍ତ କରିଥିଲେ। ତେଣେ, ରୁଷ୍‌ ଦକ୍ଷିଣପୂର୍ବ ୟୁରୋପ୍ ଅନ୍ତର୍ଗତ ୟୁକ୍ରେନ୍‌ର ଡୋନ୍‌ବାସ୍‌ ଉପରେ ନିୟନ୍ତ୍ରଣ ଜାହିର କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe