“ଆମର ସେଠାରେ ଦେଶରେ ଗୁଳିଗୋଳା ଚଳେ…” : ଆଇସିସିକୁ କହିଲେ ଫରହାନ

ପାକିସ୍ତାନ ବ୍ୟାଟସମ୍ୟାନ୍ ସାହିବଜାଦା ଫରହାନ୍ ଏସିଆ କପ୍ ସୁପର ଫୋର୍ ମ୍ୟାଚରେ ଭାରତ ବିପକ୍ଷରେ ତାଙ୍କର ଅର୍ଦ୍ଧଶତକ ପରେ ବ୍ୟାଟକୁ ବନ୍ଧୁକ ପରି ଉଠାଇ ସେଲିବ୍ରେଟ୍ କରିଥିଲେ। ଅଭିଯୋଗ ପରେ ଆଇସିସି ନିକଟରେ ହାଜର ହୋଇ ଫରହାନ ଯେଉଁ ଉତ୍ତର ଦେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

New Project (25)

ଦୁବାଇ : ପାକିସ୍ତାନ ବ୍ୟାଟସମ୍ୟାନ୍ ସାହିବଜାଦା ଫରହାନ୍ ଏସିଆ କପ୍ ସୁପର ଫୋର୍ ମ୍ୟାଚରେ ଭାରତ ବିପକ୍ଷରେ ତାଙ୍କର ଅର୍ଦ୍ଧଶତକ ପରେ ବ୍ୟାଟକୁ ବନ୍ଧୁକ ପରି ଉଠାଇ ସେଲିବ୍ରେଟ୍ କରିଥିଲେ। ବିସିସିଆଇ ଏହି ମାମଲାରେ ଆଇସିସି ନିକଟରେ ଏକ ଆନୁଷ୍ଠାନିକ ଅଭିଯୋଗ ଦାଖଲ କରିଥିଲା। ଏହାପରେ ଆଇସିସି ଫରହାନଙ୍କୁ ତାଙ୍କ ପକ୍ଷ ଉପସ୍ଥାପନ କରିବାକୁ ସମନ କରିଥିଲା। ଆଇସିସି ନିକଟରେ ହାଜର ହୋଇ ଫରହାନ ଯେଉଁ ଉତ୍ତର ଦେଇଥିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।  

ଫରହାନ କହିଥିଲେ ଯେ ସେ ପଖତୁନ ଜନଜାତିର ଲୋକ । ତାଙ୍କର ସେଠାରେ ଗୁଳି ଚଳାଇ ସେଲିବ୍ରେଟ କରାଯାଏ । ଗୁଳିଗୋଳା ତ ଚାଲୁରହିଥାଏ ଏହା କୌଣସି ବଡ଼ କଥା ନୁହେଁ । ଏହା ତାଙ୍କର ପାରମ୍ପରିକ ପଦ୍ଧତି ଏଣୁ ସେ କୌଣସି ପ୍ରକାରର ଆଚରଣବିଧିର ଉଲ୍ଲଙ୍ଘନ କରିନଥିଲେ । ଏଣୁ ସେ ଦୋଷୀ ନୁହନ୍ତି । ସେ ଆହୁରି ମଧ୍ୟ କହିଥିଲେ ଯେ ପୂର୍ବରୁ ମହେନ୍ଦ୍ର ସିଂ ଧୋନୀ ଓ ବିରାଟ କୋହଲି ବି ଏପରି ଇଙ୍ଗିତ କରିସାରିଛନ୍ତି ।

କେତେକ ରିପୋର୍ଟ ଅନୁସାରେ ଗତ ରବିବାର ଭାରତ ବିପକ୍ଷରେ ସୁପର ଫୋର୍ ମ୍ୟାଚ୍ରେ "ଅପମାନଜନକ ଭାଷା ଏବଂ ଆପତ୍ତିଜନକ ଇଙ୍ଗିତ" ପାଇଁ ହାରିସ୍ ରୌଫଙ୍କୁ ଦଣ୍ଡିତ କରାଯାଇପାରେ। 

ଗତ କାଲି ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ଆଇସିସି ନିକଟରେ ଉପସ୍ଥିତ ରହି ନିଜର ପକ୍ଷ ରଖିଥିଲେ । ଏହା ପରେ ତାଙ୍କୁ ଚେତାବନୀ ଦେଇ ଛାଡ଼ିଦିଆଯାଇଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe