ଇନ୍ଧିରାଗାନ୍ଧୀଙ୍କ ହତ୍ୟାକାରୀର ପୁଅ ଓ ଖଲିସ୍ତାନ ସମର୍ଥକ ରହିଛନ୍ତି ଆଗୁଆ

Advertisment
ଇନ୍ଧିରାଗାନ୍ଧୀଙ୍କ ହତ୍ୟାକାରୀର ପୁଅ ଓ ଖଲିସ୍ତାନ ସମର୍ଥକ ରହିଛନ୍ତି ଆଗୁଆ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ମତଗଣନା ଜୋରସୋର ଚାଲିଛି। କିଛିସ୍ଥାନରେ ଫଳାଫଳ ଘୋଷଣା ହୋଇସାରିଥିବା ବେଳେ ଆଉ କିଛି ସ୍ଥାନରେ ବାକି ଅଛି। ଏହି କ୍ରମରେ  ପଞ୍ଜାବର ଦୁଇଟି ଆସନରେ ଚାଲିଥିବା ମତଗଣନା ସମସ୍ତଙ୍କୁ ଚିକିତ କରି ଦେଇଛି।

ଏହି ଦୁଇଟି ଆସନ ହେଉଛି ଫରିଦକୋଟ ଓ ଖଡ଼ୁର ସାହିବ। ଏହି ଦୁଇଟି ଆସନରେ ଆଗୁଆ ଥିବା ପ୍ରାର୍ଥୀ ଖଲିସ୍ତାନକୁ ଖୋଲଖୋଲି ସମର୍ଥନ କରିଥାଆନ୍ତି। ଫରିଦକୋଟରୁ ସରବଜିତ ସିଂହ ଆଗରେ ଥିବା ମତଗଣନାରୁ ଜଣାପଡ଼ିଛି। ଯିଏକି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ବେଅନ୍ତ ସିଂହରପୁଅ ।

ସେହିପରି ଖଡ଼ୁର ସାହିବ ଲୋକସଭା ଆସନ‌ରେ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂହ ଆଗରେ ଅଛନ୍ତି। ସରବଜିତ ସିଂହ ଓ ଅମୃତପାଲ ସିଂହ ଦୁହେଁ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ।

ଫରିଦକୋଟ ଆସନ କଥା କହିଲେ ସରବଜିତ ସିଂହ ଏଯାବତ ୫୮,୩୨୩ ଭୋଟରେ ଆଗୁଆ ଅଛନ୍ତି। ଏଯାବତ ତାଙ୍କୁ ୨,୦୫,୦୨୪ ଭୋଟ ମିଳିଛି। ସେହିପରି ଆମ ଆଦମୀ ପାର୍ଟିର କରମଜିତ ସିଂହ ଅନମୋଲଙ୍କୁ ୧,୪୬, ୭୦୧ ଭୋଟ ମିଳିଛି।

ଏହି ଆସନରେ ସରବଜିତଙ୍କ ମୁକାବଲା ତିନିଜଣ କଣ୍ଠଶିଳ୍ପୀଙ୍କ ସହିତ ରହିଛି। ବିଜେପି ଦିଲ୍ଲୀର ସାଂସଦ ହମରାଜ ସିଂହଙ୍କୁ ଏହି ଆସନରେ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ମୋହମ୍ମଦ ସାଦିକ ଓ ଆପ କରମଜିତ ଅନମୋଲଙ୍କୁ ପ୍ରାର୍ଥୀ କରିଥିଲା। ଏହି ତିନିଜଣ ହେଉଛନ୍ତି ଜ‌ଣେଜଣେ କଣ୍ଠଶିଳ୍ପୀ।

ସରବଜିତ ୨୦୦୪ ଲୋକସଭା ନିର୍ବାଚନରେ ଭଟିଣ୍ଡାରୁ ନିର୍ବାଚନ ଲଢ଼ି ପରାଜିତ ହୋଇଥିଲା। ତେବେ ସେହି ନିର୍ବାଚନରେ ସରବଜିତଙ୍କୁ ୧.୧୩ ଲକ୍ଷ ଭୋଟ୍ ମିଳିଥିଲା। ୨୦୦୭ରେ ସେ ପଞ୍ଜାବ ବିଧାନସଭା ନିର୍ବାଚନରେ ବରନାଲାର ଭଦୋର ଆସନରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରାଜିତ ହୋଇଥିଲେ। ସେତେବେଳେ ତାଙ୍କୁ ୧୫,୭୦୨ ଖଣ୍ଡ ଭୋଟ୍ ମିଳିଥିଲା। ସରବଜିତ ପୁଣି ୨୦୧୪ ଲୋକସଭା ନିର୍ବାଚନରେ ଫତେଗଡ଼ ସାହିବରୁ ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରାଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe