ଅମ୍ବାନୀଙ୍କୁ ବିରୋଧ କରି ପଞ୍ଜାବରେ ୧୫୦୦ ମୋବାଇଲ ଟାୱାରରେ ଭଙ୍ଗାରୁଜା କରିସାରିଲେଣି କୃଷକ!

Advertisment
ଅମ୍ବାନୀଙ୍କୁ ବିରୋଧ କରି ପଞ୍ଜାବରେ ୧୫୦୦ ମୋବାଇଲ ଟାୱାରରେ ଭଙ୍ଗାରୁଜା କରିସାରିଲେଣି କୃଷକ!

photo-india today

ଚଣ୍ଡୀଗଡ଼:ନୂତନ କୃଷି ଆଇନ ବିରୁଦ୍ଧରେ କୃଷକଙ୍କ ଆନ୍ଦୋଳନକୁ ମାସେ ପୁରି ଦ୍ୱିତୀୟ ମାସ ଆରମ୍ଭ ହୋଇଛି ଏବଂ ଏହି ସମୟ ମଧ୍ୟରେ ପଞ୍ଜାବର ଅନେକ ଅଞ୍ଚଳରେ ଚାଷୀଙ୍କ ମୋବାଇଲ୍ ଟାୱାର ଭାଙ୍ଗିବା ମାମଲା ସାମ୍ନାକୁ ଆସୁଛି। ପଞ୍ଜାବର ଅନେକ ସ୍ଥାନରେ ରିଲାଏନ୍ସ ଜିଓର ଟାୱାରକୁ ନଷ୍ଟ କରାଯାଇଥିବାବେଳେ ଏହା ଦ୍ୱାରା ଦୂରସଂଚାର ସମ୍ପର୍କ ବ୍ୟବସ୍ଥାରେ ବାଧା ଉପୁଜିଛି |

କୁହାଯାଉଛି ଯେ ଏପର୍ଯ୍ୟନ୍ତ ୧୫୦୦ରୁ ଅଧିକ ମୋବାଇଲ ଟାୱାରକୁ ଚାଷୀମାନେ ନଷ୍ଟ କରିସାରିଲେଣି | ଗତ ୨୪ ଘଣ୍ଟା ମଧ୍ୟରେ ପଞ୍ଜାବରେ ୧୭୬ ରୁ ଅଧିକ ଟେଲିକମ୍ ଟାୱାର ନଷ୍ଟ ହୋଇଯାଇଛି। ତେବେ ପ୍ରଶ୍ନ ଉଠୁଛି ଯେ ଚାଷୀମାନେ ମୋବାଇଲ ଟାୱାରକୁ କାହିଁକି ନଷ୍ଟ କରୁଛନ୍ତି | ମିଳିଥିବା ସୂଚନା ମୁତାବକ ନୂତନ କୃଷି ନିୟମରୁ ମୁକେଶ ଅମ୍ବାନୀ ଏବଂ ଗୌତମ ଆଦାନୀଙ୍କ ପରି ଶିଳ୍ପପତିମାନେ ଉପକୃତ ହେବେ ବୋଲି ଚାଷୀମାନେ ଭାବୁଛନ୍ତି ।

ଆଉ ଏହି ଆଧାରରେ ପଞ୍ଜାବର ବିଭିନ୍ନ ସ୍ଥାନରେ ରିଲାଏନ୍ସ ଜିଓର ଟାୱାର ନଷ୍ଟ କରାଯାଇଛି, ଯାହା ଟେଲିକମ୍ ସଂଯୋଗକୁ ପ୍ରଭାବିତ କରିଛି। ଚାଷୀମାନେ ମୁଖ୍ୟତଃ ମୋବାଇଲ ନେଟୱାର୍କକୁ ଯାଉଥିବା ବିଦ୍ୟୁତ ବ୍ୟବସ୍ଥାକୁ କାଟି ଦେଉଛନ୍ତି, ଯାହାଫଳରେ ମୋବାଇଲ ନେଟୱାର୍କ ଅଚଳ ହୋଇପଡୁଛି | କେତେକ କ୍ଷେତ୍ରରେ ଚାଷୀମାନେ ଜିଓର ଫାଇବର କେବୁଲରେ ମଧ୍ୟ ନିଆଁ ଲଗାଇଦେଇଥିବାର ଜଣାପଡିଛି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe