କୃଷି ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା: ଉପସଭାପତିଙ୍କଠାରୁ ବିଲ୍ ଛଢ଼ାଇବାର ପ୍ରୟାସ ସହ ମାଇକ୍ ଭାଙ୍ଗିଲେ ବିରୋଧୀ

Advertisment
କୃଷି ବିଲକୁ ନେଇ ରାଜ୍ୟସଭାରେ ହଙ୍ଗାମା: ଉପସଭାପତିଙ୍କଠାରୁ ବିଲ୍ ଛଢ଼ାଇବାର ପ୍ରୟାସ ସହ ମାଇକ୍ ଭାଙ୍ଗିଲେ ବିରୋଧୀ

aajtak

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କୃଷି ବିଲ୍ ଉପସ୍ଥାପିତ ହେବା ପରେ ଏ ନେଇ ବିରୋଧୀମାନେ ହଙ୍ଗାମା କରିଛନ୍ତି। ରାଜ୍ୟସଭାରେ ବିଲ୍ କୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ସାମ୍ନାକୁ ଆସିଛି।  ଟିଏମସି ସାଂସଦ ଡେରେକ ଓ’ବ୍ରାୟନ୍ ଉପସଭାପତିଙ୍କ ନିକଟରେ ପହଞ୍ଚି ନିୟମାବଳୀ ବିଷୟରେ କହିବା ସହ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇବାକୁ ଚେଷ୍ଟା କରିଥିଲେ ବୋଲି ଜଣା ପଡ଼ିଛି। ଏହା ସହ ବିଲ୍ କୁ ବିରୋଧ କରୁଥିବା କିଛି ସାଂସଦ ନିଜ ମାଇକ୍ କୁ ଭାଙ୍ଗି ଦେଇଥିବା ସାମ୍ନାକୁ ଆସିଛି।

publive-image oneindia

ବିରୋଧ ମଧ୍ୟରେ ୱାଇଏସଆର କଂଗ୍ରେସ ସରକାରଙ୍କ ଏହି ବିଲ୍ କୁ ସମର୍ଥନ କରିଛି। ୱାଇଏସଆର କଂଗ୍ରେସ ସାଂସଦ ଭି ବିଜୟସାୟୀ ରେଡ୍ଡୀ କଂଗ୍ରେସକୁ କଡ଼ା ଆକ୍ରମଣ କରି ଏହି ବିଲକୁ ବିରୋଧ କରିବା ଅର୍ଥହୀନ ବୋଲି କହିଛନ୍ତି। ଗୃହରେ ରେଡ୍ଡୀ କହିଛନ୍ତି ଯେ, କଂଗ୍ରେସ ପାର୍ଟି କେବଳ କୃଷକଙ୍କ ନାମରେ ରାଜନୀତି କରୁଛି। କଂଗ୍ରେସ ନିଜ ଘୋଷଣା ପତ୍ରରେ କୃଷକଙ୍କୁ ଯାହା ଦେବାକୁ ପ୍ରତିଶ୍ରୁତି ଦେଇଥିଲା, ତାହା ଏହି ଘୋଷଣା ପତ୍ରରେ ଅନ୍ତର୍ଭୁକ୍ତ କରାଯାଇଛି | କିନ୍ତୁ ବର୍ତ୍ତମାନ ଏହି ଲୋକମାନେ ଏହା ଉପରେ ହଙ୍ଗାମା କରୁଛନ୍ତି |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe