ଗାଜିପୁର ସୀମାରେ ଆନ୍ଦୋଳନରତ ଚାଷୀଙ୍କ ଆତ୍ମହତ୍ୟା

Advertisment
ଧାନତଳି ନଷ୍ଟ ସହ ଋଣଭାର ସମ୍ଭାଳି ନପାରି ଆତ୍ମହତ୍ୟା କଲେ ଚାଷୀ

ruralindiaonline.org

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଗାଜିପୁର ସୀମାରେ ଆଜି ଜଣେ ଆନ୍ଦୋଳନରତ ଚାଷୀ ଆତ୍ମହତ୍ୟା କରିଛନ୍ତି। ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ସହ ସଂଯୋଗ କରୁଥିବା ଗାଜିପୁର ସୀମାରେ ଆନ୍ଦୋଳନରେ ବସିଥିବା ଜଣେ ଚାଷୀ ସେଠାରେ ଏକ ଶୌଚ୍ଚାଳୟରେ ରସି ଲଗାଇ ଆତ୍ମହତ୍ୟା କରିଦେଇଛନ୍ତି। ଆ‌ତ୍ମହତ୍ୟା କରିଥିବା ଚାଷୀଙ୍କୁ କାଶ୍ମୀର ସିଂହ ନାମରେ ଚିହ୍ନଟ କରାଯାଇଛି । ଉତ୍ତରପ୍ରଦେଶର ରାମପୁର ଜିଲ୍ଲାରେ ତାଙ୍କ ଘର। ଚାଷୀମାନଙ୍କ ମଧ୍ୟରେ ସେ ବାପୁ ଭାବେ ଜଣାଶୁଣା। ମିଳିଥିବା ସୂଚନାନୁଯାୟୀ କାଶ୍ମୀର ସିଂହ ଆତ୍ମହତ୍ୟା କରିବା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ି ‌ଯାଇଛନ୍ତି। ଏଭଳି ଚରମ ପଦକ୍ଷେପ ନେବା ପାଇଁ ସେ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି। ଆନ୍ଦୋଳନ ସ୍ଥଳରେ ତାଙ୍କର ଶବଦାହ କରିବାପାଇଁ ସେ ତାଙ୍କ ସୁଇସାଇଡ୍‌ ନୋଟ୍‌ରେ ଲେଖିଛନ୍ତି ବୋଲି ବିକେୟୁ (ଭାରତୀୟ କିଶାନ ୟୁନିଅନ୍‌) ନେତା ରାକେଶ ଟିକାୟତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe