ଭାରତ ବନ୍ଦ ସମୟରେ କୃଷକଙ୍କର ମୃତ୍ୟୁ, ହୃଦଘାତରେ ମୃତ୍ୟୁ ହୋଇଥିବାର କହିଲା ପୁଲିସ

Advertisment
ଭାରତ ବନ୍ଦ ସମୟରେ କୃଷକଙ୍କର ମୃତ୍ୟୁ, ହୃଦଘାତରେ ମୃତ୍ୟୁ ହୋଇଥିବାର କହିଲା ପୁଲିସ

photo-live hindustan

ନୂଆଦିଲ୍ଲୀ: ଭାରତ ବନ୍ଦ ସମୟରେ ଚାଲିଗଲା କୃଷକଙ୍କ ଜୀବନ | ଦିଲ୍ଲୀ-ହରିୟାଣାର ସିଂଘୁ ସୀମାରେ ଆଜି ଜଣେ କୃଷକଙ୍କ ମୃତ୍ୟୁ ଘଟିଛି। ତେବେ ଦିଲ୍ଲୀ ପୁଲିସ କହିଛି ଯେ ହୃଦଘାତରେ ଚାଷୀଙ୍କ ମୃତ୍ୟୁ ଘଟିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପୁଲିସ କହିଛି ଯେ ଶବ ବ୍ୟବଛେଦ ପରେ ହିଁ ଚାଷୀଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ । ସୂଚନା ମୁତାବକ କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା(ଏସ୍‌କେଏମ୍‌) ନେତୃତ୍ୱରେ ଦେଶର ୪୦ରୁ ଅଧିକ କୃଷକ ସଂଗଠନ ଆଜି 'ଭାରତ ବନ୍ଦ' ଡାକରା ଦେଇଛନ୍ତି |

ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥିପାଇଁ ଦେଶବ୍ୟାପୀ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଶିକ୍ଷା ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନ, ଦୋକାନ, ଶିଳ୍ପ, ବାଣିଜ୍ୟିକ ପ୍ରତିଷ୍ଠାନ ତଥା ସର୍ବସାଧାରଣ କାର୍ଯ୍ୟକ୍ରମ ବନ୍ଦ କରାଇବା ପାଇଁ ‘ଏସ୍‌କେଏମ୍‌’ କହିଛି। ଗୁରୁଗ୍ରାମ-ଦିଲ୍ଲୀ ରାଜପଥରେ ଅନେକ କିଲୋମିଟର ପର୍ଯ୍ୟନ୍ତ ଟ୍ରାଫିକ୍ ଜାମ୍ ହୋଇଥିବାବେଳେ ଅନେକ ସହରରେ ଟ୍ରେନ୍ ମଧ୍ୟ ଅଟକି ରହିଛି।

ଦିଲ୍ଲୀରୁ ଉତ୍ତରପ୍ରଦେଶକୁ ସଂଯୋଗ କରୁଥିବା ଗାଜିପୁର ସୀମାକୁ କୃଷକ ଆନ୍ଦୋଳନକାରୀମାନେ ଅବରୋଧ କରିଛନ୍ତି। ଏହି ବନ୍ଦ ଡାକରାକୁ କଂଗ୍ରେସ, ଆମ୍ ଆଦମୀ ପାର୍ଟି, ବିଏସପି, ଏସପି, ୱାଇଏସଆର କଂଗ୍ରେସ, ବାମ ଦଳ ସମେତ ବହୁ ରାଜନୈତିକ ଦଳ ସମର୍ଥନ କରିଛନ୍ତି। ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ (ଏସ୍‌କେଏମ୍‌) ଏକ ବିବୃତ୍ତି ଜାରି କରି ଦାବି କରିଛି ଯେ ସେମାନଙ୍କ ଦ୍ୱାରା ଡକାଯାଇଥିବା ଭାରତ ବନ୍ଦକୁ ଅଭୂତପୂର୍ବ ସମର୍ଥନ ମିଳିଛି। ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ଯେ ପଞ୍ଜାବ, ହରିୟାଣା, କେରଳ, ବିହାରରେ ଗାଡି ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା |

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe