Image Source: The Times of India
ବିଶାଖାପଟନମ୍: ଦୀର୍ଘ ସାତ ବର୍ଷ ଉଦ୍ୟମ କରିବା ପରେ ଆନ୍ଧ୍ରପ୍ରଦେଶର ଦୁଇଜଣ କୃଷକ ରତ୍ନପଥର ଭଳି ଦାନା ଦିଶୁଥିବା ମକା ଫଳାଇବାରେ ସଫଳ ହୋଇଛନ୍ତି। ଦୁର୍ଲଭ ରତ୍ନ ପରି ଝଟକୁ ଥିବା ଏହି ପ୍ରଜାତି ମକାର ଉତ୍ପତ୍ତିସ୍ଥଳ ହେଉଛି ଉତ୍ତର ଆମେରିକା। ଏହାର ପ୍ରକୃତ ନାଁ ‘ଗ୍ଲାସ୍ ଜେମ୍ କର୍ଣ୍ଣ’। ଚାଷୀ ଅଭିନବ ଗଙ୍ଗୁମଲ୍ଲା ଏବଂ ରେଣୁ ରାଓ ବହୁ ବିଫଳତାର ସମ୍ମୁଖୀନ ହେବା ପରେ ଏଥର ସେମାନଙ୍କ ହାଇଦ୍ରାବାଦସ୍ଥିତ ଫାର୍ମରେ ଏହି ମକା ଫଳାଇ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି।
ଏହି ପ୍ରଜାତିର ମକା ଫଳାଇବା ନିମନ୍ତେ ଦୁହେଁ ୨୦୧୩ ମସିହାରୁ ପ୍ରଚେଷ୍ଟା କରୁଥିଲେ। ଏଥିସହ ସେମାନେ ‘ଷ୍ଟ୍ରବେରି କର୍ଣ୍ଣ’ ଏବଂ ‘ପର୍ପଲ୍ କର୍ଣ୍ଣ’ ମଧ୍ୟ ଫଳାଇଛନ୍ତି।
Image Source: The Times of Indiaବିଶାଖାପଟନମ୍ର ଗୀତମ୍ ବିଶ୍ୱବିଦ୍ୟାଳୟରୁ ବିଟେକ୍ ସମ୍ପନ୍ନ କରିଥିବା ଗଙ୍ଗୁମଲ୍ଲା କର୍ପୋରେଟ୍ ଚାକିରିରେ ଅସନ୍ତୁଷ୍ଟ ହୋଇ ଚାଷ ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ‘ବିୟଣ୍ଡ୍ ଅର୍ଗାନିକ୍’ ବୋଲି ନାଁ ରଖିଥିବା ସେମାନଙ୍କ ଫାର୍ମରେ ବହୁ ଦେଶୀୟ ବିହନ ସଂରକ୍ଷଣ କରାଯିବା ସହ ଋତୁ ଅନୁଯାୟୀ ନୂତନ କିସମର ଫଳଫୁଲୁରୀ ଚାଷ କରାଯାଉଛି। ଏହି ଫାର୍ମରେ ସେମାନେ ‘ସସ୍ଟେନେବଲ୍ େଓ୍ଵ’ ବା ପ୍ରାକୃତିକ ପ୍ରଣାଳୀରେ ତିନି କିସମର ମକା ଚାଷ କରିଥିଲେ।
ଏହାକୁ ସାଧାରଣ ମକା ଭଳି ଚାଷ କରାଯାଉଛି। କୌତୂହଳ ବିଷୟ ହେଲା ଏହି ମକାକୁ ସିଝାଇବା ପରେ ମଧ୍ୟ ଦାନାର ରଙ୍ଗ ଅକ୍ଷୁର୍ଣ୍ଣ ରହୁଛି। ଏହାର ସ୍ୱାଦ ମଧ୍ୟ ଭଲ।
Follow Us