୨୦୦ ଟଙ୍କା ଦେଇ ଲିଜ୍‌ ନେଇଥିବା ଜମିରୁ ୬୦ ଲକ୍ଷ ଟଙ୍କାର ହୀରା ପାଇଲେ ନାମମାତ୍ର ଚାଷୀ

୨୦୦ ଟଙ୍କା ଦେଇ ଲିଜ୍‌ ନେଇଥିବା ଜମିରୁ ୬୦ ଲକ୍ଷ ଟଙ୍କାର ହୀରା ପାଇଲେ ନାମମାତ୍ର ଚାଷୀ

Image Courtesy of The Times of India

ଭୋପାଳ: ଗତ ମାସରେ ମାତ୍ର ୨୦୦ ଟଙ୍କାରେ ଲିଜ୍‌ ନେଇଥିବା ଖଣ୍ଡେ ଛୋଟ ଜମିରୁ ଲଖନ ଯାଦବ ନାମକ ଜଣେ ନାମମାତ୍ର ଚାଷୀ ୬୦ ଲକ୍ଷ ଟଙ୍କା ମୂଲ୍ୟର ହୀରାଟିଏ ପାଇଛନ୍ତି।

ଜମିରୁ ସେ ଖୋଳି ପାଇଥିବା ଉକ୍ତ ୧୪.୯୮ କ୍ୟାରେଟ୍‌ ହୀରାଟି ଗତ ଶନିବାର ଦିନ ୬୦.୬ ଲକ୍ଷ ଟଙ୍କାରେ ନିଲାମ ହୋଇଥିଲା।

ଏହି ହୀରାଟି ତାଙ୍କ ଜୀବନ ବଦଳାଇ ଦେଇଥିବା କଥା କହନ୍ତି ଯାଦବ। ଜମିରୁ ଆଞ୍ଜୁଳା ଆଞ୍ଜୁଳା କରି ଗୋଡ଼ି ପଥର ମିଶା ମାଟି ବାହାର କରି ଫିଙ୍ଗିବା ବେଳେ ଖଣ୍ଡେ ପଥର ତାଙ୍କୁ ଭିନ୍ନ ଦିଶିଥିଲା। ଧୂଳିମଳି ଘଷି ସଫା କରିଦେବାରୁ ତାହା ଝଟକି ଉଠିଥିଲା। ଏହାକୁ ନେଇ ସେ ସିଧା ଜିଲ୍ଲା ହୀରା ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲେ। ସେ ପଥର ଖଣ୍ଡକ ହୀରା ବୋଲି ଅଧିକାରୀ କହିଥିଲେ।

publive-image Image Courtesy of India Today

ଏତେ ଗୁଡ଼ାଏ ଟଙ୍କାରେ କ’ଣ କରିବେ ବୋଲି ଗଣମାଧ୍ୟମ ତରଫରୁ ପଚରା ଯିବାରୁ ଯାଦବ କହିଲେ, ବିଶେଷ କିଛି କରିବି ନାହିଁ। ମୁଁ ଅଶିକ୍ଷତ ଲୋକ। ମୋ ପିଲାମାନଙ୍କ ପାଠପଢ଼ା ପାଇଁ ଏହି ଟଙ୍କାକୁ ଫିକ୍ସ୍‍ ଡିପୋଜିଟ୍‌ରେ ରଖିବି।

ପାନ୍ନା ଜାତୀୟ ଉଦ୍ୟାନ ଅଞ୍ଚଳରୁ ଉଚ୍ଛେଦ ହୋଇଥିବା ଗ୍ରାମବାସୀଙ୍କ ମଧ୍ୟରୁ ଯାଦବ ହେଉଛନ୍ତି ଜଣେ। ଉଚ୍ଛେଦ ପରେ ମିଳିଥିବା କ୍ଷତିପୂରଣ ବାବଦ ଅର୍ଥରେ ସେ ଦୁଇ ହେକ୍ଟର୍‌ ଜମି ଏବଂ ଦୁଇଟି ମଇଁଷି କିଣିଥିଲେ।

ପାଇଥିବା ହୀରା ଖଣ୍ଡିକ ଜିଲ୍ଲା ପ୍ରଶାସନରେ ଜମା ଦେବା ପରେ ତାଙ୍କୁ ତୁରନ୍ତ ୧ ଲକ୍ଷ ଟଙ୍କା ମିଳିଥିଲା। ପୁତୁରାମାନେ ବାଧ୍ୟ କରିବାରୁ ସେଥିରୁ କିଛି ଖର୍ଚ୍ଚ କରି ସେ ମୋଟରସାଇକେଲ୍‌ଟିଏ ଖରିଦ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe