ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କୃଷକ ସଙ୍ଗଠନ, ପୁଲିସ ସଜାଗ

Advertisment
ପଞ୍ଜାବରୁ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି କୃଷକ ସଙ୍ଗଠନ, ପୁଲିସ ସଜାଗ

Image Courtesy of Hindustan Times

ନୂଆଦିଲ୍ଲୀ: ନଭେମ୍ବର ୨୬ ତାରିଖରେ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ପ୍ରତିବାଦରେ ଯୋଗ ଦେଇ ପାରି ନ ଥିବା କେତେକ କୃଷକ ସଙ୍ଗଠନ ଶୁକ୍ରବାର ଦିନ ଦିଲ୍ଲୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି। ଡିସେମ୍ବର ୧୨ ତାରିଖରେ ରାଜପଥ ଅବରୋଧ ଏବଂ ଡିସେମ୍ବର ୧୪ରେ ରାଷ୍ଟ୍ରବ୍ୟାପୀ ପ୍ରତିବାଦ ପ୍ରଦର୍ଶନ କାର୍ଯ୍ୟକ୍ରମ ଆଗରୁ ସେମାନେ ଦିଲ୍ଲୀରେ ପହଞ୍ଚିବେ ବୋଲି କୁହାଯାଉଛି।

ମୁଖ୍ୟତଃ ଟ୍ରାକ୍ଟର୍‌ ଯୋଗେ ପ୍ରତିବାଦକାରୀ କୃଷକମାନେ ଦିଲ୍ଲୀ ଆସୁଛନ୍ତି। ଯାତ୍ରା ସମୟରେ କୃଷକମାନେ ସାଧାରଣ ପରିବହନ ବ୍ୟବହାର କରୁଛନ୍ତି କି, ନାହିଁ ତନଖି କରିବାକୁ ସୀମାନ୍ତ ଅଞ୍ଚଳରେ ପୁଲିସ ସଜାଗ ରହିଛି।

publive-image Image Courtesy of Hindustan Times

ଶୁକ୍ରବାର ଦିନ ‘କିଷାନ ମଜଦୁର ସଂଘର୍ଷ କମିଟି’ର ନେତା ଏସ୍‌ଏସ୍‌ ପାନ୍ଧେର୍‌ କହିଛନ୍ତି, ଦିଲ୍ଲୀର କୁନ୍ଦଲି ସୀମା ଆଡ଼କୁ ପ୍ରାୟ ୭୦୦ ଟ୍ରାକ୍ଟର୍‌ ଟ୍ରଲି ଆସୁଛି। ଏହି ସବୁ କୃଷକ ସଙ୍ଗଠନର ସଦସ୍ୟମାନେ ଅମୃତସରରେ ପ୍ରତିବାଦ କରୁଥିଲେ। ଶୁକ୍ରବାର ଦିନ ସେମାନେ ଦିଲ୍ଲୀ ଆଡ଼କୁ ଆସୁଛନ୍ତି।

ଉଲ୍ଲେଖଯୋଗ୍ୟ କି, ଏ ପର୍ଯ୍ୟନ୍ତ କେନ୍ଦ୍ର ସରକାର ଏବଂ କୃଷକ ସଙ୍ଗଠନମାନଙ୍କ ମଧ୍ୟରେ ପାଞ୍ଚ ପର୍ଯ୍ୟାୟ ଆଲୋଚନା ଶେଷ ହେଲାଣି। କୃଷକମାନଙ୍କ ଅସୁବିଧା ହେଉଥିବା କେତେକ କାରଣକୁ ବାଦ ଦେଇ କୃଷି ଆଇନକୁ ସଂଶୋଧନ କରିବ ପାଇଁ କେନ୍ଦ୍ର ସରକାର ରାଜି ହୋଇଛନ୍ତି। କିନ୍ତୁ, ଏହି ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ କୃଷକମାନେ ଦାବି କରୁଛନ୍ତି। ଏ ସଂକ୍ରାନ୍ତରେ ଆହୁରି ଅଧିକ ଆଲୋଚନା କରିବା ପାଇଁ ମଧ୍ୟ ଉଭୟ ପକ୍ଷ ରାଜି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe