୨୦୧୯-୨୦ କାମଚଳା ବଜେଟ୍‌: କୃଷକଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା; ଉପକୃତ ହେବେ ୧୨ କୋଟି ଚାଷୀ

୨୦୧୯-୨୦ କାମଚଳା ବଜେଟ୍‌:  କୃଷକଙ୍କୁ ମିଳିବ ବାର୍ଷିକ ୬ ହଜାର ଟଙ୍କା;  ଉପକୃତ ହେବେ ୧୨ କୋଟି ଚାଷୀ

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ ଆଜି ସଂସଦରେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୪ ମାସ ପାଇଁ କାମଚଳା ବଜେଟ୍‌ ଆଗତ କରିଛନ୍ତି। ଏହା ଅନ୍ତରୀଣ ବଜେଟ ହୋଇଥିଲେ ମଧ୍ୟ ସରକାର ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି କେତେକ ଲୋଭନୀୟ ଘୋଷଣା କରିଛନ୍ତି।

ବିଶେଷକରି ଆଗାମୀ ସାଧାରଣ ନିର୍ବାଚନକୁ ଆଖି  ଆଗରେ ରଖି ସରକାର ପ୍ରଥମେ ଦେଶର କୃଷକମାନଙ୍କୁ ପ୍ରଲୋଭିତ କରିବା ପାଇଁ ଉଦ୍ୟମ କରିଛନ୍ତି। ଯେଉଁ କୃଷକଙ୍କ ୨ ହେକ୍ଟର ଜମି ଥିବ ସେମାନଙ୍କୁ ବାର୍ଷିକ ୬ ହଜାର ଟଙ୍କାର ସହାୟତା ମିଳିବ। ତାହା ସମ୍ପୃକ୍ତ କୃଷକଙ୍କ ଜମାଖାତାରେ ସିଧାସଳଖ ଜମା ହେବ ବୋଲି ଆଜି ବଜେଟ୍‌ ଉପସ୍ଥାପନ ଅବସରରେ ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ୩ଟି କିସ୍ତିରେ ଏହି ଟଙ୍କା ଯୋଗାଇ ଦିଆଯିବ। ପିଛିଲା ଭାବେ ଏହି  ବ୍ୟବସ୍ଥା ୨୦୧୮ ଡିସେମ୍ବର ୧ ତାରିଖରୁ ଲାଗୁ ହେବ। ଏଥିରେ ମୋଟ୍‌ ୧୨ କୋଟି କୃଷକ ଉପକୃତ ହେବେ।
ସେହିପରି ଗୋବଂଶ ରକ୍ଷା ପାଇର୍ ଜାତୀୟ କାମଧେନୁ ଯୋଜନା ମଧ୍ୟ ଆରମ୍ଭ ହେବ ବୋଲି ଶ୍ରୀ ଗୋୟଲ ଘୋଷଣା କରିଛନ୍ତି।

ବଜେଟ ଅଭିଭାଷଣ ଅବସରରେ ଶ୍ରୀ ଗୋୟଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଏକ ସ୍ୱଚ୍ଛ ସରକାର ଦେଇଛନ୍ତି। ଭାରତର ଅର୍ଥବ୍ୟବସ୍ଥା ବର୍ତ୍ତମାନ ସବୁଠାରୁ ଦୃତଗତିରେ ଅଭିବୃଦ୍ଧି କରୁଥିବା ଅର୍ଥ ବ୍ୟବସ୍ଥା। ୨୦୨୨ ସୁଦ୍ଧା ନୂଆ ଭାରତ ନିର୍ମାଣ ହେବ। ସରକାର ଏକ ୨୦୨୨ ସୁଦ୍ଧା ସମସ୍ତଙ୍କୁ ସରକାର ଗୃହ ଯୋଗାଇ ଦେବେ।ସରକାର ଆସନ୍ତା ଆର୍ଥିକ ବର୍ଷର ପ୍ରଥମ ୪ ମାସର ଖର୍ଚ ତୁଲାଇବା ପାଇଁ ଲେଖାନୁଦାନ ଆଗତ କରୁଛନ୍ତି। ନିର୍ବାଚନ ପରେ ନୂଆ ସରକାର ଗଠନ ହେଲେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ କରିବେ। ସାଧାରଣ ବଜେଟ୍‌ ସହିତ ରେଳ ବଜେଟକୁ ମିଶାଇ ଦିଆଯାଇଥିବାରୁ ରେଳ ବିଭାଗର ବ୍ୟୟବରାଦ ନେଇ ଅନ୍ତରୀଣ ବଜେଟରେ ଘୋଷଣା କରୁଛନ୍ତି ଅର୍ଥମନ୍ତ୍ରୀ ଶ୍ରୀ ଗୋୟଲ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe