କୃଷକନେତା ଦଲେୱାଲଙ୍କ ବୃକ୍‌କ, ଯକୃତ ପ୍ରଭାବିତ

Advertisment

୪୧ ଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ରବିବାର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ଏକ ଟିମ୍ ଅନୁଯାୟୀ, ଦଲେୱାଲଙ୍କ...

୪୧ ଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ରବିବାର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ଏକ ଟିମ୍ ଅନୁଯାୟୀ, ଦଲେୱାଲଙ୍କ...

ddgdgdg

ଭଟିଣ୍ଡା: ୪୧ ଦିନ ଧରି ଆମରଣ ଅନଶନରେ ବସିଥିବା କୃଷକ ନେତା ଜଗଜିତ୍ ସିଂହ ଦଲେୱାଲଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ରବିବାର ତାଙ୍କର ଚିକିତ୍ସା କରୁଥିବା ଡାକ୍ତରଙ୍କ ଏକ ଟିମ୍ ଅନୁଯାୟୀ, ଦଲେୱାଲଙ୍କ ଗ୍ଲୋମେରୁଲାର ଫିଲଟ୍ରେସନ୍ ହାର ହ୍ରାସ ପାଇଛି, ଅର୍ଥାତ୍ କିଡ୍‌ନି(ବୃକ୍‌କ) ଖରାପ ହୋଇଛି। ତାଙ୍କ ଲିଭର (ଯକୃତ)ରେ ମଧ୍ୟ ସମସ୍ୟା ଦେଖାଦେଇଛି। ଯଦି ସେ ଉପବାସ ନ ଭାଙ୍ଗନ୍ତି, ତେବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ନାହିଁ। ଶନିବାର ସଂଧ୍ୟାରୁ ସେ ନିୟମିତ ବାନ୍ତି କରିବା ସହ ଅସହଜ ଅନୁଭବ କରୁଛନ୍ତି। ରବିବାର ସେ ଠିକ୍ ଭାବେ କଥା କହିପାରି ନ ଥିଲେ। 

ଶନିବାର ଦଲେୱାଲଙ୍କୁ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ଶଯ୍ୟାରେ ଶୁଆଇ କୃଷକ ମହାପଞ୍ଚାୟତର ମଞ୍ଚକୁ ଅଣାଯାଇଥିଲା। ସେଠାରେ ସେ  ସଭାକୁ ସମ୍ବୋଧିତ କରିବା ପରେ ପ୍ରବଳ ଅସୁସ୍ଥ ଅନୁଭବ କରିଥିଲେ। ସେଠାରୁ ପୁଣି ଅନଶନ ସ୍ଥଳକୁ ନିଆଯିବା ସମୟରେ ରକ୍ତଚାପ କମିଯିବାରୁ ସେ ବାନ୍ତି କରିଥିଲେ। ଦିନରେ ମଧ୍ୟ ପୁଲିସ ଅଧିକାରୀମାନେ ଖାନୌରୀରେ ପହଞ୍ଚି ଦଲେୱାଲଙ୍କୁ ଉପବାସ ନ ଭାଙ୍ଗି ଡାକ୍ତରୀ ସହାୟତା ନେବାକୁ ରାଜି କରାଇବାକୁ ଚେଷ୍ଟା କରିଥିଲେ। ମହାପଂଚାୟତ ପରେ ଡାକ୍ତର ଅବତାର ସିଂହଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି ଏବଂ ତାଙ୍କ ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକର ଯାଞ୍ଚ କରୁଛନ୍ତି। ଏମ୍‌ଏସ୍‌ପିର ଆଇନଗତ ଅଧିକାର ପାଇଁ ଲଢ଼େଇ କଠିନ ହୋଇଥିବାରୁ ଏହି ଲଢ଼େଇକୁ ସମଗ୍ର ଦେଶରେ ପହଞ୍ଚାଇବାକୁ ଦଲେୱାଲ ତାଙ୍କ ଅଭିଭାଷଣରେ କୃଷକମାନଙ୍କୁ ଆହ୍ୱାନ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe