ପଞ୍ଜାବର ପ୍ରସିଦ୍ଧ ଅଭିନେତା ଦୀପ୍ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ,ଚାଷୀ ଆନ୍ଦୋଳନରେ ଚର୍ଚ୍ଚାକୁ ଆସିଥିଲେ

Advertisment
ପଞ୍ଜାବର ପ୍ରସିଦ୍ଧ ଅଭିନେତା ଦୀପ୍ ସିଦ୍ଧୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ,ଚାଷୀ ଆନ୍ଦୋଳନରେ ଚର୍ଚ୍ଚାକୁ ଆସିଥିଲେ

Photo: AajTak

ନୂଆଦିଲ୍ଲୀ: ପଞ୍ଜାବର ପ୍ରସିଦ୍ଧ ଅଭିନେତା ଦୀପ୍ ସିଦ୍ଧୁଙ୍କ ଆଜି ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଏହି ଦୁର୍ଘଟଣା କେଏମପି ଏକ୍ସପ୍ରେସ ଓ୍ଵେ ପାଖରେ ଘଟିଛି। ସୂଚନା ଅନୁସାରେ, ଦୀପ୍ ସିଦ୍ଧୁ ନିଜ ସାଥୀମାନଙ୍କ ସହ ଦିଲ୍ଲୀରୁ ପଞ୍ଜାବ ଫେରୁଥିଲେ। ତାଙ୍କ ମହିଳା ସାଥୀ ଗୁରୁତର ଆହତ ହୋଇଛନ୍ତି। ଦୀପ୍ ନିଜେ କାର୍ ଚଲାଉଥିଲେ।

ଦୀପ୍ ଦିଲ୍ଲୀ ସୀମାରେ ୩ଟି କୃଷି ଆଇନକୁ ବିରୋଧ କରି କୃଷି ଆନ୍ଦୋଳନ ସମୟରେ ଚର୍ଚ୍ଚାରେ ରହିଥିଲେ। ଗତବର୍ଷ ଜାନୁଆରି ୨୬ରେ ଲାଲକିଲ୍ଲାରେ ହୋଇଥିବା ହିଂସାକୁ ନେଇ ବି ତାଙ୍କୁ ଅଭିଯୁକ୍ତ ବିବେଚନା କରାହୋଇଥିଲା। ଏହି ମାମଲାରେ ସେ ଗିରଫ ମଧ୍ୟ ହୋଇଥିଲେ। ପଞ୍ଜାବ ନିର୍ବାଚନ ପାଇଁ ସେ ଅମରଗଡରୁ ଶିରୋମଣି ଅକାଳି ଦଳ ଅମୃତସରର ମୁଖ୍ୟ ସିମ୍ରନଜୀତ ସିଂହଙ୍କ ପାଇଁ ସେ ପ୍ରଚାର କରୁଥିଲେ।

ସୂଚନାଯୋଗ୍ୟ, ପଞ୍ଜାବର ମୁକ୍ତସର ଜିଲ୍ଲାରେ ଦୀପ୍ ୧୯୮୪ ମସିହାରେ ଜନ୍ମଗ୍ରହଣ କରିଥିଲେ। ସେ ନିଜ କ୍ୟାରିଅରର ଆରମ୍ଭ ମଡେଲିଂରୁ କରିଥିଲେ। ୨୦୧୫ରେ ତାଙ୍କର ପ୍ରଥମ ପଞ୍ଜାବୀ ଚଳଚ୍ଚିତ୍ର ‘ରମତା ଜୋଗୀ’ ରିଲିଜ୍ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe