କନେଷ୍ଟବଳରୁ ଲଢୁଆ ଚାଷୀ ନେତା

Advertisment

ଚର୍ଚ୍ଚାରେ ଛପନ ଇଞ୍ଚିଆ ଛାତି ପୋଷ୍ଟର

ଚର୍ଚ୍ଚାରେ ଛପନ ଇଞ୍ଚିଆ ଛାତି ପୋଷ୍ଟର

ମୋଦୀ ହୋଇଯାଆନ୍ତୁ ରାଷ୍ଟ୍ରପତି, ଯୋଗୀ ହୋଇଯାଆନ୍ତୁ ପ୍ରଧାନମନ୍ତ୍ରୀ: ରାକେଶ ଟିକାୟତ

DNA India

ନୂଆଦିଲ୍ଲୀ : ଗାଜିପୁର ସୀମାରେ ଚାଷୀ ଆନ୍ଦୋଳନର ନେତୃତ୍ବ ନେଉଥିବା ଭାରତୀୟ କିଷାନ ସଂଘ(ବିକେୟୁ)ର ଜାତୀୟ ମୁଖପାତ୍ର ରାକେଶ ଟିକାୟତ ସମ୍ପ୍ରତି ପଶ୍ଚିମ ଉତ୍ତରପ୍ରଦେଶର ଜଣେ ନିର୍ବିବାଦୀୟ ନେତା ଭାବେ ବିବେଚିତ। ତେବେ ଗତ ୨୬ ତାରିଖରେ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ଦେଖାଦେଇଥିବା ହିଂସାକାଣ୍ଡ ପରେ ଟିକାୟତ ଲୋକଲୋଚନରେ ବେଶୀ ପ୍ରକଟିତ ହୋଇଛନ୍ତି। ନବେ ଦଶକରେ ରାଜୀବ ଗାନ୍ଧି ସରକାରଙ୍କ ବିରୋଧରେ ଉତ୍ତରପ୍ରଦେଶର ହଜାର ହଜାର ଚାଷୀଙ୍କୁ ଏକାକୀ ଏକଜୁଟ କରିପାରିଥିବା ଚାଷୀ ନେତା ସ୍ବର୍ଗତ ମହେନ୍ଦ୍ର ସିଂହ ଟିକାୟତଙ୍କ ଯୋଗ୍ୟ ପୁତ୍ର ରାକେଶଙ୍କ ଏହି ଅଭିଯାନ କେବେ ସହଜସାଧ୍ୟ ନଥିଲା। ୧୯୮୫ ମସିହାରେ ଦିଲ୍ଲୀ ପୁଲିସରେ ଜଣେ କନେଷ୍ଟବଳ ଭାବେ ଯୋଗଦେଇଥିବା ରାକେଶ ବାପାଙ୍କ ନେତୃତ୍ବରେ ଚାଲିଥିବା କୃଷକ ଆନ୍ଦୋଳନକୁ ବନ୍ଦ କରିବା ଲାଗି ରାଜନୈତିକ ଚାପର ଶିକାର ହୋଇଥିଲେ। ତେବେ ସେ ପିତାଙ୍କୁ ମନାଇବାରେ ବିଫଳ ହେବା ସହ ନିଜ ଚାକିରିରୁ ଇସ୍ତଫା ମଧ୍ୟ ଦେଇଥିଲେ। ପରେ ସେ ରାଜନୀତିରେ ବାରମ୍ବାର ନିଜ ଭାଗ୍ୟ ପରୀକ୍ଷା କରି ବିଫଳ ହୋଇଥିଲେ। ୨୦୦୭ ମସହାରେ ୟୁପି ବିଧାନସଭା ନିର୍ବାଚନରେ ଅସଫଳ ହେବା ସତ୍ତ୍ବେ ୨୦୧୪ ଲୋକସଭା ନିର୍ବାଚନରେ ଅଜିତ୍‌ ସିଂହଙ୍କ ଲୋକଦଳ ପକ୍ଷରୁ ଲଢ଼େଇ କରିଥିଲେ। ତେବେ ସେଥର ସେ ନିଜ ଅମାନତ ହରାଇଥିଲେ।

ଚର୍ଚ୍ଚାରେ ଛପନ ଇଞ୍ଚିଆ ଛାତି ପୋଷ୍ଟର
ନୂଆଦିଲ୍ଲୀ : ଗତ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଆନ୍ଦୋଳନକାରୀଙ୍କ ଟ୍ରାକ୍ଟର ଶୋଭାଯାତ୍ରା ବେଳେ ସଂଘଟିତ ହିଂସା ପରେ ଚାଷୀ ଆନ୍ଦୋଳନ ଫିକା ପଡ଼ି ଆସିବ ବୋଲି ଅନୁମାନ କରାଯାଉଥିବା ବେଳେ ଭାରତୀୟ କିଷାନ ସଂଘ ନେତା ରାକେଶ ଟିକାୟତଙ୍କ ଆବେଗପୂର୍ଣ୍ଣ ତଥା ସମ୍ବେଦନଶୀଳ ଉକ୍ତି ଆନ୍ଦୋଳନକାରୀ ଚାଷୀଙ୍କ ମନରେ ନୂତନ ଶକ୍ତି ସଂଚାର କରିଥିଲା। ତାଙ୍କରି ପ୍ରେରଣାକୁ ଏବେ ଚାଷୀମାନେ ପାଥେୟ କରି ବିଦ୍ରୋହକୁ ଆଗକୁ ବଢ଼ାଉଥିବା ବେଳେ ତାଙ୍କୁ ହିଁ ଜଣେ ସଚ୍ଚା ନାୟକ ଭାବେ ବିବେଚନା କରୁଛନ୍ତି। ତେବେ ଗାଜିପୁର ସ୍ଥିତ ଆନ୍ଦୋଳନ ସ୍ଥଳ ଚାରିଆଡ଼େ ଛାଇ ଯାଇଥିବା ଶ୍ରୀ ଟିକାୟତଙ୍କ ପୋଷ୍ଟର ଏବେ ଚର୍ଚ୍ଚାର ବିଷୟ ହୋଇଛି। କେହି କେହି ପୋଷ୍ଟରରେ ତାଙ୍କୁ ନାୟକର ଆଖ୍ୟା ଦେଇଥିବା ବେଳେ କେହି କେହି(ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆକ୍ଷେପରେ) ତାଙ୍କୁ ଛପନ ଇଞ୍ଚିଆ ଛାତିର ମାଲିକ ବୋଲି କହିଛନ୍ତି। ପୂର୍ବରୁ ଦିଗହରା ହୋଇପଡ଼ିଥିବା ଆନ୍ଦୋଳନକୁ ଜଣେ ଦିଗଦ୍ରଷ୍ଟା ମିଳିଗଲେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe