ଚାଷୀ ନେତା, ପୁଅ ଓ ଭାଇଙ୍କୁ ଗୁଳିକରି ହତ୍ୟା

Advertisment

ଉତ୍ତରପ୍ରଦେଶର ଫତେପୁରର ଅଖାଡ଼ି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ନେତା, ତାଙ୍କ ପୁଅ ଏବଂ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚାଷୀ ନେତାଙ୍କ ଟ୍ରାକ୍ଟର ରାସ୍ତା ଜାମ୍‌ କରିବା ଘଟଣାକୁ ନେଇ ବଚସା ହେବାରୁ ଏହି ଘଟଣା ଘଟିଛି।

ଉତ୍ତରପ୍ରଦେଶର ଫତେପୁରର ଅଖାଡ଼ି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ନେତା, ତାଙ୍କ ପୁଅ ଏବଂ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚାଷୀ ନେତାଙ୍କ ଟ୍ରାକ୍ଟର ରାସ୍ତା ଜାମ୍‌ କରିବା ଘଟଣାକୁ ନେଇ ବଚସା ହେବାରୁ ଏହି ଘଟଣା ଘଟିଛି।

ଗୁଳି ଫୁଟାଇ ଲୁଟିଲେ ଦୁର୍ବୃତ୍ତ: ସୁନା ଗହଣା ବ୍ୟବସାୟୀଙ୍କୁ ଭୁଜାଲି ଚୋଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଫତେପୁରର ଅଖାଡ଼ି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଚାଷୀ ନେତା, ତାଙ୍କ ପୁଅ ଏବଂ ଭାଇଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଚାଷୀ ନେତାଙ୍କ ଟ୍ରାକ୍ଟର ରାସ୍ତା ଜାମ୍‌ କରିବା ଘଟଣାକୁ ନେଇ ବଚସା ହେବାରୁ ଏହି ଘଟଣା ଘଟିଛି।  ଉକ୍ତ ଘଟଣାରେ ୩ ଜଣ ଗିରଫ ହୋଇଥିବା ପୁଲିସ କହିଛି।  ଗ୍ରାମ ପଞ୍ଚାୟତ ନିର୍ବାଚନ ସହ ଜଡ଼ିତ ଏକ ଦୀର୍ଘ ଦିନର ରାଜନୈତିକ ଶତ୍ରୁତାର ମୂଳ କାରଣ ହେଉଛି ଏହି ଗଣ୍ଡଗୋଳ।  ମୃତ ଚାଷୀ ନେତାଙ୍କ ନାଁ ବିନୋଦ ସିଂହ ଓରଫ ପପ୍ପୁ ସିଂହ (୫୦) ଏବଂ ତାଙ୍କ ପୁଅ ଅଭୟ ସିଂହ (୨୨), ଭାଇ ଅନୁପ ସିଂହ ଓରଫ ରିଙ୍କୁ ସିଂହ (୪୦)।  ପୂର୍ବତନ ଗାଁ ମୁଖିଆ ମୁନ୍ନି ସିଂହଙ୍କ ପରିବାର ସଦସ୍ୟଙ୍କ ସମର୍ଥକଙ୍କ ଦ୍ବାରା ସେମାନଙ୍କୁ ଗୁଳିକରି ହତ୍ୟା କରାଯାଇଛି।

ପୁଲିସ ଅନୁଯାୟୀ ହଥଗାଓଁର ତହିରାପୁର କ୍ରସ୍‌ରୋଡ୍‌ରେ ପପ୍ପୁ ସିଂହଙ୍କୁ ରାସ୍ତା ଉପରୁ ତାଙ୍କ ଟ୍ରାକ୍ଟର କାଢ଼ିବାପାଇଁ ପୂର୍ବତନ ଗାଁ ମୁଖିଆ ମୁନ୍ନି ସିଂହ କହିଥିଲେ। ଏହି କଥାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ତେବେ ମୁନ୍ନି ସିଂହଙ୍କ ୨ ପୁଅ ଏଥିରେ ସାମିଲ ହେବାରୁ ପରିସ୍ଥିତି ଭୟଙ୍କର ହୋଇଗଲା। ସେମାନେ ଆଖିବୁଜା ଗୁଳିଚାଳନା କରିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଯାଇଛି।  ମୁନ୍ନି ସିଂହଙ୍କ ପୁଅ ପିୟୂଷ ସିଂହ ଏବଂ ତାଙ୍କ ପୁଅମାନେ ପପ୍ପୁ ଏବଂ ଅଭୟଙ୍କ ଉପରକୁ ଗୁଳି ଚାଳନା କରିଥିଲେ।  ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଥିଲା। ଗୁଳି ଶବ୍ଦ ଶୁଣି ସେଠାକୁ ଆସିଥିବା ରିଙ୍କୁ ସିଂହଙ୍କର ମଧ୍ୟ ଗୁଳିମାଡ଼‌‌ରେ ମୃତ୍ୟୁ ହୋଇଛି।   

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe