ସିଂଘୁ ସୀମାନ୍ତରେ ରଶି ଦେଇଥିବା ଅବସ୍ଥାରେ ଉଦ୍ଧାର ହେଲେ ‘ବିକେୟୁ’ ସିଦ୍ଧୁପୁର ଗୋଷ୍ଠୀ ସହ ସମ୍ପୃକ୍ତ ଥିବା କୃଷକ

Advertisment
ସିଂଘୁ ସୀମାନ୍ତରେ ରଶି ଦେଇଥିବା ଅବସ୍ଥାରେ ଉଦ୍ଧାର ହେଲେ ‘ବିକେୟୁ’ ସିଦ୍ଧୁପୁର ଗୋଷ୍ଠୀ ସହ ସମ୍ପୃକ୍ତ ଥିବା କୃଷକ

Image Courtesy of India Today

ନୂଆଦିଲ୍ଲୀ: ଦିଲ୍ଲୀ ନିକଟ ସିଂଘୁ ସୀମାନ୍ତରେ ତିନି କୃଷି ଆଇନ ବିରୋଧରେ ପ୍ରତିବାଦରତ ଜଣେ କୃଷକଙ୍କୁ ଆଜି ରଶି ଦେଇଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ କୃଷକଜଣକ ହେଉଛନ୍ତି ପଞ୍ଜାବର ଆମରୋହ ଜିଲ୍ଲା ଅନ୍ତର୍ଗତ ଫତେଗଡ଼ ସାହିବ୍‌ର ବାସିନ୍ଦା ଗୁରପ୍ରୀତ୍‌ ସିଂହ।

ଗୁରପ୍ରୀତ୍‌ ସିଦ୍ଧୁପୁରର ‘ଭାରତୀୟ କିଷାନ୍‌ ୟୁନିୟନ୍‌’ର ଜଗଜିତ୍‌ ସିଂହ ଦାଲେୱାଲା ସହ ସମ୍ପୃକ୍ତ ଥିଲେ। କୁଣ୍ଡଲି ପୁଲିସ ତାଙ୍କ ଶବକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। କିନ୍ତୁ, ପୁଲିସ ତାଙ୍କ ମୃତ୍ୟୁର ସମ୍ଭାବ୍ୟ କାରଣ ସମ୍ପର୍କରେ ଏଯାବତ୍‌ କିଛି କିଛି ସୂଚନା ଦେଇନାହିଁ।

publive-image Image Courtesy of News Lead

ସ୍ମରଣଯୋଗ୍ୟ, ଗତମାସରେ ମଧ୍ୟ ସିଂଘୁ ସୀମାନ୍ତରେ ଲଖବୀର ସିଂହ ନାମରେ ଜଣେ ଶ୍ରମଜୀବୀଙ୍କ ଶବ ବ୍ୟାରିକେଡ୍‌ରେ ବନ୍ଧା ହୋଇଥିବା ଅବସ୍ଥାରେ ମିଳିଥିଲା। ତୀକ୍ଷ୍ଣ ଅସ୍ତ୍ରରେ ତାଙ୍କ ଶରୀରକୁ କ୍ଷତବିକ୍ଷତ କରାଯିବା ସହ ଗୋଟାଏ ହାତ କାଟି ଦିଆଯାଇଥିଲା। ଉକ୍ତ ହତ୍ୟାକାଣ୍ଡ ଘଟଣାରେ ନିହାଙ୍ଗର ଦୁଇଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ଦୁଇଜଣ ସୋନିପତ ପୁଲିସ ଆଗରେ ଆତ୍ମସମର୍ପଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe