ଦେଶଦ୍ରୋହ ଆଇନକୁ ବିରୋଧ ସିର୍‌ସାରେ କୃଷକଙ୍କ ମହାପଞ୍ଚାୟତ

Advertisment
ଦେଶଦ୍ରୋହ ଆଇନକୁ ବିରୋଧ ସିର୍‌ସାରେ କୃଷକଙ୍କ ମହାପଞ୍ଚାୟତ

ନୂଆଦିଲ୍ଲୀ,: ଦେଶଦ୍ରୋହ ଅଭିଯୋଗରେ ଜେଲ୍‌ରେ ବନ୍ଦୀ ଥିବା ଚାଷୀ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଖଲାସ କରାଯିବା ଦାବିରେ ଆଜି ହରିୟାଣାର ସିର୍‌ସାରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ମହାପଂଚାୟତ ଅନୁଷ୍ଠିତ ହୋଇଛି। ହଜାର ହଜାର ଚାଷୀ ବିକ୍ଷୋଭ ଶୋଭାଯାତ୍ରାରେ ଆସି ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଚାଷୀ ନେତା ରାକେଶ ଟିକାୟତ, ଜଗଜିତ ସିଂହ ଦଲେୱାଲ, କୁଲୱନ୍ତ ସିଂହ, ଅଭିମନ୍ୟୁ କୁହାଡ଼, ବଳଦେବ ସିଂହ ସିର୍‌ସା, ରବି ଆଜାଦ, ବିକାଶ ସିସାର, ପ୍ରଗତ ସିଂହ ଜାମା ରାୟ, ମନଦୀପ ନଥୱାନ, ଲକ୍ଷବିନ୍ଦର ସିଂହଙ୍କ ସମେତ ୪୦ରୁ ଅଧିକ ଚାଷୀ ନେତା ଏହି ସମାବେଶରେ ଉପସ୍ଥିତ ଥିଲେ। ଚାଷୀ ସମାବେଶକୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ ମୁତୟତ ହୋଇଥିଲା। ଭଗତ ସିଂହ ଷ୍ଟାଡିୟମ ଏବଂ ବର୍‌ନାଲା ରୋଡ୍‌ ଅଂଚଳ ପୁଲିସ ଛାଉଣିରେ ପରିଣତ ହୋଇଥିବା ବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅର୍ଦ୍ଧସାମରିକ ବାହିନୀ ଯବାନ ମଧ୍ୟ ମୁତୟନ ଥିଲେ।

ଚାଷୀ ନେତା ଟିକାୟତ କହିଛନ୍ତି, ହରିୟାଣା ସରକାର ଚାଷୀ ଆନ୍ଦୋଳନକୁ ଦିଲ୍ଲୀରୁ ସିର୍‌ସା ସ୍ଥାନାନ୍ତର ପାଇଁ ମସୁଧା କରୁଛନ୍ତି। ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ ଚାଲିବ, କିନ୍ତୁ କେତେ ଦିନ ଏଭଳି ଚାଲିବ ତାହା ମାଲୁମ ନାହିଁ। ଦେଶର ସ୍ବାଧୀନତା ପାଇଁ ୯୦ ବର୍ଷ ଆନ୍ଦୋଳନ ଚାଲିଥିଲା। ଚାଷୀମାନଙ୍କୁ ସେମାନଙ୍କ ଜମି ବଞ୍ଚାଇବାକୁ ପାଇଁ ଏବଂ ଶୋଷଣରୁ ମୁକ୍ତି ପାଇଁ ଆନ୍ଦୋଳନ ଜାରି ରଖିବାକୁ ହେବ। ଆନ୍ଦୋଳନକୁ ଆଗକୁ ବଢ଼ାଇବା ପାଇଁ ଅନେକ କିଛି ତ୍ୟାଗ କରି ନୂଆ ସଂକଳ୍ପ ନେବାକୁ ହେବ ବୋଲି ଟିକାୟତ କହିଛନ୍ତି। ଚାଷୀମାନଙ୍କ ସ୍ବର ଦବାଇବା ପାଇଁ ସରକାର ନାନା ଫନ୍ଦି ଫିକର କରୁଛନ୍ତି। ଚାଷୀମାନଙ୍କ ବିରୋଧରେ ଦେଶଦ୍ରୋହ ଧାରାରେ ମାମଲା ରୁଜୁ ହେଉଛି। ସରକାର ଏଭଳି ଦମନମୂଳକ କାର୍ଯ୍ୟରୁ ଦୂରେଇ ରହିବା ସହ ତୁରନ୍ତ ଜେଲ୍‌ରେ ଥିବା ଆନ୍ଦୋଳନକାରୀ ଚାଷୀମାନଙ୍କୁ ଖଲାସ କରିବା ପାଇଁ ଟିକାୟତ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe