ଜୀବନକୁ ବାଜି ଲଗାଇ ହୀରା-ମୋତିଙ୍କୁ ବଞ୍ଚାଇ ଆଣିଲେ କୃଷକ

Advertisment
New Project (7)

ଛିନ୍ଦୱାଡା: ଆଜିକାଲିକା ସ୍ବାର୍ଥପର ଦୁନିଆରେ ସମସ୍ତେ ନିଜ ନିଜ କଥା ଚିନ୍ତା କରୁଛନ୍ତି। କେମିତି ଅନ୍ୟକୁ ପଛକୁ ଠେଲିଦେଇ ଆଗକୁ ବଢ଼ିଯିବେ, ସେ ଚିନ୍ତାଧାରା ନେଇ ସମସ୍ତେ ଘରୁ ବାହାରୁଛନ୍ତି। ଅନେକ ସମୟରେ ଲୋକେ ନିଜ ଭାଇ ବା ପରିବାରକୁ ମଧ୍ୟ ନିଜ ଲାଭ ପାଇଁ ପଛ କରିଦେଉଥିବା ଦେଖାଯାଏ। ଏଭଳି ସମ‌ୟରେ ଜଣେ କୃଷକଙ୍କ କାମ ଏସମାଜକୁ ଅନେକ କିଛି ଶିଖାଇଛି। ଘରେ ପାଳିଥିବା ୨ଟି ବଳଦ ଭାସିଯାଉଥିବା ବେଳେ ସେ ନିଜର ଜୀବନକୁ ବାଜି ଲଗାଇ ସେମାନଙ୍କ ଜୀବନ ବଞ୍ଚାଇବା ଘଟଣା ଏବେ ଚର୍ଚ୍ଚାରେ ରହିଛି। ଘଟଣାଟି ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଘଟିଛି।

ମଧ୍ୟପ୍ରଦେଶର ଛିନ୍ଦୱାଡାରେ ଏବେ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବର୍ଷା ରାଜ୍ୟରେ ବନ୍ୟାସ୍ଥିତି ଉପୁଯାଇଛି। ବିଭିନ୍ନ ଗ୍ରାମରେ ଏବେ ଲୋକେ ବନ୍ୟା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି। ଏସବୁ ଭିତରେ ଜଣେ କୃଷକ ବନ୍ୟା ଜଳରେ ପଶି ନିଜ ବଳଦକୁ ବଞ୍ଚାଇଥିବା ଜଣାଯାଇଛି।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟାରେ ପ୍ରବଳ ବର୍ଷା ଯୋଗୁଁ ହରିଇ ବିକାଶଖଣ୍ଡର ରାଜଢ଼ାନା ଗାଁରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଥିଲା। ଚାଷୀ ରୂପ ସିଂହ ତାଙ୍କ ବଳଦ ଗାଡ଼ି ସହିତ ସେତୁ ଉପରେ ଠିଆ ହୋଇଥିବା ବେଳେ ହଠାତ୍ ପ୍ରବଳ ସ୍ରୋତରେ ୨ଟି ବଳଦ ଗାଡ଼ି ସହ ପାଣିରେ ଭାସିଯାଇଥିଲେ। ଏହା ଦେଖି ରୂପ ସିଂହ ତୁରନ୍ତ ପାଣିକୁ ଡେଇଁ ଗାଡ଼ିରୁ ବଳଦଙ୍କ ଦଉଡ଼ି ଖୋଲିବା ସହ ସେମାନଙ୍କୁ ପହଁରାଇ କୂଳକୁ ଆଣିଥିଲେ। ପାଣିର ସ୍ରୋତ ଅଧିକ ଥିଲେ ବି ପଛଘୁଞ୍ଚା ଦେଇନଥିଲେ କୃଷକ। ନିଜ ଜୀବନକୁ ବାଜିରେ ଲଗାଇ ସେ ୨ବଳଦଙ୍କୁ ବଞ୍ଚାଇବାରେ ସଫଳ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe