ଶମ୍ଭୁ ସୀମାରେ ବିଷ ପିଇଲେ ଚାଷୀ, ଡାକ୍ତରଖାନାରେ ମୃତ୍ୟୁ

ଶମ୍ଭୁ ସୀମାରେ ଆଉ ଜଣେ ଆନ୍ଦୋଳନରତ ଚାଷୀ ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ବିଷ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଏହାଫଳରେ ଶମ୍ଭୁ ସୀମାରେ ବିଷ ପିଇ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି।

farmer


ନୂଆଦିଲ୍ଲୀ: ଶମ୍ଭୁ ସୀମାରେ ଆଉ ଜଣେ ଆନ୍ଦୋଳନରତ ଚାଷୀ ବିଷ ପିଇ ମୃତ୍ୟୁବରଣ କରିଛନ୍ତି। ପୂର୍ବରୁ ମଧ୍ୟ ସମାନ ଢଙ୍ଗରେ ବିଷ ପିଇ ଜଣେ ଚାଷୀ ଆତ୍ମହତ୍ୟା କରିଥିଲେ। ଏହାଫଳରେ ଶମ୍ଭୁ ସୀମାରେ ବିଷ ପିଇ ମୃତ୍ୟୁବରଣ କରିଥିବା ଚାଷୀଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି। ମୃତ୍ୟୁବରଣ କରିଥିବା ଚାଷୀଙ୍କ ନାଁ ରେଶମ ସିଂହ। ଶମ୍ଭୁ ମୋର୍ଚ୍ଚାରେ ରେଶମ ସୁଲଫା ଖାଇଥିଲେ। ଏହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ରାଜପୁରା ସ୍ଥିତ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ରେଶମ ସିଂହ ହେଉଛନ୍ତି ଜଗତାର ସିଂଙ୍କ ପୁଅ। ସେ ତରତାରଣ ଜିଲ୍ଲାର ପାହୁ ୱିଣ୍ଡର ବାସିନ୍ଦା ଥିଲେ।


କୃଷକ ନେତା ତେଜବୀର ସିଂହ କହିଛନ୍ତି ଯେ ଶମ୍ଭୁ ଏବଂ ଖାନୌରୀ ସୀମାରେ ୧୧ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ନ ପାଇବାରୁ ରେଶମ ସିଂହ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ।କୃଷକ ନେତା ତେଜବୀର ସିଂହ କହିଛନ୍ତି ଯେ ଶମ୍ଭୁ ଏବଂ ଖାନୌରୀ ସୀମାରେ ୧୧ ମାସ ଧରି ଆନ୍ଦୋଳନ ସତ୍ତ୍ୱେ ଏହି ସମସ୍ୟାର ସମାଧାନ ନ ପାଇବାରୁ ରେଶମ ସିଂହ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଥିଲେ। ଆନ୍ଦୋଳନରତ କୃଷକମାନେ କହୁଛନ୍ତି ଯେ ଜଗଜିତ୍ ସିଂ ଦଲେୱାଲଙ୍କ ଆମରଣ ଅନଶନର ଆଜି ୪୫ତମ ଦିନ। ଯଦି ଦଲେୱାଲଙ୍କୁ କିଛି ହୁଏ, ତେବେ ତାପରେ ଯାହା ହେବ ତାହାକୁ ସରକାର ସମ୍ଭାଳିପାରିବେ ନାହିଁ । ମୋଦୀ ସରକାର କୃଷକଙ୍କ ସହ କଥା ହେବାକୁ ପ୍ରସ୍ତୁତ ନୁହଁନ୍ତି । ଏମଏସପି ଗ୍ୟାରେଣ୍ଟି ଆକ୍ଟ ଦାବିରେ ୩୨୮ ଦିନ ହେଲା ଶମ୍ଭୁ ଓ ଖାନୌରୀ ସୀମାରେ ଖୋଲା ଆକାଶ ତଳେ ବସିଛନ୍ତି ଚାଷୀ । ବର୍ତ୍ତମାନ ସୁଦ୍ଧା ୩୫ ଜଣ ଚାଷୀଙ୍କ ମୃତ୍ୟୁ ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe