‘କୌନ୍‌ ବନେଗା କରୋଡପତି’ରେ ୫୦ ଲକ୍ଷ ଟଙ୍କା ଜିତିଲେ ଚାଷୀ; ବଖାଣିଲେ ସଫଳତାର କାହାଣୀ

ମେଗାଷ୍ଟାର୍‌ ଅମିତାଭ୍‌ ବଚ୍ଚନଙ୍କ କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡପତି’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ଜଣେ ଚାଷୀ। ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ପାଇଥାନ ସହରର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି।

New Project

ମୁମ୍ବାଇ: ମେଗାଷ୍ଟାର୍‌ ଅମିତାଭ୍‌ ବଚ୍ଚନଙ୍କ କୁଇଜ୍‌ ସୋ’ ‘କୌନ୍‌ ବନେଗା କରୋଡପତି’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି ଜଣେ ଚାଷୀ। ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ପାଇଥାନ ସହରର ଜଣେ କ୍ଷୁଦ୍ର ଚାଷୀ କୈଳାସ କୁନ୍ତେୱାର ୧୪ଟି ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଲୋକପ୍ରିୟ ଟେଲିଭିଜନ ସୋ’ରେ ୫୦ ଲକ୍ଷ ଟଙ୍କା ଜିତିଛନ୍ତି।

କୁନ୍ତେୱାରଙ୍କ ପାଖରେ ମାତ୍ର ଦୁଇ ଏକର ଜମି ଥିବା ବେଳେ ସେ ତାଙ୍କ ପିତାମାତା, ସ୍ତ୍ରୀ ଏବଂ ପିଲାମାନଙ୍କ ସହିତ ରୁହନ୍ତି। ବର୍ଷ ବର୍ଷ ଧରି ସେ ମରୁଡ଼ି, ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟାୟର ସମ୍ମୁଖୀନ ହୋଇଥିବା ବେଳେ ନିଜ ପେଟ ପୋଷିବା ପାଇଁ ସେ ଅନ୍ୟ ଲୋକଙ୍କ କ୍ଷେତରେ ଶ୍ରମିକ ଭାବେ ମଧ୍ୟ କାର୍ଯ୍ୟ କରନ୍ତି। ଏତେ କଷ୍ଟ ପରେ ବି ସେ କେବିସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ ଓ ତାଙ୍କ କଠିନ ପରିଶ୍ରମ ତାଙ୍କୁ ସୁଫଳ ଦେଇଛି। 

ଗଣମାଧ୍ୟମରେ ନିଜର ମନ୍ତବ୍ୟ ଦେଇ କୁନ୍ତେୱାର କହିଛନ୍ତି, ‘‘୫୦ ଲକ୍ଷ ଟଙ୍କା ଜିତିବାର ଆନନ୍ଦ ଶବ୍ଦ ବାହାରେ। ଆମ ପରି ଲୋକଙ୍କ ପାଇଁ, ଏତେ ପରିମାଣର ରାଶି ବିଷୟରେ ଶୁଣିବା ମଧ୍ୟ ଅବିଶ୍ୱସନୀୟ ଲାଗେ।"

୫୦ ଲକ୍ଷ ଟଙ୍କା ଜିତିବା ପରେ ସେ ତାଙ୍କ କେବିସି ଯାତ୍ରା ବିଷୟରେ ମନେ ପକାଇଛନ୍ତି। ତାଙ୍କର ଯାତ୍ରା ୨୦୧୫ରେ ଆରମ୍ଭ ହୋଇଥିଲା। ଯେତେବେଳେ ସେ ତାଙ୍କର ପ୍ରଥମ ମୋବାଇଲ୍ ଫୋନ୍ କିଣିଥିଲେ।

ସେ କୁହନ୍ତି, "ମୁଁ ପିଲାଦିନରୁ ପାଠପଢ଼ାରେ ଭଲ ଥିଲି ଏବଂ ମୁଁ ଯାହା ପଢ଼ିଥିଲି କିମ୍ବା ଶୁଣିଥିଲି ତାହା ସବୁ ମନେ ରଖିବାର ଅଭ୍ୟାସ ମୋର ଥିଲା। ୨୦୧୫ ମସିହାରେ ମୁଁ ଏକ ମୋବାଇଲ୍ ଫୋନ୍ କିଣିଥିଲି ଏବଂ ୟୁଟ୍ୟୁବରେ କେବିସି ଏପିସୋଡ୍ ଦେଖିବା ଆରମ୍ଭ କରିଥିଲି। ପ୍ରଥମେ, ମୁଁ ଭାବୁଥିଲି ଏହା କେବଳ ମନୋରଞ୍ଜନ ପାଇଁ। ମୁଁ ଭାବୁ ନଥିଲି ଯେ ପ୍ରଶ୍ନର ଉତ୍ତର ଦେଇ କେହି ଟଙ୍କା ରୋଜଗାର କରିପାରିବେ।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe