Image Courtesy of Zee News
ଲକ୍ଷ୍ନୌ: କୃଷକ ଆନ୍ଦୋଳନରେ ସାମିଲ ହେଉଥିବା କୃଷକ ଓ କୃଷକନେତାମାନଙ୍କ ବିରୋଧରେ ଉତ୍ତର ପ୍ରଦେଶର ଯୋଗୀ ସରକାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ସମ୍ଭଲର ୬ ଜଣ କୃଷକ ନେତାଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ୫୦ ଲକ୍ଷ ଟଙ୍କା ଲେଖାଏଁର ବ୍ୟକ୍ତିଗତ ମୁଚାଲିକା ଦାଖଲ ନୋଟିସ ପଠାଯାଇଛି। ଏହି ନେତାମାନେ ମୁଖ୍ୟତଃ ଭାରତୀୟ କିଷାନ ୟୁନିୟନ(ଅସଲି)ର କର୍ମକର୍ତ୍ତା ବୋଲି ଜଣାଯାଇଛି। କୃଷକମାନଙ୍କୁ ଆନ୍ଦୋଳନରେ ସାମିଲ ପାଇଁ ଯେଭଳି ଏହି ନେତାମାନେ ନଉସୁକାଇବେ ସେଥିପାଇଁ ଏହି ନୋଟିସ ଦିଆଯାଇଛି। ତେବେ ୫୦ ଲକ୍ଷ ଟଙ୍କାର ନୋଟିସ୍ରେ କ୍ଲରିକାଲ ଏରର ବା ତ୍ରୁଟି ରହିଛି ଏବଂ ଏହାକୁ ୫୦ ହଜାର ଟଙ୍କାକୁ ହ୍ରାସ କରାଯିବ। ଆନ୍ଦୋଳନ ଅଧିକାରକୁ ଚପାଇବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କୃଷକନେତାମାନେ କହିଛନ୍ତି।
Follow Us