୪ କୃଷକ ନେତାଙ୍କୁ ଗୁଳି କରିବା ଲାଗି ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଧରି ପୁଲିସକୁ ହସ୍ତାନ୍ତର କଲେ ଆନ୍ଦୋଳନରତ ଚାଷୀ

Advertisment
୪ କୃଷକ ନେତାଙ୍କୁ ଗୁଳି କରିବା ଲାଗି ନିଯୁକ୍ତ ହୋଇଥିବା ବ୍ୟକ୍ତିଙ୍କୁ ଧରି ପୁଲିସକୁ ହସ୍ତାନ୍ତର କଲେ ଆନ୍ଦୋଳନରତ ଚାଷୀ

Image Courtesy of Zee News

ନୂଆଦିଲ୍ଲୀ: ଚାରିଜଣ କୃଷକ ନେତାଙ୍କୁ ଗୁଳି କରି ହତ୍ୟା କରିବା ଏବଂ ଜାନୁଆରି ୨୬ ତାରିଖ ଦିନ ଦିଲ୍ଲୀରେ ହେବାକୁ ଥିବା ଟ୍ରାକ୍ଟର୍‌ ରାଲିରେ ବିଶୃଙ୍ଖଳା ସୃଷ୍ଟି କରିବା ଲାଗି ନିୟୋଜିତ ଦୁଇଟି ଟିମ୍‌ ସହ ସମ୍ପୃକ୍ତ ଜଣେ ମୁଖାବୃତ ବ୍ୟକ୍ତିଙ୍କୁ ଧରି ସିଂଘୁ ସୀମାନ୍ତରେ ପ୍ରତିବାଦରତ କୃଷକମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି।

ଶୁକ୍ରବାର ରାତିରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସିଂଘୁ ସୀମାନ୍ତରେ କୃଷକମାନେ ଅଭିଯୋଗ କରିଛନ୍ତି ଯେ, କୃଷକମାନଙ୍କ ଆନ୍ଦୋଳନରେ ବ୍ୟାଘାତ ସୃଷ୍ଟି କରିବା ଲାଗି ଏକ ଚକ୍ରାନ୍ତ ଚାଲିଛି। ଏଥିସହ ସେ ଜଣେ ମୁଖାବୃତ ବ୍ୟକ୍ତିଙ୍କୁ ମଧ୍ୟ ସେଠାରେ ହାଜର କରାଇଥିଲେ।

ସମ୍ପୃକ୍ତ ବ୍ୟକ୍ତିଜଣକ କହିଥିଲେ ଯେ, ତାଙ୍କ ଟିମ୍‌ର ସଦସ୍ୟମାନଙ୍କୁ ପୁଲିସ ବୋଲି ପରିଚୟ ଦେବାକୁ ନିର୍ଦେଶ ମିଳିଛି। ୨୬ ତାରିଖ ଦିନ ଟ୍ରାକ୍ଟର୍‌ ରାଲି ସମୟରେ ଯଦି କୌଣସି ଘଟଣା ନିୟନ୍ତ୍ରଣ ବାହାରକୁ ଚାଲିଯାଏ, ତେବେ ସମ୍ପୃକ୍ତ ଟିମ୍‌ର ସଦସ୍ୟମାନେ ସମବେତ କୃଷକମାନଙ୍କ ଉପରେ ଲାଠିଚାଳନା କରିବେ। ଏହି ଯୋଜନାରେ ପୁଲିସ ଅଧିକାରୀମାନେ ସମ୍ପୃକ୍ତ ବୋଲି ମଧ୍ୟ ଅଭିଯୋଗ କରିଛନ୍ତି।

publive-image Image Courtesy YouTube

ଦୁଇଟି ସ୍ଥାନ ନିମନ୍ତେ ତାଙ୍କ ଟିମ୍‌କୁ ଅସ୍ତ୍ରଶସ୍ତ୍ର ଦିଆଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ହାଜର କରାଯାଇଥିବା ମୁଖାବୃତ ବ୍ୟକ୍ତିଜଣକ ଦାବି କରିଛନ୍ତି। ସେ କହିଥିଲେ, ଜାନୁଆରି ୨୬ ଟ୍ରାକ୍ଟର୍‌ ରାଲି ସମୟରେ ତାଙ୍କ ଟିମ୍‌ର ଭାଗେ ଲୋକ ପୁଲିସ ପୋଷାକ ପିନ୍ଧି କୃଷକମାନଙ୍କୁ ଘଉଡ଼ାଇବେ। ଏହାଛଡ଼ା, ଯେଉଁ ଚାରିଜଣ ବ୍ୟକ୍ତିଙ୍କୁ ଆମେ ଗୁଳି କରିବୁ ତାଙ୍କର ଫଟୋ ମଧ୍ୟ ଆମକୁ ଦିଆଯାଇଛି। ଜଣେ ପୁଲିସ ଆମକୁ ଏଭଳି ନିର୍ଦେଶ ଦେଇଛନ୍ତି।

ଏହାପରେ କୃଷକ ସଙ୍ଗଠନର ନେତାମାନେ ସେ ବ୍ୟକ୍ତିଙ୍କୁ ହରିୟାଣା ପୁଲିସକୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe