ପ୍ରତିବାଦର ୧୦୦ ଦିନକୁ ‘କଳା ଦିବସ’ଭାବେ ପାଳନ କରିବାକୁ ଦିଲ୍ଲୀ ନିକଟ ରାଜପଥ ଅବରୋଧ କଲେ କୃଷକ

Advertisment
ପ୍ରତିବାଦର ୧୦୦ ଦିନକୁ ‘କଳା ଦିବସ’ଭାବେ ପାଳନ କରିବାକୁ ଦିଲ୍ଲୀ ନିକଟ ରାଜପଥ ଅବରୋଧ କଲେ କୃଷକ

Image Courtesy of NDTV

ନୂଆଦିଲ୍ଲୀ: ନୂତନ କୃଷି ଆଇନ ବିରୋଧରେ ଚାଲିଥିବା ପ୍ରତିବାଦର ୧୦୦ ଦିନକୁ ‘କଳା ଦିବସ’ ଭାବେ ପାଳନ କରୁଥିବା କୃଷକମାନେ ଆଜି ଦିଲ୍ଲୀ ନିକଟ ରାଜପଥ ଅବରୋଧ କରିଛନ୍ତି। ଫଳରେ, କୁନ୍ଦଲି-ମାନେଶ୍ୱର-ପାଲ୍‌ଓ୍ଵାଲ୍‌ ଏକ୍ସପ୍ରେସ୍‌େଓ୍ଵ ୫ଘଣ୍ଟା ଅବରୋଧ ହୋଇ ରହିବ।
ପୂର୍ବାହ୍ନ ୧୧ଟାରୁ ଆରମ୍ଭ ହୋଇଥିବା ଏହି ଅବରୋଧ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ।

ଏହା ବ୍ୟତିରେକେ, ଗାଜିପୁର ସୀମାନ୍ତରେ କୃଷକମାନେ ସେମାନଙ୍କ ଲଙ୍ଗଳରେ କଳାପଟି ବାନ୍ଧି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ଅନଶନରେ ବସିଥିବା କୃଷକମାନେ ମଧ୍ୟ କଳାପଟି ବାନ୍ଧିଛନ୍ତି।

publive-image Image Courtesy of NDTV

ରାଜପଥ ଅବରୋଧ କରିବା ସହ କେତେକ କୃଷକ ସଙ୍ଗଠନକୁ ନେଇ ଗଠିତ ‘ସଂଯୁକ୍ତ କିଷାନ୍‌ ମୋର୍ଚ୍ଚା’ ଅବରୋଧ ହେବାକୁ ଥିବା ରାଜପଥ ନିକଟରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକୁ ‘ଦେୟ ମୁକ୍ତ’ କରିବାକୁ ଦାବି କରିଛନ୍ତି। ଗାଜିପୁର ସୀମାନ୍ତରେ ପ୍ରତିବାଦ କରୁଥିବା କୃଷକମାନେ ଦସନା ଟୋଲ୍‌ ପ୍ଲାଜା ଏବଂ ଟିକରି ସୀମାନ୍ତରେ ପ୍ରତିବାଦ କରୁଥିବା କୃଷକମାନେ ବାହାରଦୁର୍ଗ ଟୋଲ୍‌ ପ୍ଲାଜା ଆଡ଼କୁ ପଦଯାତ୍ରା କରିବେ ବୋଲି ଜଣାପଡ଼ିଛି। ଏହି ଟୋଲ୍‌ ପ୍ଲାଜା ସବୁକୁ ଶାନ୍ତିଶୃଙ୍ଖଳାର ସହ ବନ୍ଦ କରାଯିବ, ତେଣୁ ଯାତ୍ରୀମାନଙ୍କର କୌଣସି ଅସୁବିଧା ହେବନାହିଁ ବୋଲି କୁହାଯାଉଛି। ଏଥିସହ ଦେଶରେ ଥିବା କୃଷକ ସଙ୍ଗଠନର କାର୍ଯ୍ୟାଳୟ ଏବଂ ବାସଭବନମାନଙ୍କରେ କଳାପତାକା ଉଡ଼ାଇବାକୁ ମଧ୍ୟ ପ୍ରତିବାଦକାରୀମାନେ କହିଛନ୍ତି।

ଏହି ପ୍ରତିବାଦ ସମ୍ପୂଣ୍ଣ ଶାନ୍ତିପୂର୍ଣ୍ଣ ହେବ ବୋଲି କୃଷକମାନେ ଘୋଷଣା କରିଛନ୍ତି। ଆମ୍ବୁଲାନ୍‌ସ୍‌, ଦମକଳ ଭଳି ଜରୁରୀକାଳୀନ କାର୍ଯ୍ୟରେ ଯାଉଥିବା ଏବଂ ବିଦେଶୀ ପର୍ଯ୍ୟଟକମାନଙ୍କ ଯାନବାହନଗୁଡ଼ିକୁ ଅଟକା ଯିବନାହିଁ ବୋଲି ମଧ୍ୟ ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe