ଗାଜିପୁର ସୀମାରେ ୧୪୪ଧାରା ଲାଗୁ, କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟା କରିବି ବୋଲି କହିଲେ ଟିକାୟତ

Advertisment
ଗାଜିପୁର ସୀମାରେ ୧୪୪ଧାରା ଲାଗୁ, କୃଷି ଆଇନ ପ୍ରତ୍ୟାହାର ନହେଲେ ଆତ୍ମହତ୍ୟା କରିବି ବୋଲି କହିଲେ ଟିକାୟତ

ନୂଆଦିଲ୍ଲୀ: ଜାନୁଆରି ୨୬ରେ ଟ୍ରାକ୍ଟର ରାଲିରେ ଘଟିଥିବା ହିଂସାକାଣ୍ଡକୁ ନେଇ ଏବେ ଦିଲ୍ଲୀରେ ସ୍ଥିତି ସରଗରମ ହୋଇଛି । ଏଣିିିକି ଚାଷୀ ଆନ୍ଦୋଳନକୁ ନେଇ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୩୭ ଜଣ ଚାଷୀ ନେତାଙ୍କ ବିରୋଧରେ ପୁଲିସ ଏତଲା ରୁଜୁ କରିଛି। ଦିଲ୍ଲୀ ହିଂସା ପରେ ଗାଜିପୁର ସୀମାରୁ ସମସ୍ତ ଚାଷୀଙ୍କୁ ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।  ଏ ନେଇ ଯୋଗୀ ପ୍ରଶାସନ ଜିଲ୍ଲା ମାଜିଷ୍ଟ୍ରେଟ ଏବଂ ପୁଲିସ ଅଧୀକ୍ଷକମାନଙ୍କୁ ନିର୍ଦ୍ଦେଶନାମା ଜାରି କରିଛନ୍ତି।  ଏହାରି ଭିତରେ ଗୁରୁବାର ଚାଷୀ ନେତା ରାକେଶ ଟିକାୟତ ପୁଲିସ ପାଖରେ ଆତ୍ମସମର୍ପଣ କରିବେନି ବୋଲି ସିଧା ସିଧା କହିଛନ୍ତି ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଟିକାୟତ କହିଛନ୍ତି, ସରକାର ଯଦି ଏହି ଆଇନ୍ ପ୍ରତ୍ୟାହାର ନ କରନ୍ତି ତେବେ ସେ ଆତ୍ମହତ୍ୟା କରିବେ । ଚାଷୀମାନଙ୍କୁ ମାରିବାକୁ ପ୍ରୟାସ କରାଯାଉଛି। ଚାଷୀ ଭାଇମାନଙ୍କ ପ୍ରତି ଅତ୍ୟାଚାର ହେଉଛି ବୋଲି ରାକେଶ ଟିକାୟତ ଗୁରୁବାର ଗଣମାଧ୍ୟମକୁ କହିଛନ୍ତି । ଏହା ସହ ସେ ଅନଶନ କରିବେ ବୋଲି କହିବା ସହ ନିଜ ଗାଁର ହିଁ ପାଣି ପିଇବେ ବୋଲି କହିଛନ୍ତି। ଏ ମଧ୍ୟରେ ଗାଜିପୁର ସୀମାରେ ୧୪୪ ଧାରା ଜାରି କରାଯାଇଛି। ଏକାଧିକ ଲୋକ ଏକାଠି ହେବା ଉପରେ କଟକଣା ଲଗାଇଛି ପୁଲିସ। ଗାଜିପୁର ସୀମାରେ ଅଧିକ ସଂଖ୍ୟାକ ଫୋର୍ସ ମୁତୟନ ହୋଇଛନ୍ତି।   

Rakesh Tikait news indiatoday

ସୂଚନାଯୋଗ୍ୟ ଯେ, ଜାନୁଆରି ୨୬ରେ ଚାଷୀମାନେ ଦିଲ୍ଲୀ ଭିତରେ ପଶି ହିଂସାକାଣ୍ଡ ଭିଆଇଥିଲେ । କେବଳ ସେତିକି ନୁହେଁ, ଲାଲକିଲ୍ଲା ଭିତରେ ପଶି ସେଠାରେ ନିଜର ପତାକା ଉଡାଇଥିଲେ । ଏଥିରେ ଅନେକ ପୁଲିସ ଆହାତ ହେବା ସହିତ ଅନେକ ସମ୍ପତ୍ତି ନଷ୍ଟ ହୋଇଥିଲା । ଏହାପରେ ପ୍ରଶାସନ ଚାଷୀ ଆନ୍ଦୋଳନକୁ ନେଇ ଶକ୍ତ ନୀତି ଆପଣାଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe