କର୍ନାଲରେ ଚାଷୀଙ୍କ ମହାପଞ୍ଚାୟତ: ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ମାଡ଼ିଗଲେ

Advertisment

ପାଣି ମାଡ଼ କଲା ପୁଲିସ, ଚାଷୀ ନେତା ଅଟକ

ପାଣି ମାଡ଼ କଲା ପୁଲିସ, ଚାଷୀ ନେତା ଅଟକ

କର୍ନାଲରେ ଚାଷୀଙ୍କ ମହାପଞ୍ଚାୟତ: ବ୍ୟାରିକେଡ୍‌ ଭାଙ୍ଗି ଆଗକୁ ମାଡ଼ିଗଲେ

The Indian Express

ଚଣ୍ଡୀଗଡ଼: ଉତ୍ତର ପ୍ରଦେଶର ମୁଜାଫର ନଗର ପରେ ହରିୟାଣାର କର୍ନାଲ ଠାରେ ଆଜି କୃଷକମାନେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ୩ ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଦାବି କରି ଗତବର୍ଷ ନଭେମ୍ବରରୁ ଆନ୍ଦୋଳନ ଚଳାଇ ଆସିଥିବା କୃଷକ ସଂଗଠନ ଗୁଡ଼ିକ ଆଜି କର୍ନାଲଠାରେ ମହାପଞ୍ଚାୟତ କରିଥିଲେ। କର୍ନାଲସ୍ଥିତ ମିନି ସଚିବାଳୟ ଘେରଉ କରିବା ପାଇଁ ସେମାନେ ଯୋଜନା କରି ଏହି ମହାସମାବେଶ କରିଥିଲେ। ପ୍ରଥମେ ସେମାନେ ଅନାଜ ମାର୍କେଟରେ ଏକାଠି ହୋଇଥିଲେ। ଜିଲ୍ଲା ପ୍ରଶାସନ ଏବଂ କୃଷକ ସଂଗଠନ ଗୁଡ଼ିକ ମଧ୍ୟରେ ଆଲୋଚନା ବିଫଳ ହେବା ପରେ ଆନ୍ଦୋଳନରତ ଚାଷୀମାନେ ମିନି ସଚିବାଳୟ ଆଡ଼କୁ ଯାଇଥିଲେ। ରାସ୍ତାରେ ସେମାନେ ପୁଲିସ ଅଟକାଇ ଥିଲେ ମଧ୍ୟ ସଫଳ ହୋଇ ନଥିଲା। ଆନ୍ଦୋଳନକାରୀମାନେ ପୁଲିସର ଦୁଇଟି ବ୍ୟାରିକେଡ ଭାଙ୍ଗି ଏବଂ ଡେଇଁ ଆଗକୁ ବଢ଼ିଥିଲେ। ସ୍ବରାଜ ଇଣ୍ଡିଆ ମୁଖ୍ୟ ଯୋଗେନ୍ଦ୍ର ଯାଦବ ଟ୍ବିଟ୍ କରିଥିଲେ ଯେ ତାଙ୍କ ସହିତ ବିକେୟୁ ମୁଖ୍ୟ ରାକେଶ ଟିକାଏତ ପ୍ରମୁଖଙ୍କୁ ନମସ୍ତେ ଚୌକ ନିକଟରେ ପୁଲିସ ଅଟକ ରଖିଛି। ଏହାର କିଛି ସମୟ ପରେ ସେମାନଙ୍କୁ ଖଲାସ କରି ଦିଆଯାଇଥିବା ସେ ଜଣାଇଥିଲେ। ଆନ୍ଦୋଳନକାରୀ ଚାଷୀମାନେ ହାତରେ ପତାକା, ପ୍ଲାକାର୍ଡ ଏବଂ ବାଡ଼ି ଆଦି ଧରିଥିବା ଦେଖିବାକୁ ମିଳିଥିଲା। ତେବେ ସେମାନଙ୍କୁ ପୁଲିସ ସହିତ କୌଣସି ଗଣ୍ଡଗୋଳ ନକରିବାକୁ ଚାଷୀ ନେତାମାନଙ୍କ ପକ୍ଷରୁ କୁହାଯାଇଥିଲା।

ପୂର୍ବାହ୍ନ ୧୧ଟା ବେଳେ ଜିଲ୍ଲା ଅଧିକାରୀ ଏବଂ ୧୧ ଜଣ କୃଷକ ନେତାଙ୍କ ମଧ୍ୟରେ ମିନି ସଚିବାଳୟ ଆଡ଼କୁ ଯାତ୍ରା ପାଇଁ ଅନୁମତି ଦେବାକୁ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନା ବିଫଳ ହୋଇଥିଲା। ସରକାର ଆମ କଥା ଶୁଣୁନାହାନ୍ତି। ସେମାନେ ଆମ ଦାବି ମାନନ୍ତୁ, ନଚେତ ଆମକୁ ଗିରଫ କରନ୍ତୁ ବୋଲି ରାକେଶ ଟିକାଏତ କହିଥିଲେ। ଗତମାସ ୨୮ ତାରିଖରେ କର୍ନାଲଠାରେ ଆନ୍ଦୋଳନ ବେଳେ ପୁଲିସ ଲାଠିମାଡ଼ କରିଥିଲା। ସେଥିରେ ୧୦ରୁ ଅଧିକ ଚାଷୀ ଆହତ ହୋଇଥିବାବେଳେ ଜଣେ କୃଷକଙ୍କର ମୃତ୍ୟୁ ହୋଇଛି। ଏହାର ନ୍ୟାୟ ପାଇଁ ଉକ୍ତ ମହାପଞ୍ଚାୟତ ହୋଇଛି ବୋଲି ଚାଷୀ ନେତାମାନେ କହିଛନ୍ତି। ତେବେ ହରିୟାଣା ସରକାର ସଂପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରିବା ସହିତ ମୃତାହତ କୃଷକମାନଙ୍କୁ କ୍ଷତିପୂରଣ ଦେବାକୁ ମନା କରିବା ପରେ ଏହା ଚାଷୀ ସଂଗଠନଗୁଡ଼ିକୁ ଅଧିକ ଉତ୍‌କ୍ଷିପ୍ତ କରିଛି। ଆଜି ସମାବେଶରେ ୧୫ଟି ରାଜ୍ୟର ଚାଷୀମାନେ ଯୋଗଦେଇଥିବା ଦାବି କରାଯାଇଛି। ସତର୍କତାମୂଳକ ପଦକ୍ଷେପ ସ୍ବରୂପ ଜିଲ୍ଲା ପ୍ରଶାସନ ଗତକାଲିଠାରୁ ଇଣ୍ଟରନେଟ୍ ଏବଂ ଏସଏମଏସ ସେବାକୁ ଆଗୁଆ ନିଷିଦ୍ଧ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe